ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ଓମିକ୍ରନ ଭାରିଆଣ୍ଟ୍‌ର ଆ୍ରକାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାରୁ ଚାଇନାର ଜେଜିଆଙ୍ଗ ଅଞ୍ଚଳରେ ପୁନର୍ବାର ଲକ୍‌ଡାଉନ୍‌ ଲାଗୁ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ୧୨ରୁ ଅଧିକ କମ୍ପାନୀର ଉତ୍ପାଦନ ବନ୍ଦ କରାଯାଇଛି।

୬ ରୁ ୧୨ ଡିସେମ୍ବର ମଧ୍ୟରେ, ଜେଜିଆଙ୍ଗରେ ୧୭୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ସ୍ଥାନୀୟ ଭାବରେ ସଂକ୍ରମିତ ହୋଇଛନ୍ତି। ସୋମବାର ଚାଇନାର ମୋଟ ୮୦ ସ୍ଥାନୀୟ ସଂକ୍ରମଣର ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୪ ଜଣ କେବଳ ଜେଜିଆଙ୍ଗ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପ୍ରାନ୍ତୀୟ ସରକାର କହିଛନ୍ତି ଯେ, ନିଙ୍ଗବୋରେ ୪୪ ଆକ୍ରାନ୍ତ, ଶାଓସିଂରେ ୭୭ ଜଣ ଏବଂ ଗୋଟିଏ ବିନାଲକ୍ଷଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୧୭ ଜଣଙ୍କୁ ପ୍ରାଦେଶିକ ରାଜଧାନୀ ହାଙ୍ଗଜୋରୁ ଚିହ୍ନଟ ହୋଇଛନ୍ତିି। ଜେଜିଆଙ୍ଗ ପ୍ରାଦେଶିକ କେନ୍ଦ୍ର ରୋଗ ନିୟନ୍ତ୍ରଣ ଏବଂ ନିରାକରଣର ଜଣେ ଅଧିକାରୀ କହିଛନ୍ତି ଯେ ଜିନୋମ ସିକ୍ୱେନ୍ସିଂ ବିଶ୍ଳେଷଣରୁ ଜଣାପଡିଛି ଯେ ଡେଲଟା ଷ୍ଟ୍ରେନ ଏଓ୍ବାଇ-୪ ଯୋଗୁ ତିନୋଟି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନା ଭାଇରସ ଅପେକ୍ଷା ଏହା ଦ୍ରୁତ ସଂକ୍ରମଣ କରିବା ସହିତ ଅଧିକ ବିପଜ୍ଜନକ।

ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସାଧାରଣଙ୍କ ସମାବେଶ ଏବଂ ପ୍ରଦେଶ ବାହାକରକୁ ଯାତ୍ରା କରିବାକୁ ବାରଣ କରିଛନ୍ତି।

କରୋନା ମହାମାରୀର ପ୍ରଥମ ଆକାନ୍ତଙ୍କୁ ଡିସେମ୍ବର ୨୦୧୯ରେ ଚାଇନାର ଉହାନରୁ ଚିହ୍ନଟ କରାଯାଇଥିଲା। ଖୁବ ଶୀଘ୍ର ଏହା ସମଗ୍ର ଚାଇନାରେ ବ୍ୟାପିଗଲା ଏବଂ କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ଏହାର ସଂକ୍ରମଣ ହୋଇଥିଲା। କରୋନା ଯୋଗୁ ଚାଇନାରେ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ଏଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri