ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ ସେବାୟତ ପରିବାରଙ୍କ ଦର୍ଶନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଥିଲାଗି ଏଯାବତ ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଅର (ଏସ୍‌ଓପି) ଜାରି ହୋଇ ନ ଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ନେଇ ପୋଲିସ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳରେ ବ୍ୟବସ୍ଥା କରାଯିବା ସହ ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ନିର୍ମାଣ କରାଯାଉଛି। ରବିବାର ପୁରୀ ଏସ୍‌ପି କନୱର ବିଶାଲ ସିଂ ଏହି ବ୍ୟାରିକେଡ୍‌ ନିର୍ମାଣ ଓ ପାର୍କିଂ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପତିତପାବନ ଦର୍ଶନ ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ। ତେଣୁ ଶ୍ରଦ୍ଧାଳୁମାନେ ବିନା ଦ୍ୱିଧାରେ ପତିତପାବନଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପୁରୀବାସୀଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପୋଲିସ ଆବଶ୍ୟକ ପଦକ୍ଷେପ ନେଉଛି। ଜଗନ୍ନାଥବଲ୍ଲଭକୁ ୩ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗକୁ ଦୁଇଚକିଆ ଯାନ ପାଇଁ ରଖାଯାଇଥିବାବେଳେ ଅନ୍ୟ ଭାଗଟି କାର୍‌ ପାର୍କିଂ ଲାଗି ଉଦ୍ଦିଷ୍ଟ ରହିଛି। ସେହିପରି ଅନ୍ୟ ଏକ ଭାଗରେ କାଉଣ୍ଟର ଖୋଲାଯିବ। ସେଠାରେ ଲୋକେ ପହଞ୍ଚି ନିଜ ପରିବାର ସଦସ୍ୟଙ୍କ ପରିଚୟପତ୍ର ଦେଖାଇ ଟୋକନ୍‌ ସଂଗ୍ରହ କରିବେ। ସ୍ଥାନୀୟ ଅଞ୍ଚଳର ଲୋକେ ସାଧାରଣତଃ ଦୁଇଚକିଆ ଯାନ ଯୋଗେ ଦର୍ଶନ ପାଇଁ ଆସିବେ ବୋଲି ଅନୁମାନ କରି ପ୍ରଶାସନ ଦୁଇଚକିଆ ଗାଡ଼ିର ପାର୍କିଂ ଫି ଛାଡ଼ କରିଛି। ସେହିପରି ସେବାୟତ କିମ୍ବା ସ୍ଥାନୀୟ ଲୋକେ ନିର୍ଦ୍ଦିଷ୍ଟ ତାରିଖରେ ମନ୍ଦିର ଯିବା ନେଇ ପ୍ରଶାସନ ସ୍ଥିର କରିଛି, ମାତ୍ର ପତିତପାବନ ଦର୍ଶନ ଉପରେ କୌଣସି କଟକଣା ଜାରି କରାଯାଇନାହିଁ। ଯେ କେହି ଶ୍ରଦ୍ଧାଳୁ ବିନା ଦ୍ୱିଧାରେ ଆସି ପତିତପାବନଙ୍କ ଦର୍ଶନ କରିପାରିବେ। ଏମାନଙ୍କ ପାଇଁ ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳରେ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ଦାସ କହିଛନ୍ତି ଯେ, ମାର୍କେଟ ଛକଠାରୁ ଜିଲା ପ୍ରଶାସନ ବ୍ୟାରିକେଡ୍‌ ବ୍ୟବସ୍ଥା କରିଛି। ସ୍ଥାନୀୟ ଲୋକେ ଟୋକନ୍‌ ଧରି ଜଗନ୍ନାଥ ବଲ୍ଲଭରୁ ବାହାରିବା ପରେ ହିଁ ବ୍ୟାରିକେଡ୍‌ ମଧ୍ୟରେ ପ୍ରବେଶ କରିବେ। ବ୍ୟାରିକେଡ୍‌ ଭିତରେ ଏକ ୨୦ ଫୁଟର ପାଦଚଲା କରିଡର ନିର୍ମାଣ କରାଯାଇଛି। ଏହି କରିଡର ଭିତରେ ସେମାନେ ଚାଲି ଚାଲି ରାଜନଅରସ୍ଥିତ ମୁଖ୍ୟ ବ୍ୟାରିକେଡ୍‌ ପାଖରେ ପହଞ୍ଚିବେ। ସେଠାରେ ୯ଟି ବ୍ୟାରିକେଡ୍‌ରେ ଲୋକଙ୍କୁ ବିଭକ୍ତ କରାଯାଇ ମନ୍ଦିର ଭିତରକୁ ଛଡ଼ାଯିବ। ପରିଚୟପତ୍ର ଓ ଟୋକନ୍‌ ଦେଖାଇ ସ୍ଥାନୀୟ ଲୋକେ ମନ୍ଦିର ପ୍ରବେଶ କରିପାରିବେ ବୋଲି ଆଇଆଇସି ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri