ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର ତୀବ୍ରତା ଏବଂ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ସାଙ୍ଗକୁ ଘୂର୍ଣ୍ଣିଝଡ଼ ଯୋଗୁ ନିଅଁା ବ୍ୟାପିବାରେ ଲାଗିଛି। ପ୍ରାୟ ୪୦,୦୦୦ ଏକର ଜଙ୍ଗଲ ପାଉଁଶ ହୋଇଗଲାଣି। ୧୫ ହଜାର ଅଗ୍ନିଶମ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ସତ୍ତ୍ୱେ ବନାଗ୍ନିକୁ ଆୟତ୍ତ କରାଯାଇପାରି ନାହିଁ। ୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର ହୋଇଯାଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି, ଯାହାକି ଅଧିକ ବି ହୋଇପାରେ। ସ୍ଥାନୀୟ ଅଞ୍ଚଳରେ ଘୋର ଜଳାଭାବ ଅଗ୍ନି ନିର୍ବାପନରେ ବାଧା ସୃଷ୍ଟି କରିଛି। କାର୍ଲିଫନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ତେବେ ନ୍ୟୁସୋମ୍‌ ଏବଂ ଲସ୍‌ଏଞ୍ଜେଲ୍ସ ମେୟର କରେନ୍‌ ବାସ୍‌ଙ୍କ ଭୂମିକାକୁ ନେଇ ବିବାଦ ଉଠିଛି। ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ଡେମୋକ୍ରାଟ୍‌ ଗଭର୍ନରଙ୍କ ଅବହେଳାକୁ ଦାୟୀ କରି ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ବ୍ୟାପିବା ପଛରେ ସରକାରୀ ଓ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ବଜେଟରେ ଲସ୍‌ଏଞ୍ଜେଲ୍ସ ବନ ବିଭାଗ ଏଲ୍‌ଏଡିଏଫ୍‌ ପାଣ୍ଠିରୁ ମେୟର କରେନ୍‌ ବାସ୍‌ ୧୭.୬ ନିୟୁତ ଡଲାର ଖର୍ଚ୍ଚକାଟ କରିଥିଲେ। ସେ ସେହି ଅର୍ଥକୁ ଅପ୍ରବାସୀ ଏବଂ ବାସହୀନଙ୍କ ସହାୟତା ନିମନ୍ତେ ଆବଣ୍ଟନର ନିର୍ଦ୍ଦେଶ ଦେଇଥିଲେ। ସମାଲୋଚକଙ୍କ ଯୁକ୍ତି ହେଲା, ବଜେଟ ହ୍ରାସ ଯୋଗୁ ସଦ୍ୟ ବନାଗ୍ନି ଭଳି ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାମର୍ଥ୍ୟ ସହ ସାଲିସ କରାଯାଇଛି। ଏଭଳି ସଙ୍କଟ ବେଳେ ଘାନା ଗସ୍ତରେ ଥିବା ମେୟରଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି।
ନିଆଁ ଲିଭାଇବା ପାଇଁ ଅତ୍ୟନ୍ତ ଆବଶ୍ୟକ ଜଳର ଉପଯୁକ୍ତ ବ୍ୟବସ୍ଥା କରାଇବାରେ କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ବିଫଳ ହୋଇଥିବାରୁ ତାଙ୍କୁ ମଧ୍ୟ ରାଜ୍ୟ ସାରା ସମାଲୋଚନା କରାଯାଉଛି। ସ୍ମେଲ୍ଟ ପ୍ରଜାତିର ମାଛକୁ ବଞ୍ଚାଇବା ପାଇଁ ନ୍ୟୁସୋମ୍‌ ଜଳ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଘୋର ଜଳାଭାବ ସୃଷ୍ଟି ହୋଇଥିବା କୁହାଯାଉଛି। ଏହିସବୁ ବିଷୟ ସହ ବଜେଟ ହ୍ରାସ ନେତୃବୃନ୍ଦଙ୍କ ଅନୁପସ୍ଥିତି ଏବଂ ସମ୍ବଳ ପରିଚାଳନା ପ୍ରସଙ୍ଗ ମହାନଗରୀର ପ୍ରସ୍ତୁତି ସମ୍ପର୍କିତ ବିତର୍କକୁ ବ୍ୟାପକ କରିଦେଇଛି। ସାଧାରଣ ଜନତାଙ୍କଠାରୁ ନେଇ ରାଜନୈତିକ ବ୍ୟକ୍ତିବିଶେଷ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗଭର୍ନର ନ୍ୟୁସୋମ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆମେରିକାର ଅନ୍ୟତମ ସୌନ୍ଦର୍ଯ୍ୟପୂର୍ଣ୍ଣ ଲସ୍‌ଏଞ୍ଜେଲ୍ସ ଜଳିପୋଡ଼ି ପାଉଁଶ ହୋଇଯାଉଛି। ନ୍ୟୁସୋମ୍‌ଙ୍କ ଭୁଲ୍‌ ଯୋଗୁ ଏହି ମାନବକୃତ ବିପତ୍ତି ମାଡ଼ି ଆସିଛି। ଏଣୁ ନ୍ୟୁସୋମ୍‌ ତୁରନ୍ତ ଗଭର୍ନର ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୧୦ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପ୍‌ ଦାବି କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଟ୍ରମ୍ପ୍‌ ବନାଗ୍ନିରେ ଲୋକଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିବା ସହ ବିଦାୟୀ ଡେମୋକ୍ରାଟ ସରକାରଙ୍କ ସ୍ଥାଣୁତାକୁ ନିନ୍ଦା କରିଛନ୍ତି। ଫେଡେରାଲ ଏମର୍ଜେନ୍ସି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଏଫ୍‌ଇଏମ୍‌ଏ) କାଲିଫର୍ନିଆ ନିଆଁ ନିରୋଧୀ ଅଭିଯାନ ପାଇଁ ସଂଘୀୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଦେଇଛି। ବନାଗ୍ନିରେ ହୋଇଥିବା କ୍ଷତିର ୭୫ ଭାଗ ଆର୍ଥତ୍କ ସହାୟତା ଅଗ୍ନି ପ୍ରଶମନ ସହାୟତା ଅନୁଦାନରୁ ଦିଆଯାଇପାରିବ ବୋଲି କହିଛି।
ରାଜ୍ୟରେ ବାରମ୍ବାର ଏଭଳି ବିପର୍ଯ୍ୟୟ ଦେଖାଯାଉଥିବାରୁ କିଛି ମାସ ତଳେ ବୀମା କମ୍ପାନୀଗୁଡ଼ିକ କାଲିଫର୍ନିଆ ପାଇଁ ପୂର୍ବରୁ ରହିଥିବା ବୀମା କଭରେଜ୍‌କୁ ବନ୍ଦ କରିଦେଇଥିଲେ। ଏବେ ଲସ୍‌ଏଞ୍ଜେଲ୍ସରେ ଜଙ୍ଗଲୀ ନିଆଁ ଘରଗୁଡ଼ିକୁ ଜାଳିଦେଇଛି। ବନାଗ୍ନିରେ ଧ୍ୱଂସ ହୋଇଯାଇଥିବା ବହୁ କୋଠାବାଡ଼ି ଓ ବ୍ୟବସାୟିକ ପ୍ରତିଷ୍ଠାନର ବୀମାକରଣ କରାଯାଇ ନ ଥିଲା। ବାସହରା ହୋଇଥିବା ବହୁ ଘର ମାଲିକ ବୀମା କରି ନ ଥିବାରୁ କ୍ଷତିପୂରଣ ପାଇବେ ନାହିଁ। ୨୦୨୩ରେ ଷ୍ଟେଟ୍‌ ଫାର୍ମ କମ୍ପାନୀ ଘର ମାଲିକମାନଙ୍କଠାରୁ ଇନ୍‌ସ୍ୟୁରାନ୍ସ ଆବେଦନ ଗ୍ରହଣ କରିବା ବନ୍ଦ କରିଦେଇଥିଲା। ଏପରିକି ୭୨,୦୦୦ ଘର ଓ ଆପାର୍ଟମେଣ୍ଟର କଭରେଜ୍‌ ଶେଷ କରିଦେଇଥିଲା।

୫୭ ବିଲିୟନ ଡଲାର ଆର୍ଥିକ କ୍ଷତି

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ରେ ହଲିଉଡ୍‌ର ବହୁ ସେଲିବ୍ରିଟିଙ୍କ କୋଠାବାଡ଼ି ଜଳି ଧ୍ୱଂସ ହୋଇଯାଇଛି। ଗୁରୁବାର ବିଲ୍ଲି କ୍ରିଷ୍ଟାଲ, ପ୍ୟାରିସ୍‌ ହିଲ୍‌ଟନ୍‌ ଓ ମେଣ୍ଡି ମୁରିଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତା ବାସଚ୍ୟୁତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଲକ୍ଷାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବନାଗ୍ନି ଯୋଗୁ ୫୭ ବିଲିୟନ୍‌ ଡଲାର ମୂଲ୍ୟର କ୍ଷତି ସାଧିତ ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ଏହାକୁ କାଲିଫର୍ନିଆ ଇତିହାସରେ ସବୁଠୁ ଭୟଙ୍କର ବିପର୍ଯ୍ୟୟ ବୋଲି କୁହାଯାଉଛି।

ଅଗ୍ନିଶମ ପାଣ୍ଠି: ହ୍ରାସ କରିଥିଲେ ୧୭.୬ ନିୟୁତ ଡଲାର

ସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ବ୍ୟାପିବା ପଛରେ ସରକାରୀ ଓ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ବଜେଟରେ ଲସ୍‌ଏଞ୍ଜେଲ୍ସ ବନ ବିଭାଗ ଏଲ୍‌ଏଡିଏଫ୍‌ ପାଣ୍ଠିରୁ ମେୟର କରେନ୍‌ ବାସ୍‌ ୧୭.୬ ନିୟୁତ ଡଲାର ଖର୍ଚ୍ଚକାଟ କରିଥିଲେ। ସେ ସେହି ଅର୍ଥକୁ ଅପ୍ରବାସୀ ଏବଂ ବାସହୀନଙ୍କ ସହାୟତା ନିମନ୍ତେ ଆବଣ୍ଟନର ନିର୍ଦ୍ଦେଶ ଦେଇଥିଲେ। ସମାଲୋଚକଙ୍କ ଯୁକ୍ତି ହେଲା, ବଜେଟ ହ୍ରାସ ଯୋଗୁ ସଦ୍ୟ ବନାଗ୍ନି ଭଳି ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାମର୍ଥ୍ୟ ସହ ସାଲିସ କରାଯାଇଛି। ଏଭଳି ସଙ୍କଟ ବେଳେ ଘାନା ଗସ୍ତରେ ଥିବା ମେୟରଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି।
ନିଆଁ ଲିଭାଇବା ପାଇଁ ଅତ୍ୟନ୍ତ ଆବଶ୍ୟକ ଜଳର ଉପଯୁକ୍ତ ବ୍ୟବସ୍ଥା କରାଇବାରେ କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ବିଫଳ ହୋଇଥିବାରୁ ତାଙ୍କୁ ମଧ୍ୟ ରାଜ୍ୟ ସାରା ସମାଲୋଚନା କରାଯାଉଛି। ସ୍ମେଲ୍ଟ ପ୍ରଜାତିର ମାଛକୁ ବଞ୍ଚାଇବା ପାଇଁ ନ୍ୟୁସୋମ୍‌ ଜଳ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଘୋର ଜଳାଭାବ ସୃଷ୍ଟି ହୋଇଥିବା କୁହାଯାଉଛି। ଏହିସବୁ ବିଷୟ ସହ ବଜେଟ ହ୍ରାସ ନେତୃବୃନ୍ଦଙ୍କ ଅନୁପସ୍ଥିତି ଏବଂ ସମ୍ବଳ ପରିଚାଳନା ପ୍ରସଙ୍ଗ ମହାନଗରୀର ପ୍ରସ୍ତୁତି ସମ୍ପର୍କିତ ବିତର୍କକୁ ବ୍ୟାପକ କରିଦେଇଛି। ସାଧାରଣ ଜନତାଙ୍କଠାରୁ ନେଇ ରାଜନୈତିକ ବ୍ୟକ୍ତିବିଶେଷ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗଭର୍ନର ନ୍ୟୁସୋମ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆମେରିକାର ଅନ୍ୟତମ ସୌନ୍ଦର୍ଯ୍ୟପୂର୍ଣ୍ଣ ଲସ୍‌ଏଞ୍ଜେଲ୍ସ ଜଳିପୋଡ଼ି ପାଉଁଶ ହୋଇଯାଉଛି। ନ୍ୟୁସୋମ୍‌ଙ୍କ ଭୁଲ୍‌ ଯୋଗୁ ଏହି ମାନବକୃତ ବିପତ୍ତି ମାଡ଼ି ଆସିଛି। ଏଣୁ ନ୍ୟୁସୋମ୍‌ ତୁରନ୍ତ ଗଭର୍ନର ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୧୦ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପ୍‌ ଦାବି କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଟ୍ରମ୍ପ୍‌ ବନାଗ୍ନିରେ ଲୋକଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିବା ସହ ବିଦାୟୀ ଡେମୋକ୍ରାଟ ସରକାରଙ୍କ ସ୍ଥାଣୁତାକୁ ନିନ୍ଦା କରିଛନ୍ତି। ଫେଡେରାଲ ଏମର୍ଜେନ୍ସି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଏଫ୍‌ଇଏମ୍‌ଏ) କାଲିଫର୍ନିଆ ନିଆଁ ନିରୋଧୀ ଅଭିଯାନ ପାଇଁ ସଂଘୀୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଦେଇଛି। ବନାଗ୍ନିରେ ହୋଇଥିବା କ୍ଷତିର ୭୫ ଭାଗ ଆର୍ଥତ୍କ ସହାୟତା ଅଗ୍ନି ପ୍ରଶମନ ସହାୟତା ଅନୁଦାନରୁ ଦିଆଯାଇପାରିବ ବୋଲି କହିଛି।
ରାଜ୍ୟରେ ବାରମ୍ବାର ଏଭଳି ବିପର୍ଯ୍ୟୟ ଦେଖାଯାଉଥିବାରୁ କିଛି ମାସ ତଳେ ବୀମା କମ୍ପାନୀଗୁଡ଼ିକ କାଲିଫର୍ନିଆ ପାଇଁ ପୂର୍ବରୁ ରହିଥିବା ବୀମା କଭରେଜ୍‌କୁ ବନ୍ଦ କରିଦେଇଥିଲେ। ଏବେ ଲସ୍‌ଏଞ୍ଜେଲ୍ସରେ ଜଙ୍ଗଲୀ ନିଅଁା ଘରଗୁଡ଼ିକୁ ଜାଳିଦେଇଛି। ବନାଗ୍ନିରେ ଧ୍ୱଂସ ହୋଇଯାଇଥିବା ବହୁ କୋଠାବାଡ଼ି ଓ ବ୍ୟବସାୟିକ ପ୍ରତିଷ୍ଠାନର ବୀମାକରଣ କରାଯାଇ ନ ଥିଲା। ବାସହରା ହୋଇଥିବା ବହୁ ଘର ମାଲିକ ବୀମା କରି ନ ଥିବାରୁ କ୍ଷତିପୂରଣ ପାଇବେ ନାହିଁ। ୨୦୨୩ରେ ଷ୍ଟେଟ୍‌ ଫାର୍ମ କମ୍ପାନୀ ଘର ମାଲିକମାନଙ୍କଠାରୁ ଇନ୍‌ସ୍ୟୁରାନ୍ସ ଆବେଦନ ଗ୍ରହଣ କରିବା ବନ୍ଦ କରିଦେଇଥିଲା। ଏପରିକି ୭୨,୦୦୦ ଘର ଓ ଆପାର୍ଟମେଣ୍ଟର କଭରେଜ୍‌ ଶେଷ କରିଦେଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri