ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ରୋମ, ୩୦।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଦେଶରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟସୀମା ବଢ଼ାଇବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୂର୍ବରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ସମୟସୀମା ଜୁଲାଇ ୩୧ରେ ଶେଷ ହେଉଥିଲା। ତେବେ ଦେଶରେ ସ୍ଥିତି ସଙ୍କଟଜନକ ଥିବାରୁ ଲକ୍‌ଡାଉନ୍‌କୁ ବର୍ଦ୍ଧିତ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ୟୁସେପ୍‌ କୋଣ୍ଟେ ସିନେଟ୍‌ରେ ସୂଚନା ଦେଇଛନ୍ତି। ପରିସ୍ଥିତିରେ ସୁଧାର ହେଲେ ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌ ହଟାଯିବ ବୋଲି ସେ କହିଛନ୍ତି। ଦେଶରେ ଅନ୍‌ଲକ୍‌ ଶୀଘ୍ର ହେବାର ସମ୍ଭାବନା ନ ଥିବା କୁହାଯାଉଛି।

Share