Categories: ଜାତୀୟ

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ୨ ଦିନ ଭିତରେ ଲକ୍‌ଡାଉନ୍‌ ନିଷ୍ପତ୍ତି

ମୁମ୍ବାଇ,୧୧।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସରକାର ରବିବାର ରାଜ୍ୟ କୋଭିଡ ଟାସ୍କ ଫୋର୍ସ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଲକ୍‌ଡାଉନ୍‌ ଉପରେ ନିଷ୍ପତ୍ତି ନେଇଛନ୍ତି। ମହାମାରୀ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ ପକାଇବା ସପକ୍ଷରେ ମତ ଦେଇଥିଲେ। ଟାସ୍କଫୋର୍ସର କିଛି ସଦସ୍ୟ କହିଛନ୍ତି ଯେ କରୋନା ଶୃଙ୍ଖଳା ଭାଙ୍ଗିବା ପାଇଁ ୧୪ ଦିନର କଡା ଲକଡାଉନ ଆବଶ୍ୟକ। ତେଣୁ ମହାରାଷ୍ଟ୍ରରେ ଲକଡାଉନ ପକାଇବାକୁ ଏକରୁ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଇପାରେ।
ସୂଚନାଯୋଗ୍ୟ, ଶନିବାର ମହାରାଷ୍ଟ୍ରରେ ୫୫,୪୧୧ ନୂଆ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି। ରାଜ୍ୟରେ ସଂକ୍ରମିତ ସମୁଦାୟ ସଂଖ୍ୟା ୩୩,୪୩,୯୫୧ ରେ ପହଞ୍ଚିଛି। ଏଥି ସହିତ, ଗୋଟିଏ ଦିନରେ ୩୦୯ ଜଣଙ୍କର ମୃତ୍ୟୁ ହେତୁ ମୋଟ ମୃତ୍ୟୁ ସଂଖ୍ୟା ୫୭,୬୩୮ କୁ ବୃଦ୍ଧି ପାଇଛି।

Share