ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏସ୍ବିଆଇ ଶାଖା ୨୭ ଫେବୃଆରୀ ୧୯୭୬ରେ ପ୍ରତିଷ୍ଠା ହୋଇଥିଲା। ଶୁକ୍ରବାର ୫୦ ବର୍ଷ ପୁରିଥିବାରୁ ବ୍ୟାଙ୍କ ପକ୍ଷରୁ ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଶାଖାର ମୁଖ୍ୟ ମ୍ୟାନେଜର ଶାଳୀନି କୁଲ୍ଲୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଏସ୍ବିଆଇ ରିଜିଓନାଲ ମ୍ୟାନେଜର ପ୍ରଦ୍ୟୁମ୍ନ ସ୍ବାଇଁ ଯୋଗଦେଇ କେକ୍ କାଟି ଉତ୍ସବ ମନାଇଥିଲେ। ମୁଖ୍ୟଅତିଥି ସ୍ବାଇଁ ସହକର୍ମୀଙ୍କୁ ବ୍ୟାଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହାଛଡା ଉପଭୋକ୍ତାଙ୍କ ପ୍ରତି ଉଚିତ୍ ବ୍ୟବହାର ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରି ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ। ଶାଖାର ମୁଖ୍ୟ ମ୍ୟାନେଜର କୁଲ୍ଲୁଙ୍କ ସୂଚନା ଅନୁଯାୟୀ , ୧୯୭୬ରେ ଏହି ବ୍ୟାଙ୍କ ପ୍ରତିଷ୍ଠା ଲାଭ କରିଥିଲା। ଅଲ୍ଲୀନାସିର ସୟତ ପ୍ରଥମ ଉପଭୋକ୍ତା ଥିଲେ। ଅଦ୍ୟାବଧି ବ୍ୟାଙ୍କ ଉପଭୋକ୍ତା ସଂଖ୍ୟା ୪୯ ହଜାର ୧୪୨ ଜଣ ଅଛନ୍ତି। ବ୍ୟାଙ୍କରେ ୨.୭ କୋଟିର କାରବାର ହେଉଥିବା ସେ ସୂଚନା ଦେଇଥିଲେ। ବ୍ୟାଙ୍କ ଅଧୀନରେ ୧୪ଟି ପଞ୍ଚାୟତ ଅଞ୍ଚଳରେ ୧୪ ଟି ଜନସେବା କେନ୍ଦ୍ର ଓ ୨ଟି ସିଏସପି ପ୍ଲସ କାର୍ଯ୍ୟ କରି ଜନସେବା ପ୍ରଦାନ କରାଯାଇ ଆସୁଛି। ଏହଛଡା ବ୍ୟାଙ୍କ ପରିସରରେ ଏକ ଏଟିଏମ୍ ଓ ସିଡିଏମ୍(ଟଙ୍କା ଜମା ମେସିନ) ରହିଛି। ୮ଶହ ଚାଷୀଙ୍କୁ କୃଷିଋଣ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା, ବୀମା ଯୋଜନା ଓ ସାଇବର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବ ମୁଖ୍ୟ ମ୍ୟାନେଜର କୁଲ୍ଲୁ କହିଛନ୍ତି।
Dharitri – Odisha’s No.1 Odia Daily

