କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେଠାରେ କାମ କରୁଥିବା ସମୟରେ ଅନେକ ଶ୍ରମିକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହେଉଛି। କେତେକଙ୍କ ମୃତଦେହ ଟଙ୍କା ଅଭାବରୁ ପରିବାର ଲୋକେ ଗାଁକୁ ଆଣିପାରୁ ନ ଥିବାବେଳେ କାଁ ଭାଁ କେତେଜଣଙ୍କ ମୃତଦେହ ଗାଁକୁ ଫେରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଧର୍ମଗଡ ଉପଖଣ୍ଡରେ ଥିବା ଧର୍ମଗଡ, କୋକସରା, କଲମପୁର, ଗୋଲାମୁଣ୍ଡା, ଜୁନାଗଡ, ଜୟପାଟଣା ଆଦି ବ୍ଲକରୁ ଅନେକ ଶ୍ରମିକ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଗତ ୧ବର୍ଷରେ ଏଠାକାର ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି। ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ଶ୍ରମବିଭାଗ ଦୃଷ୍ଟି ଦେଉ ନ ଥିବାରୁ ସମସ୍ୟା ବଢିବାରେ ଲାଗିଛି। ଜିଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ପ୍ରାୟ ୩ହଜାର ଭୋଟର ଥିବାବେଳେ ସେଥିମଧ୍ୟରୁ ୨ହଜାର ଲୋକ ଏବେ ଦାଦନ ଯାଇଥିବା ଜଣାପଡିଛି। ଗ୍ରାମର ପ୍ରାୟ ଘରର ସଦସ୍ୟ ଦାଦନ ଯାଇଛନ୍ତି। ଦାଦନ ଯାଇଥିବା ଯୋଗୁ ଅନେକ ଘରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯେଉଁମାନଙ୍କ ପରିବାରର ରାଶନ କାର୍ଡ ଅଛି ସେମାନେ କେବଳ ରାଶନ କାର୍ଡ ଖଣ୍ଡିକ ବଞ୍ଚାଇ ରଖିବା ପାଇଁ ଘରେ ଜଣେ ସଦସ୍ୟଙ୍କୁ ଛାଡି ଯାଇଛନ୍ତି। ଏହି ଗାଁ ବ୍ଲକର ଦାଦନ ଶ୍ରମିକମାନଙ୍କ ହବ୍‌ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ଲୋକେ ଏଠାରେ କାମଧନ୍ଦା ନ ପାଇ ବାଧ୍ୟ ହୋଇ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେମାନେ ଦାଦନ ଖଟିବାକୁ ଗୁଜରାଟ, ଚେନାଇ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ପୁଣେ, ତେଲେଙ୍ଗାନା ଓ ଗୋଆ ଭଳି ରାଜ୍ୟକୁ ଯାଇଛନ୍ତି। ମାନଝରି ଗାଁରେ ଗତ ୨ବର୍ଷ ମଧ୍ୟରେ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ତ୍ରିଲୋଚନ ବିଶିଙ୍କ ଚେନାଇରେ ମୃତ୍ୟୁ ହୋଇଥିବାବେଳେ ଗତ ମାର୍ଚ୍ଚ ୩୧ରେ ଉଦ୍ଧବ କାଣ୍ଡଙ୍କ ତେଲେଙ୍ଗାନାର ଏକ ଇଟା ଭାଟିରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗ୍ରାମର ଦିବ୍ୟ ଶଙ୍କର ଦାସ ଓ କମେନି କାଣ୍ଡ କହନ୍ତି, କାମଧନ୍ଦା ନ ପାଇବାରୁ ଆମ ଗାଁର ପ୍ରତି ଘରର ଲୋକ ଦାଦନ ଯାଇଛନ୍ତି। ଏଠାରେ କାମ କଲେ ଠିକ୍‌ ପରିମାଣରେ ଟଙ୍କା ମିଳୁନାହିଁ। ସେଥିପାଇଁ ସମସ୍ତେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି କହିଛନ୍ତି। ସେହିପରି ଗ୍ରାମର ଜଣେ ବୃଦ୍ଧା ନମିତା ମାଝି କହନ୍ତି, ଏଠାରେ କାମ ନ ମିଳିବାରୁ ପରିବାର ପ୍ରତିପୋଷଣ ପାଇଁ ମୋ ପୁଅ, ବୋହୂ ଓ ନାତି ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ସଚେତନ କରିବା ସତ୍ତ୍ୱେ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବାକୁ ଯିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜୀକରଣ କରିବାର ନିୟମ ରହିଥିଲେ ମଧ୍ୟ ତାହାକୁ ସେମାନେ ମାନୁନାହନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri