ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମେ’ ୫ରୁ ଲକ୍‌ଡାଉନ୍‌

ଭୁବନେଶ୍ୱର,୨।୫(ବ୍ୟୁରୋ): ଶେଷ ଅସ୍ତ୍ର ପ୍ରୟୋଗ କଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ରବିବାର ମେ’ ୫ରୁ ୧୯ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତା ବୁଧବାରରୁ ଏହି ଲକ୍‌ଡାଉନ୍‌ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲିଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରିପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।