Posted inଜାତୀୟ

ଲୋକ ସଭା ଉପନିର୍ବାଚନ: ଏସ୍‌ପି ପାଇଁ ଅଗ୍ନିପରୀକ୍ଷା

ଲକ୍ଷ୍ନୌ,୧୮ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି) ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଉଭୟ ଆସନ ଏସ୍‌ପି ଦଖଲରେ ଥିଲା। ଦଳକୁ ଦୁଇ ନମ୍ବର ସ୍ଥାନ ବଜାୟ ରଖିବାକୁ ହେଲେ ଏହି ଦୁଇ ଆସନ ଜିତିବା ଜରୁରୀ। ଏହା ବ୍ୟତୀତ ଉକ୍ତ ଦୁଇ ଆସନର ଉପନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରିବ। କାରଣ ଏହି ଦଳ ୟୁପି ରାଜନୀତିରେ ପୁଣି ଥରେ ମୁଖ୍ୟ ଭୂମିକା ନେବାକୁ ଜୋର୍‌ଦାର ଉଦ୍ୟମ ଚଳାଇଛି। ଜୁନ୍‌ ୨୩ରେ ରାମପୁର ଓ ଆଜମଗଡ଼ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ତେବେ ଉଭୟ ଦଳରୁ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଏପର୍ଯ୍ୟନ୍ତ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ କିମ୍ବା ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି।
ଗତ ମାର୍ଚ୍ଚରେ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ଆଜମଗଡ଼ ଲୋକ ସଭା ଆସନ ଛାଡ଼ିଥିଲେ। ତାଙ୍କ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଏମ୍‌ପି ଧର୍ମେନ୍ଦ୍ର ଯାଦବ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଦଳକୁ ଭୋଟ ଦେବା ପାଇଁ ଅଖିଳେଶ ଗୁରୁବାର ରାତିରେ ଭୋଟରମାନଙ୍କୁ ନିବେଦନ କରିଥିଲେ। ଆଜମଗଡ଼ରେ ବିଏସ୍‌ପି ଗୁଡ୍ଡୁ ଜମାଲିଙ୍କୁ ପ୍ରାର୍ଥୀ କରିଛି ଏସ୍‌ପି ଭୋଟ ଭାଙ୍ଗିବାରେ ଏହା ସହାୟକ ହେବ। କାରଣ ଜମାଲିଙ୍କୁ ଅଧିକ ମୁସଲମାନ ଭୋଟ ମିଳିବ ବୋଲି କୁହାଯାଉଛି। ଏହା ବ୍ୟତୀତ ଭାଜପା ସେଠାରେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ନିରାହୁଆଙ୍କୁ ପ୍ରାର୍ଥୀ କରିଛି।
ସେହିପରି ମହମ୍ମଦ ଆଜମ ଖାନ୍‌ଙ୍କ ଗଡ଼ କୁହାଯାଉଥିବା ରାମପୁରରେ ଲଢ଼େଇ ମୁଖ୍ୟତଃ ଏସ୍‌ପି ଏବଂ ଭାଜପା ମଧ୍ୟରେ ହେବ। ଅସୁସ୍ଥତା ସତ୍ତ୍ୱେ ଆଜମ ଦଳୀୟ ପ୍ରାର୍ଥୀ ଅସୀମ ରାଜାଙ୍କ ପାଇଁ ପ୍ରଚାର କରିଥିଲେ। ଭାଜପା ସେଠାରୁ ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ କରିଛି। ଘନଶ୍ୟାମ ଏକଦା ଆଜମଙ୍କର ସହଯୋଗୀ ଥିଲେ। ରାମପୁରରେ ବିଏସ୍‌ପି ପ୍ରାର୍ଥୀ ଦେଇନାହିଁ। ସର୍ବପୁରାତନ ଦଳ କଂଗ୍ରେସ ଏଥର ଉପନିର୍ବାଚନରେ ଭାଗ ନେଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri