ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏସବୁ ସ୍ମାର୍ଟ ସ୍କୁଲର ଉଦଘାଟନ କରାଯାଇଥିଲା। ଏଥିମଧ୍ୟରେ ବ୍ରହ୍ମପୁରରେ ୭ଟି ହାଇସ୍କୁଲ ରହିଛି। ଏହାପୂର୍ବରୁ ଗତ ନଭେମ୍ବର ୧୬ ତାରିଖରେ ବ୍ରହ୍ମପୁରରେ ୪ଟି ସ୍ମାର୍ଟ ସ୍କୁଲ ଉଦଘାଟିତ ହୋଇଥିଲା। ତେବେ ସ୍ମାର୍ଟ ସ୍କୁଲ ଉଦଘାଟନ ପରେ ସେଠାରେ ପାଠ ପଢାଯାଉ ନ ଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ସହରର ଲାଞ୍ଜିପଲୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ ଏଭଳି ଦେଖାଯାଇଛି। ଏହି ବିଦ୍ୟାଳୟଟି ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରଠାରୁ ଦିନଟିଏ ବି ପାଠପଢା ହୋଇ ନ ଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତିି।
ସ୍ମାର୍ଟ ସ୍କୁଲ ଉଦଘାଟନର ଦୀର୍ଘ ଦିନ ପରେ ସେଠାରେ ପାଠପଢା କରା ନଯିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। ପ୍ରାଥମିକ ବିଦ୍ୟାଳୟର ଏକ ଷ୍ଟୋର ରୁମରେ ବିଭିନ୍ନ ସାମଗ୍ରୀ ଥିବା ବେଳେ ଉକ୍ତ ସଂକୀର୍ଣ୍ଣ ଗୃହରେ ପାଠପଢା ହେଉଛି। ବର୍ତ୍ତମାନ ଏହି ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀକୁ ମିଶାଇ ୪୦ ଜଣ ଅଧ୍ୟୟନରତ ଅଛନ୍ତି। କିନ୍ତୁ ସ୍ମାର୍ଟ ସ୍କୁଲରେ ରହିଥିବା କେତେକ ସମସ୍ୟା କାରଣରୁ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ପଢ଼ାଯାଉଥିବା ପ୍ରଧାନ ଶିକ୍ଷୟିତ୍ରୀ ଗାୈରୀ ଦେବୀ କହିଛନ୍ତି। ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ପ୍ରଥମରୁ ଅଷ୍ଟମ ଓ ସାଢ଼େ ୧୦ରୁ ୪ଟା ଯାଏ ନବମ ଓ ଦଶମ ଶ୍ରେଣୀ ପାଠ ପଢାଯାଉଥିବା ସେ କହିଛନ୍ତି। ଏଥିସହ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ନିମନ୍ତେ ସ୍ଥାନ ଅଭାବ କାରଣରୁ ବିଦ୍ୟାଳୟ ପରିସର ବାହାରେ ବସୁଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସ୍ମାର୍ଟ ସ୍କୁଲରେ ଠିକ ଭାବେ ବିଦ୍ୟୁତ ସଂଯୋଗୀକରଣ ହୋଇନି। ସ୍କୁଲ ପରିସରରେ ରହିଥିବା ଏଲଇଡି ଟିଭି ଗୁଡିକ ଲାଗିବା ସମୟରେ ବିଦ୍ୟୁତ ଆଘାତ ଲାଗି ରହୁଛି। ଶାୈଚାଳୟ ନିର୍ମାଣ ହୋଇଛି କିନ୍ତୁ ଡ୍ରେନ୍‌ ଅଚଳାବସ୍ଥା ମଧ୍ୟରେ ରହିଛି। ସ୍କୁଲରେ ରହିଥିବା ସମସ୍ୟା ଗୁଡିକୁ ନେଇ ବିଏମସି ଜେଇଇଙ୍କୁ ବାରମ୍ବାର ଅବଗତ କରାଯାଇଛି, କିନ୍ତୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିନ୍ତୁ ଆସନ୍ତା ସୋମବାରଠାରୁ ସ୍ମାର୍ଟ ସ୍କୁଲରେ ପାଠ ପଢା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri