ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା ଏବଂ ତାଙ୍କ ସ୍ବୀ ରୁକ୍ମିଣୀ ଶର୍ମା କିଛି ସମ୍ପର୍କୀୟଙ୍କ ସହିତ ମିଶି ଏହି ତାଲା ନିର୍ମାଣ କରିଛନ୍ତି। ତାଲା ତିଆରିରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୬୦ କିଲୋଗ୍ରାମ୍‌ ପିତ୍ତଳ ବ୍ୟବହୃତ ହୋଇଛି।

ସତ୍ୟପ୍ରକାଶଙ୍କ ବଂଶଧର ଗତ ୧୦୦ ବର୍ଷ ଧରି ତାଲା ତିଆରି କାମ କରି ଆସୁଛନ୍ତି। ସତ୍ୟପ୍ରକାଶଙ୍କ ଦ୍ୱାରା ତିଆରି ହୋଇଥିବା ତାଲାର ଲମ୍ବ ୬ ଫୁଟ ୨ ଇଞ୍ଚ ରହିଥିବାବେଳେ ଚୌଡ଼ା ୨ଫୁଟ ସାଢ଼େ ୯ ଇଞ୍ଚ ରହିଛି। ଏଥିରେ ୧୦ଟି ଲିଭର ରହିଛି। ଏବେ ଏହି ତାଲା ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share