ବଢ଼ିପାରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେବ ସଂକ୍ରମଣ ହାର ୧୦ ହଜାର ଉପରେ ରହୁଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ମେ’ ୫ ତାରିଖରୁ ସମଗ୍ର ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଆସନ୍ତା ୧୯ ତାରିଖରେ ୧୪ ଦିନିଆ ଲକ୍‌ଡାଉନର ଅବଧି ଶେଷହେବାକୁ ଯାଉଛି। ସଂକ୍ରମଣ ସ୍ତର ଖସୁ ନ ଥିବାରୁ ରାଜ୍ୟରେ ପୁଣି ଲକ୍‌ଡାଉନ ଅବଧି ବୃଦ୍ଧି ହେବା ନିଶ୍ଚିତ ମନେହେଉଛି। ଏଭଳିସ୍ଥଳେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା. ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଠୀ, ରମାକାନ୍ତ ପଣ୍ଡା କମିଟିରେ ଥିବାବେଳେ ଡିଏମ୍‌ଇଟି ଏହାର ଆବାହକ ଅଛନ୍ତି। ଏହି କମିଟି ରାଜ୍ୟ ସରକାରଙ୍କୁ କୋଭିଡ୍‌ ପରିଚାଳନା ଓ ଟିକାକରଣ ପ୍ରସ୍ତୁତି ନେଇ ପରାମର୍ଶ ଦେବ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ତୃତୀୟ ଲହର ଛୋଟ ପିଲାମାନଙ୍କୁ ସଂକ୍ରମିତ କରିପାରେ। ଏଥିପାଇଁ କିପରି ପ୍ରସ୍ତୁତ ରହିବାକୁ ହେବ ସେ ନେଇ କମିଟି ସରକାରଙ୍କୁ ପରାମର୍ଶ ଦେବ। ଅନ୍ୟାନ୍ୟ ବଡ଼ ବଡ଼ ଦେଶରେ କରୋନାକୁ କିପରି ସଫଳ ଭାବେ ମୁକାବିଲା କରାଯାଇଛି, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ କିପରି କରୋନା ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ କରାଯିବ, ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସୁବିଧାର ଉନ୍ନତି ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେ ନେଇ କମିଟି ସରକାରଙ୍କୁ ମାର୍ଗଦର୍ଶନ କରିବ। ପିଲାମାନଙ୍କ ଚିକିତ୍ସା ପାଇଁ କ’ଣ ଭିତ୍ତିଭୂମି ଓ ମାନବ ସମ୍ବଳର ଆବଶ୍ୟକତା ରହିଛି ସେ ସବୁ ବିଷୟରେ ସରକାରଙ୍କୁ ସହାୟତା କରିବ। ପରାମର୍ଶଦାତା କମିଟି ଦେଇଥିବା ସୁପାରିସକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ଗତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଶୁକ୍ରବାର ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍‌ ତରଫରୁ ଗ୍ଲୋବାଲ ଟେଣ୍ଡର ଡକାଯାଇଛି। ଟେଣ୍ଡର ଡକ୍ୟୁମେଣ୍ଟକୁ ନିଗମର ଓ୍ବେବ୍‌ସାଇଟରେ ଅପ୍‌ଲୋଡ କରାଯାଇଛି। ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯେ କି ଖୁବ୍‌ କମ୍‌ ସମୟ ଭିତରେ ଗ୍ଲୋବାଲ ଟେଣ୍ଡର କରିପାରିଛି। ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଟେଣ୍ଡର କରାଯାଇଛି। ୪ ମାସ ମଧ୍ୟରେ ଟିକା କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୯ ତାରିଖରେ ପ୍ରି-ବିିଡିଂ କରାଯିବ। ୨୮ ତାରିଖ ଭିତରେ ଟେଣ୍ଡର ସମ୍ପୂର୍ଣ୍ଣ କରାଯିବ। ଯଦି ଟେଣ୍ଡର ସଫଳ ହୁଏ ତେବେ ଖୁବ୍‌ଶୀଘ୍ର ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ୧୦ ଦିନ ହେବ ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟସବୁ ଦୋକାନ ବଜାର ବନ୍ଦ ରହିଛି। ପ୍ରତ୍ୟେକ ଜିଲାର କୋଭିଡ୍‌ ସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତ୍ୟେକ ଦିନ ଏହାକୁ ବିଶ୍ଳେଷଣ କରାଯାଉଛି। ଗତ ଦୁଇ ସପ୍ତାହ ଭିତରେ ଯଦି ଦେଖାଯାଏ ତେବେ ୧୦ ଜିଲାରେ ସଂକ୍ରମଣ ସ୍ଥିତି ସମାନ ରହିଛି। କିଛି କିଛି ଜିଲାରେ କମିବା ଆରମ୍ଭ ହୋଇଛି। ରାଜ୍ୟର ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଗଜପତି, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ନୂଆପଡ଼ା ଜିଲାରେ ସଂକ୍ରମଣ ହାର ସମାନ ସ୍ଥିତିରେ ରହୁଛି ବା କମି କମି ଆସୁଛି। ଲକ୍‌ଡାଉନ ସତ୍ତ୍ୱେ ଗତ ୧୦ ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ଗୋଟିଏ ସ୍ଥିତିରେ ୧୦ରୁ ୧୨ ହଜାର ମଧ୍ୟରେ ରହୁଛି। ଏହାକୁ ଆମେ ହାଲୁକା ଭାବେ ନେବାନାହିଁ। କୋଭିଡ୍‌ ଗାଇଡ୍‌ଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। ବାହାରକୁ ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ଭଲଭାବେ ପିନ୍ଧି ଯିବା ଦରକାର। କୋଭିଡ୍‌ ଭୂତାଣୁ ଖାଲି ଆଖିରେ ଦେଖାଯାଉ ନାହିଁ। ଏହାକୁ ଅନେକ ଲୋକ ଗୁରୁତର ସହ ନେଉନାହାନ୍ତି। ଗତବର୍ଷ ଯେତେବେଳେ କୋଭିଡ୍‌ ଶୀର୍ଷରେ ଥିଲା ସେତେବେଳେ ଦୈନିକ ୮ ହଜାର ସଂକ୍ରମିତ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ଦୈନିକ ୧୫ ହଜାର କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୩ ହଜାର ଆଇସିୟୁ ଓ ଭେଣ୍ଟିଲେଟରରେ ରହିଛନ୍ତି। ଓଡ଼ିଶାର ଜନସାଧାରଣ ଏହାର ଭୟାବହତାକୁ ଅନୁମାନ କରି କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ବଜାରକୁ ବାରମ୍ବାର ନ ଯାଇ ୫ ଦିନ ପାଇଁ ଥରେ ପନିପରିବା ଓ ଅନ୍ୟାନ୍ୟ ଜିନିଷ କିଣିବା ଦରକାର। ପଡୋଶୀମାନଙ୍କ ସହ ମିଳାମିଶାକୁ ଯଥାସମ୍ଭବ ଏଡେଇବା ଦରକାର। ବାହାରକୁ ଯେତେ ଅଧିକ ଯିବେ ସେତେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି। ଗତବର୍ଷ ଆମେ ମିଳିମିଶି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିଲୁ। ଚଳିତ ବର୍ଷ ଆଉ ୧୫ ଦିନ କିମ୍ବା ମାସେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କରୋନା କଟକଣାକୁ ମାନିଲେ ସଂକ୍ରମଣ କମିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସଂକ୍ରମଣ ହାର ତଳମୁହଁା ହେଉ ନ ଥିବାରୁ ଆଉ ୧୫ ଦିନ ସକାଶେ ରାଜ୍ୟରେ ଲକ୍‌ଡାଉନ ବୃଦ୍ଧି ହେବା ନେଇ ସଙ୍କେତ ମିଳିଲାଣି। ସରକାର ଆସନ୍ତା ୩ ଦିନ ମଧ୍ୟରେ ପରାମର୍ଶଦାତା କମିଟିଙ୍କ ପରାମର୍ଶ ନେଇ ଲକ୍‌ଡାଉନ ଅବଧି ବଢ଼ାଇବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri