ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌, ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଚଳିତଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି। କୋଟାଗୋରୀ ‘ଏ’ରେ ୨୦ଟି ଜିଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜିଲା ରହିଛି ବୋଲି ପ୍ରେସ୍‌ମିଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲାରେ ସପ୍ତାହାନ୍ତ ଶଟ୍‌ଡାଉନ ରହିବ ନାହିଁ। ୧୬ ଜୁଲାଇ ଯାଏ ଆଶିଂକ ଲକ୍‌ଡାଉନ ରହିବ । ମଲ, ସ୍ପା ଓ ପାର୍ଲର ଛାଡ଼ିଦେଲେ ଆଉ ସମସ୍ତ ଦୋକାନ ଖୋଲିବ। ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାରରେ ପାଇଁ ପୁରୁଣା ନିୟମ ଜାରି ରହିବ।

କାଟାଗୋରୀ-‘ଏ’ରେ ଥିବା ଜିଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା।

କାଟାଗୋରୀ ‘ଏ’:

ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ।

-ବସ୍‌ ଚଳାଚଳକୁ ଅନୁମତି।

-ସେଲୁନ୍‌ ଖୋଲିବ।

ତେବେ କାଟାଗୋରୀ ‘ବି’ରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ ଆଦି ଜିଲା ରହିଛି।

କାଟାଗୋରୀ ‘ବି’

– ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଦୋକାନ ବଜାର ଖୋଲା ରହିବ।

-ବସ୍‌ ଚଳାଚଳକୁ ଅନୁମତି ନାହିଁ।