ଲକ୍‌ଡାଉନ୍‌: ବଢ଼ିଛି ଓଜୋନ ପ୍ରଦୂଷଣ

ନୂଆଦିଲ୍ଲୀ,୩୦ା୬: ଲକ୍‌ଡାଉନ ଯୋଗୁ ସାରା ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଥିଲା। କଳକାରଖାନା, ଗାଡ଼ିମୋଟର ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଉଥିବାର ଖବର ଆସିଥିଲା। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲକ୍‌ଡାଉନ ସମୟରେ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ (ଏନ୍‌ଓ୨) ଏବଂ ସୂକ୍ଷ୍ମ କଣିକା ପଦାର୍ଥ ବା ପିଏମ୍‌୨.୫ ସ୍ତର ହ୍ରାସ ପାଇଥିବାବେଳେ ଓଜୋନରୁ ପ୍ରଦୂଷଣ ବୃଦ୍ଧିପାଇଛି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (ସିଏସ୍‌ଇ) ବୁଧବାର କହିଛି ଯେ, ମାର୍ଚ୍ଚ ୨୫ରେ ଭାରତରେ ଲକ୍‌ଡାଉନ ଆରମ୍ଭ ହେବାଠାରୁ ଦେଶର ୨୨ ବଡ଼ ସହରରେ ଓଜୋନ ପ୍ରଦୂଷଣ ବୃଦ୍ଧି ପାଇଛି। ଅତ୍ୟଧିକ ପ୍ରତିକ୍ରିୟାଶୀଳ ଓଜୋନ ଗ୍ୟାସ୍‌ (ଓ୩) ପୃଥିବୀର ଷ୍ଟ୍ରାଟୋସ୍ପିୟର (ସମତାପ ମଣ୍ଡଳ)ରେ ଥିବାବେଳେ ଜୀବନକୁ ରକ୍ଷା କରିବାରେ ସାହାଯ୍ୟ କରେ। ସେଠାରେ ଏହା ଓଜୋନ ସ୍ତର ସୃଷ୍ଟିକରେ, ଯାହା ସୂର୍ଯ୍ୟଙ୍କଠାରୁ ଅତିବାଇଗଣି ରଶ୍ମିକୁ ଛାଣିଥାଏ। କିନ୍ତୁ ଟ୍ରପୋସ୍ପିୟର (ବାୟୁମଣ୍ଡଳର ସବୁଠୁ ନିମ୍ନସ୍ତର)ରେ ଓଜୋନ ଏକ ପ୍ରଦୂଷକ ଭାବେ କାର୍ଯ୍ୟ କରେ। ଏହାଦ୍ୱାରା ଶ୍ୱାସକ୍ରିୟାଜନିତ ରୋଗ ଏବଂ ହୃଦ୍‌ରୋଗ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ବିଶେଷକରି ବାହ୍ୟ ବାୟୁ ପ୍ରଦୂଷଣ କାରଣରୁ ହେଉଥିବା ଅନେକ କୁପ୍ରଭାବ ପାଇଁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ (ଏନ୍‌ଓ୨) ଏବଂ ସୂକ୍ଷ୍ମ କଣିକା ପଦାର୍ଥ (ପିଏମ୍‌୨.୫ ଏବଂ ପିଏମ୍‌୧୦) ସହିତ ଟ୍ରପୋସ୍ପରିକ ଓଜୋନ ଦାୟୀ।
ସିଏସ୍‌ଇ ପକ୍ଷରୁ ୨୦୧୯ ଜାନୁୟାରୀ ୧ରୁ ଚଳିତବର୍ଷ ମେ ୩୧ ଯାଏ ୨୨ ସହରରେ ୪ ପ୍ରମୁଖ ପ୍ରଦୂଷକ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, ପିଏମ୍‌୨.୫, ପିଏମ୍‌୧୦ ଏବଂ ଓଜୋନର ସ୍ଥିତି ବିଶ୍ଲେଷଣ କରାଯାଇଥିଲା। ଉକ୍ତ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଏନ୍‌ସିଆର୍‌ (ଫରିଦାବାଦ, ଗାଜିଆବାଦ, ଗୁରୁଗ୍ରାମ ଏବଂ ନୋଏଡା ସମେତ), କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ଉଜ୍ଜୟିନୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଜୟପୁର, ଯୋଧପୁର, ପାଟନା, ବିଶାଖାପାଟଣା, ଅମୃତସର, ହାଓଡା, ପୁଣେ, ଗୁଆହାଟି, ଲକ୍ଷ୍ନୌ ଏବଂ କୋଚି ଆଦି ରହିଛି। ବିଶ୍ଳେଷଣରୁ ଜଣାପଡିଛି ଯେ, ଲକ୍‌ଡାଉନ୍‌ ସମୟରେ ଅନେକ ଦିନ ଧରି ସହରଗୁଡ଼ିକର ଓଜୋନ ପ୍ରଦୂଷଣ ନିର୍ଦ୍ଧାରିତ ମାନକଠାରୁ ଅଧିକ ଥିଲା। ଅହମ୍ମଦାବାଦରେ ସର୍ବାଧିକ ୪୩ ଦିନ ଧରି ନିର୍ଦ୍ଧାରିତ ମାନକଠାରୁ ଅଧିକ ଥିଲା ଓଜୋନ ପ୍ରଦୂଷଣ। ସେହିପରି ଉଜ୍ଜୟିନୀରେ ୩୮ ଦିନ, ଗୁରୁଗ୍ରାମରେ ୨୬ ଦିନ, ଗାଜିଆବାଦରେ ୧୫ ଦିନ ଏବଂ ନୋଏଡାରେ ୧୨ ଦିନ ପାଇଁ ମାନକ ଅତିକ୍ରମ କରିଛି ଓଜୋନ ପ୍ରଦୂଷଣ। ଏପରି କି ଗୋଟିଏ ସହରର ଭିନ୍ନ ଭିନ୍ନ ସ୍ଥାନରେ ଓଜୋନ ପ୍ରଦୂଷଣ ସ୍ଥିତି ଭିନ୍ନ ରହିଥିଲା। ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ଅହମ୍ମଦାବାଦକୁ ଦେଖିଲେ ଅତି କମ୍‌ରେ ଗୋଟିଏ ମେଜରିଂ ଷ୍ଟେଶନରେ ଲକ୍‌ଡାଉନ ଅବଧିର ଦୁଇ ତୃତୀୟାଂଶ ଦିନରେ ନିର୍ଦ୍ଧାରିତ ମାନକଠାରୁ ଓଜୋନ ପ୍ରଦୂଷଣ ଅଧିକ ଥିଲା।
ସୂଚନାଥାଉ କି, ବିଶ୍ୱର ଅନେକ ସ୍ଥାନରେ ଗରମ ମାସରେ ଓଜୋନ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଏହା ସଫା ବାୟୁ ଥିବା ଅଞ୍ଚଳରେ ମଧ୍ୟ ବୃଦ୍ଧି ହୁଏ। ସିଏସ୍‌ଇ ଅନୁଯାୟୀ, ଓଜୋନ କୌଣସି ଉତ୍ସ ଦ୍ୱାରା ସିଧାସଳଖ ନିର୍ଗତ ହୁଏ ନାହିଁ। କିନ୍ତୁ ସୂର୍ଯ୍ୟକିରଣ ଏବଂ ଉତ୍ତାପ ପ୍ରଭାବରେ ବାୟୁରେ ଥିବା ନାଇଟ୍ରୋଜେନ ଅକ୍ସାଇଡ୍‌ (ଏନ୍‌ଓଏକ୍ସ) ଏବଂ ଅନ୍ୟାନ୍ୟ ଭିଓସିଏସ୍‌ (ଭୋଲାଟାଇଟ୍‌ ଅର୍ଗାନିକ୍‌ କମ୍ପାଉଣ୍ଡ୍‌ସ) ଓ ଗ୍ୟାସ୍‌ ମଧ୍ୟରେ ଫଟୋକେମିକାଲ ପ୍ରତିକ୍ରିୟା ଦ୍ୱାରା ତାହା ସୃଷ୍ଟି ହୁଏ। ହେଲେ ଉଚ୍ଚ ନାଇଟ୍ରୋଜେନ ଅକ୍ସାଇଡ୍‌ ସ୍ତର ପୁନର୍ବାର ଓଜୋନ ସହିତ ପ୍ରତିକ୍ରିୟା କରିପାରେ ଏବଂ ତାହାକୁ ପୋଛି ଦେଇପାରେ। ହେଲେ ଅଧିକ ସଫା ବାୟୁ ଥିବା ଅଞ୍ଚଳକୁ ପଳାଇଯାଉଥିବା ଓଜୋନକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ନାଇଟ୍ରୋଜେନ ଅକ୍ସାଇଡ୍‌ ନାହିଁ। ଫଳରେ ଉକ୍ତ ଅଞ୍ଚଳରେ ଓଜୋନ ବୃଦ୍ଧି ପାଏ। ଭାରତରେ, ଗ୍ରୀଷ୍ମ ସମୟରେ ଲକ୍‌ଡାଉନ ଲାଗୁ କରାଯାଇଥିଲା। ଏହାର ପ୍ରଭାବରେ ତାପମାତ୍ରାରେ ନାଇଟ୍ରୋଜେନ ଅକ୍ସାଇଡ୍‌ ସାଧାରଣ ସ୍ତରଠାରୁ କମ୍‌ ହୋଇଥିଲା। ବ୍ରିଟେନରେ ମଧ୍ୟ ସମାନ ଧାରା ଦେଖାଯାଇଥିଲା, ଯେଉଁଠାରେ ଲକ୍‌ଡାଉନ ସମୟରେ ନାଇଟ୍ରୋଜେନ ଅକ୍ସାଇଡ ସ୍ତର ୨୦ରୁ ୮୦ ପ୍ରତିଶତ ହ୍ରାସ ପାଇଥିଲା, କିନ୍ତୁ ଓଜୋନ ସ୍ତର ବୃଦ୍ଧି ପାଇଥିଲା। ଲକଡାଉନ୍‌ ଏବଂ ସାମାଜିକ ଦୂରତ୍ୱରୁ ବାୟୁ ସଫା ହେବା ଏବଂ ନାଇଟ୍ରୋଜେନ ଅକ୍ସାଇଡ୍‌, ଧୂଳିକଣା ହ୍ରାସ ହେବା ଭଲ ଫଳାଫଳ। କିନ୍ତୁ ଉଚ୍ଚସ୍ତରର କ୍ଷତିକାରକ ଓଜୋନ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଯଦି ସମସ୍ତ ଉତ୍ସରୁ ଗ୍ୟାସ ନିୟନ୍ତ୍ରିତ କରାଯାଏ ତେବେ ଓଜୋନକୁ ନିୟନ୍ତ୍ରଣ କରାଯାଇପାରିବ।
ସିଏସ୍‌ଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ରିସର୍ଚ୍ଚ ଆଣ୍ଡ ଆଡଭୋକେସି) ଅନୁମିତା ରାୟଚୌଧୁରୀ କହିଛନ୍ତି ଯେ, ପ୍ରଦୂଷଣ ହ୍ରାସ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ। ମହାମାରୀର ପରବର୍ତ୍ତୀ ସମୟରେ ଲାଭକୁ ବଜାୟ ରଖିବା ପାଇଁ ‘ନୀଳ ଆକାଶ ଏବଂ ସ୍ବଚ୍ଛ ଫୁସ୍‌ଫୁସ୍‌’ ନିମନ୍ତେ ଏକ ଏଜେଣ୍ଡା ଆବଶ୍ୟକ। ଫଳରେ ଓଜୋନ ସମେତ ଉଭୟ କଣିକା ଏବଂ ଗ୍ୟାସୀୟ ନିର୍ଗମନ ହ୍ରାସ ପାଇଁ ନିଶ୍ଚିତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri