ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ଓମିକ୍ରନ ଭାରିଆଣ୍ଟ୍‌ର ଆ୍ରକାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାରୁ ଚାଇନାର ଜେଜିଆଙ୍ଗ ଅଞ୍ଚଳରେ ପୁନର୍ବାର ଲକ୍‌ଡାଉନ୍‌ ଲାଗୁ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ୧୨ରୁ ଅଧିକ କମ୍ପାନୀର ଉତ୍ପାଦନ ବନ୍ଦ କରାଯାଇଛି।

୬ ରୁ ୧୨ ଡିସେମ୍ବର ମଧ୍ୟରେ, ଜେଜିଆଙ୍ଗରେ ୧୭୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ସ୍ଥାନୀୟ ଭାବରେ ସଂକ୍ରମିତ ହୋଇଛନ୍ତି। ସୋମବାର ଚାଇନାର ମୋଟ ୮୦ ସ୍ଥାନୀୟ ସଂକ୍ରମଣର ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୪ ଜଣ କେବଳ ଜେଜିଆଙ୍ଗ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପ୍ରାନ୍ତୀୟ ସରକାର କହିଛନ୍ତି ଯେ, ନିଙ୍ଗବୋରେ ୪୪ ଆକ୍ରାନ୍ତ, ଶାଓସିଂରେ ୭୭ ଜଣ ଏବଂ ଗୋଟିଏ ବିନାଲକ୍ଷଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୧୭ ଜଣଙ୍କୁ ପ୍ରାଦେଶିକ ରାଜଧାନୀ ହାଙ୍ଗଜୋରୁ ଚିହ୍ନଟ ହୋଇଛନ୍ତିି। ଜେଜିଆଙ୍ଗ ପ୍ରାଦେଶିକ କେନ୍ଦ୍ର ରୋଗ ନିୟନ୍ତ୍ରଣ ଏବଂ ନିରାକରଣର ଜଣେ ଅଧିକାରୀ କହିଛନ୍ତି ଯେ ଜିନୋମ ସିକ୍ୱେନ୍ସିଂ ବିଶ୍ଳେଷଣରୁ ଜଣାପଡିଛି ଯେ ଡେଲଟା ଷ୍ଟ୍ରେନ ଏଓ୍ବାଇ-୪ ଯୋଗୁ ତିନୋଟି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନା ଭାଇରସ ଅପେକ୍ଷା ଏହା ଦ୍ରୁତ ସଂକ୍ରମଣ କରିବା ସହିତ ଅଧିକ ବିପଜ୍ଜନକ।

ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସାଧାରଣଙ୍କ ସମାବେଶ ଏବଂ ପ୍ରଦେଶ ବାହାକରକୁ ଯାତ୍ରା କରିବାକୁ ବାରଣ କରିଛନ୍ତି।

କରୋନା ମହାମାରୀର ପ୍ରଥମ ଆକାନ୍ତଙ୍କୁ ଡିସେମ୍ବର ୨୦୧୯ରେ ଚାଇନାର ଉହାନରୁ ଚିହ୍ନଟ କରାଯାଇଥିଲା। ଖୁବ ଶୀଘ୍ର ଏହା ସମଗ୍ର ଚାଇନାରେ ବ୍ୟାପିଗଲା ଏବଂ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ଏହାର ସଂକ୍ରମଣ ହୋଇଥିଲା। କରୋନା ଯୋଗୁ ଚାଇନାରେ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ଏଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି।

Share