ଏହି ରାଜ୍ୟରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଜୟପୁର,୧୯।୪: କରୋନା ସଂକ୍ରମଣ ନେଇ ରାଜସ୍ଥାନରେ ସ୍ଥିତ ବେକାବୁ ହେବାରେ ଲାଗିଛି। ଏପରି ସ୍ଥଳେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ପକ୍ଷରୁ ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପ୍ରିଲ୍‌ ୧୯ଠାରୁ ମେ’ ୩ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିବ। ଏହାପରେ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ଏହାକୁ ‘ ଜନ ଅନୁଶାସନ ପଖଓ୍ବାଡ଼ା’ ଭାବେ ନାମିତ କରିଛନ୍ତି। ଏଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ରାଜ୍ୟରୁ ପ୍ରବାସୀ ଶ୍ରମିକ ଯେଭଳି ପଳାୟନ ନ କରିବେ ସେଥିପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିବ ବୋଲି ସରକାର କହିଛନ୍ତି। ତେଜରାତି ଦୋକାନ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ପନିପରିବା ଦୋକାନରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିକ୍ରି ହୋଇ ପାରିବ ବୋଲି କୁହାଯାଇଛି। ରାଜ୍ୟକୁ ବାହାରୁ ଆସୁଥିବା ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ୭୨ ଘଣ୍ଟା ମଧ୍ୟରେ ସେମାନଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବା ନେଇ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

Share