Categories: ଜାତୀୟ

କରୋନା ରୋକିବା ପାଇଁ ଲକଡାଉନ ହେଉଛି ଏକମାତ୍ର ସମାଧାନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ କହିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଲକଡାଉନ ହେଉଛି ଏକମାତ୍ର ସମାଧାନ। କେନ୍ଦ୍ରର ନିଷ୍କ୍ରିୟତା ଯୋଗୁ ନିରୀହ ଲୋକ ମୃତ୍ୟୁବରଣ କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩,୫୭,୨୨୯ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩,୪୪୯ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୮୨ ହଜାର ୮୩୩ରେ ପହଞ୍ଚିଛି।

Share