ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ ଲକ୍‌ଡାଉନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଲାଗୁ ହେବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଅନ୍‌ଲକ୍‌ ୪ ପରିପ୍ରେକ୍ଷୀରେ ଜାରି କରାଯାଇଥିବା ନିୟମାବଳୀରେ ସ୍ପଷ୍ଟ କରାଯାଇଛି। ଅନ୍‌ଲକ୍‌ ୪ରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଗମନାଗମନ ଓ ମାଲ୍‌ ପରିବହନ ପାଇଁ ସ୍ବତନ୍ତ୍ର ଅନୁମତି କିମ୍ବା ଇ-ପର୍‌ମିଟ୍‌ର ଆବଶ୍ୟକ ପଡ଼ିବ ନାହିଁ ବୋଲି ଏହି ଗାଇଡ୍‌ଲାଇନରେ କୁହାଯାଇଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଥିଲେ। ତେବେ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ପର୍ଯ୍ୟାୟକ୍ରମେ ତାଲା ଖୋଲିବା ବା ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। ଅନ୍‌ଲକ୍‌ ୩ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଥିବାବେଳେ ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌ ୪ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାର ଶନିବାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳସେବା ଆରମ୍ଭ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିବେ। ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ରେ ସେପ୍ଟେମ୍ବର ୨୧ରୁ ସାମାଜିକ, ରାଜନୈତିକ, ଶୈକ୍ଷିକ, କ୍ରୀଡ଼ା, ଧର୍ମୀୟ ତଥା ଅନ୍ୟାନ୍ୟ ଉତ୍ସବରେ ୧୦୦ ଜଣ ଲୋକଙ୍କୁ ଭାଗନେବା ଲାଗି ଅନୁମତି ମିଳିବ। ତେବେ ଏଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହ୍ୟାଣ୍ଡ ଓ୍ବାଶ୍‌ ତଥା ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ତେବେ ସ୍କୁଲ୍‌କୁ ୫୦ ପ୍ରତିଶତ ଶିକ୍ଷକ ଆସିବେ। ଏହି ସମୟରେ ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିବ। ଶିକ୍ଷକଙ୍କଠାରୁ ପାଠ ବୁଝିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍କୁଲକୁ ଯାଇପାରିବେ। ଏଥିପାଇଁ ସେମାନଙ୍କୁ ମାତାପିତା ବା ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ। ଦକ୍ଷତା କିମ୍ବା ଔଦ୍ୟୋଗିକ ତାଲିମ ପାଇଁ ଅନୁମତି ଦିଆଯାଇଛି। ସୁଇମିଂ ପୁଲ୍‌ ଓ ଇନ୍‌ଡୋର ଥିଏଟର ମଧ୍ୟ ଅନ୍‌ଲକ୍‌ ୪ରେ ବନ୍ଦ ରହିବ। ଖୋଲା ରଙ୍ଗମଞ୍ଚକୁ ସେପ୍ଟେମ୍ବର ୨୧ରୁ ଖୋଲିବାକୁ ଅନୁମତି ମିଳିବ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମତାମତ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗଗୁଡ଼ିକର ପରାମର୍ଶ ଆଧାରରେ ଏହି ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। କୋଭିଡ୍‌-୧୯ ପରିଚାଳନା ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏହା ବ୍ୟତୀତ ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ବ୍ୟବହାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ଅଧିକ ସଂକ୍ରମଣ ଆଶଙ୍କା ଥିବା ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ମହିଳା, ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri