ରାଜଧାନୀରୁ ହଟିଲା ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନ୍‌ଲକ୍‌ ପାଇଁ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ବହୁ କଠିନ ପରିଶ୍ରମ ପରେ କରୋନା ନିୟନ୍ତ୍ରଣକୁ ଆସିଛି କିନ୍ତୁ ଲଢ଼େଇ ଏବେ ବି ଜାରି ରହିଛି। ତେଣୁ ରାଜ୍ୟରେ ଧୀରେ ଧୀରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସର୍ବପ୍ରଥମେ ଆର୍ଥିକକୁ ଗୁରୁତ୍ୱ ଦିଆଯିବା ସହ ଗରିବ, ଶ୍ରମିକ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖାଯାଇ ସୋମବାରୁଠାରୁ କନ୍‌ଷ୍ଟ୍ରକ୍ସନ୍‌ କାର୍ଯ୍ୟ ଓ କାରଖାନା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏକ୍ସପର୍ଟଙ୍କ ସହ ଆଲୋଚନା କରି ପରେ ଅନ୍ୟସବୁ ଖୋଲାଯିବ ବୋଲି କେଜରିଓ୍ବାଲ କହିଛନ୍ତି। ଯଦି କରୋନା ନିୟମ ଉଲ୍ଲଂଘନ କିମ୍ବା ଅସାବଧାନତା ହୁଏ ତେବେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ସଂକ୍ରମଣ ବଢ଼ିଲେ ପୁଣି ଥରେ ରାଜ୍ୟରେ ଲାକ୍‌ଡାଉନ୍‌ କରିବାକୁ ପଡ଼ିବ। ତେଣୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ଏବଂ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

Share