Posted inଜାତୀୟ

ଲୋକ ସଭା ଉପନିର୍ବାଚନ: ଏସ୍‌ପି ପାଇଁ ଅଗ୍ନିପରୀକ୍ଷା

ଲକ୍ଷ୍ନୌ,୧୮ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି) ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଉଭୟ ଆସନ ଏସ୍‌ପି ଦଖଲରେ ଥିଲା। ଦଳକୁ ଦୁଇ ନମ୍ବର ସ୍ଥାନ ବଜାୟ ରଖିବାକୁ ହେଲେ ଏହି ଦୁଇ ଆସନ ଜିତିବା ଜରୁରୀ। ଏହା ବ୍ୟତୀତ ଉକ୍ତ ଦୁଇ ଆସନର ଉପନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରିବ। କାରଣ ଏହି ଦଳ ୟୁପି ରାଜନୀତିରେ ପୁଣି ଥରେ ମୁଖ୍ୟ ଭୂମିକା ନେବାକୁ ଜୋର୍‌ଦାର ଉଦ୍ୟମ ଚଳାଇଛି। ଜୁନ୍‌ ୨୩ରେ ରାମପୁର ଓ ଆଜମଗଡ଼ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ତେବେ ଉଭୟ ଦଳରୁ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଏପର୍ଯ୍ୟନ୍ତ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ କିମ୍ବା ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି।
ଗତ ମାର୍ଚ୍ଚରେ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ଆଜମଗଡ଼ ଲୋକ ସଭା ଆସନ ଛାଡ଼ିଥିଲେ। ତାଙ୍କ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଏମ୍‌ପି ଧର୍ମେନ୍ଦ୍ର ଯାଦବ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଦଳକୁ ଭୋଟ ଦେବା ପାଇଁ ଅଖିଳେଶ ଗୁରୁବାର ରାତିରେ ଭୋଟରମାନଙ୍କୁ ନିବେଦନ କରିଥିଲେ। ଆଜମଗଡ଼ରେ ବିଏସ୍‌ପି ଗୁଡ୍ଡୁ ଜମାଲିଙ୍କୁ ପ୍ରାର୍ଥୀ କରିଛି ଏସ୍‌ପି ଭୋଟ ଭାଙ୍ଗିବାରେ ଏହା ସହାୟକ ହେବ। କାରଣ ଜମାଲିଙ୍କୁ ଅଧିକ ମୁସଲମାନ ଭୋଟ ମିଳିବ ବୋଲି କୁହାଯାଉଛି। ଏହା ବ୍ୟତୀତ ଭାଜପା ସେଠାରେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ନିରାହୁଆଙ୍କୁ ପ୍ରାର୍ଥୀ କରିଛି।
ସେହିପରି ମହମ୍ମଦ ଆଜମ ଖାନ୍‌ଙ୍କ ଗଡ଼ କୁହାଯାଉଥିବା ରାମପୁରରେ ଲଢ଼େଇ ମୁଖ୍ୟତଃ ଏସ୍‌ପି ଏବଂ ଭାଜପା ମଧ୍ୟରେ ହେବ। ଅସୁସ୍ଥତା ସତ୍ତ୍ୱେ ଆଜମ ଦଳୀୟ ପ୍ରାର୍ଥୀ ଅସୀମ ରାଜାଙ୍କ ପାଇଁ ପ୍ରଚାର କରିଥିଲେ। ଭାଜପା ସେଠାରୁ ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ କରିଛି। ଘନଶ୍ୟାମ ଏକଦା ଆଜମଙ୍କର ସହଯୋଗୀ ଥିଲେ। ରାମପୁରରେ ବିଏସ୍‌ପି ପ୍ରାର୍ଥୀ ଦେଇନାହିଁ। ସର୍ବପୁରାତନ ଦଳ କଂଗ୍ରେସ ଏଥର ଉପନିର୍ବାଚନରେ ଭାଗ ନେଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri