ରାଜଧାନୀରେ ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲାଗୁ ହୋଇଥିବା ଲକ୍‌ ଡ଼ାଉନ୍‌ ସମୟସୀମାକୁ ପୁଣି ସପ୍ତାହେ ପାଇଁ ବଢ଼ାଇବା ସମ୍ପର୍କରେ ରବିବାର ଘୋଷଣା କରିଛନ୍ତି। ଫଳରେ ଏଠାରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ। ଏହାପରେ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କେରଜରିଓ୍ବାଲ ସୂଚନା ଦେଇଛନ୍ତି। କରୋନା ସହିତ ମୁକାବିଲା କରିବା ଲାଗି ଲକ୍‌ଡାଉନ୍‌ ଶେଷ ଅସ୍ତ୍ର। ରାଜ୍ୟରେ କରୋନା ଲହର ଜାରି ରହିଥିବାରୁ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦିଆଯାଇଛି। ଏହା ମେ’ ୩ ଭୋର୍‌ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share