୭ ଜୁନ୍‌ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ଅଡ୍‌-ଇଭିନ୍‌ରେ ଖୋଲିବ ଦୋକାନ…

ଚଣ୍ଡିଗଡ଼,୩୦।୫: କରୋନା ମହାମାରୀ ସଂକ୍ରମଣରେ ରୋକ ଲଗାଇବା ପାଇଁ ହରିୟାଣାରେ ୭ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଦୋକାନ ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ। ତେବେ ଦୋକାନୀମାନଙ୍କୁ ଅଡ୍‌-ଇଭିନ୍‌ ଫର୍ମୂଲାରେ ଦୋକାନ ଖୋଲିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାତ୍ର ୧୦ଟାରୁ ଭୋର୍‌ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Share