ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର ତୀବ୍ରତା ଏବଂ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ସାଙ୍ଗକୁ ଘୂର୍ଣ୍ଣିଝଡ଼ ଯୋଗୁ ନିଅଁା ବ୍ୟାପିବାରେ ଲାଗିଛି। ପ୍ରାୟ ୪୦,୦୦୦ ଏକର ଜଙ୍ଗଲ ପାଉଁଶ ହୋଇଗଲାଣି। ୧୫ ହଜାର ଅଗ୍ନିଶମ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ସତ୍ତ୍ୱେ ବନାଗ୍ନିକୁ ଆୟତ୍ତ କରାଯାଇପାରି ନାହିଁ। ୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର ହୋଇଯାଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି, ଯାହାକି ଅଧିକ ବି ହୋଇପାରେ। ସ୍ଥାନୀୟ ଅଞ୍ଚଳରେ ଘୋର ଜଳାଭାବ ଅଗ୍ନି ନିର୍ବାପନରେ ବାଧା ସୃଷ୍ଟି କରିଛି। କାର୍ଲିଫନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ତେବେ ନ୍ୟୁସୋମ୍‌ ଏବଂ ଲସ୍‌ଏଞ୍ଜେଲ୍ସ ମେୟର କରେନ୍‌ ବାସ୍‌ଙ୍କ ଭୂମିକାକୁ ନେଇ ବିବାଦ ଉଠିଛି। ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ଡେମୋକ୍ରାଟ୍‌ ଗଭର୍ନରଙ୍କ ଅବହେଳାକୁ ଦାୟୀ କରି ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ବ୍ୟାପିବା ପଛରେ ସରକାରୀ ଓ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ବଜେଟରେ ଲସ୍‌ଏଞ୍ଜେଲ୍ସ ବନ ବିଭାଗ ଏଲ୍‌ଏଡିଏଫ୍‌ ପାଣ୍ଠିରୁ ମେୟର କରେନ୍‌ ବାସ୍‌ ୧୭.୬ ନିୟୁତ ଡଲାର ଖର୍ଚ୍ଚକାଟ କରିଥିଲେ। ସେ ସେହି ଅର୍ଥକୁ ଅପ୍ରବାସୀ ଏବଂ ବାସହୀନଙ୍କ ସହାୟତା ନିମନ୍ତେ ଆବଣ୍ଟନର ନିର୍ଦ୍ଦେଶ ଦେଇଥିଲେ। ସମାଲୋଚକଙ୍କ ଯୁକ୍ତି ହେଲା, ବଜେଟ ହ୍ରାସ ଯୋଗୁ ସଦ୍ୟ ବନାଗ୍ନି ଭଳି ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାମର୍ଥ୍ୟ ସହ ସାଲିସ କରାଯାଇଛି। ଏଭଳି ସଙ୍କଟ ବେଳେ ଘାନା ଗସ୍ତରେ ଥିବା ମେୟରଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି।
ନିଆଁ ଲିଭାଇବା ପାଇଁ ଅତ୍ୟନ୍ତ ଆବଶ୍ୟକ ଜଳର ଉପଯୁକ୍ତ ବ୍ୟବସ୍ଥା କରାଇବାରେ କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ବିଫଳ ହୋଇଥିବାରୁ ତାଙ୍କୁ ମଧ୍ୟ ରାଜ୍ୟ ସାରା ସମାଲୋଚନା କରାଯାଉଛି। ସ୍ମେଲ୍ଟ ପ୍ରଜାତିର ମାଛକୁ ବଞ୍ଚାଇବା ପାଇଁ ନ୍ୟୁସୋମ୍‌ ଜଳ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଘୋର ଜଳାଭାବ ସୃଷ୍ଟି ହୋଇଥିବା କୁହାଯାଉଛି। ଏହିସବୁ ବିଷୟ ସହ ବଜେଟ ହ୍ରାସ ନେତୃବୃନ୍ଦଙ୍କ ଅନୁପସ୍ଥିତି ଏବଂ ସମ୍ବଳ ପରିଚାଳନା ପ୍ରସଙ୍ଗ ମହାନଗରୀର ପ୍ରସ୍ତୁତି ସମ୍ପର୍କିତ ବିତର୍କକୁ ବ୍ୟାପକ କରିଦେଇଛି। ସାଧାରଣ ଜନତାଙ୍କଠାରୁ ନେଇ ରାଜନୈତିକ ବ୍ୟକ୍ତିବିଶେଷ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗଭର୍ନର ନ୍ୟୁସୋମ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆମେରିକାର ଅନ୍ୟତମ ସୌନ୍ଦର୍ଯ୍ୟପୂର୍ଣ୍ଣ ଲସ୍‌ଏଞ୍ଜେଲ୍ସ ଜଳିପୋଡ଼ି ପାଉଁଶ ହୋଇଯାଉଛି। ନ୍ୟୁସୋମ୍‌ଙ୍କ ଭୁଲ୍‌ ଯୋଗୁ ଏହି ମାନବକୃତ ବିପତ୍ତି ମାଡ଼ି ଆସିଛି। ଏଣୁ ନ୍ୟୁସୋମ୍‌ ତୁରନ୍ତ ଗଭର୍ନର ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୧୦ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପ୍‌ ଦାବି କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଟ୍ରମ୍ପ୍‌ ବନାଗ୍ନିରେ ଲୋକଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିବା ସହ ବିଦାୟୀ ଡେମୋକ୍ରାଟ ସରକାରଙ୍କ ସ୍ଥାଣୁତାକୁ ନିନ୍ଦା କରିଛନ୍ତି। ଫେଡେରାଲ ଏମର୍ଜେନ୍ସି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଏଫ୍‌ଇଏମ୍‌ଏ) କାଲିଫର୍ନିଆ ନିଆଁ ନିରୋଧୀ ଅଭିଯାନ ପାଇଁ ସଂଘୀୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଦେଇଛି। ବନାଗ୍ନିରେ ହୋଇଥିବା କ୍ଷତିର ୭୫ ଭାଗ ଆର୍ଥତ୍କ ସହାୟତା ଅଗ୍ନି ପ୍ରଶମନ ସହାୟତା ଅନୁଦାନରୁ ଦିଆଯାଇପାରିବ ବୋଲି କହିଛି।
ରାଜ୍ୟରେ ବାରମ୍ବାର ଏଭଳି ବିପର୍ଯ୍ୟୟ ଦେଖାଯାଉଥିବାରୁ କିଛି ମାସ ତଳେ ବୀମା କମ୍ପାନୀଗୁଡ଼ିକ କାଲିଫର୍ନିଆ ପାଇଁ ପୂର୍ବରୁ ରହିଥିବା ବୀମା କଭରେଜ୍‌କୁ ବନ୍ଦ କରିଦେଇଥିଲେ। ଏବେ ଲସ୍‌ଏଞ୍ଜେଲ୍ସରେ ଜଙ୍ଗଲୀ ନିଆଁ ଘରଗୁଡ଼ିକୁ ଜାଳିଦେଇଛି। ବନାଗ୍ନିରେ ଧ୍ୱଂସ ହୋଇଯାଇଥିବା ବହୁ କୋଠାବାଡ଼ି ଓ ବ୍ୟବସାୟିକ ପ୍ରତିଷ୍ଠାନର ବୀମାକରଣ କରାଯାଇ ନ ଥିଲା। ବାସହରା ହୋଇଥିବା ବହୁ ଘର ମାଲିକ ବୀମା କରି ନ ଥିବାରୁ କ୍ଷତିପୂରଣ ପାଇବେ ନାହିଁ। ୨୦୨୩ରେ ଷ୍ଟେଟ୍‌ ଫାର୍ମ କମ୍ପାନୀ ଘର ମାଲିକମାନଙ୍କଠାରୁ ଇନ୍‌ସ୍ୟୁରାନ୍ସ ଆବେଦନ ଗ୍ରହଣ କରିବା ବନ୍ଦ କରିଦେଇଥିଲା। ଏପରିକି ୭୨,୦୦୦ ଘର ଓ ଆପାର୍ଟମେଣ୍ଟର କଭରେଜ୍‌ ଶେଷ କରିଦେଇଥିଲା।

୫୭ ବିଲିୟନ ଡଲାର ଆର୍ଥିକ କ୍ଷତି

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ରେ ହଲିଉଡ୍‌ର ବହୁ ସେଲିବ୍ରିଟିଙ୍କ କୋଠାବାଡ଼ି ଜଳି ଧ୍ୱଂସ ହୋଇଯାଇଛି। ଗୁରୁବାର ବିଲ୍ଲି କ୍ରିଷ୍ଟାଲ, ପ୍ୟାରିସ୍‌ ହିଲ୍‌ଟନ୍‌ ଓ ମେଣ୍ଡି ମୁରିଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତା ବାସଚ୍ୟୁତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଲକ୍ଷାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବନାଗ୍ନି ଯୋଗୁ ୫୭ ବିଲିୟନ୍‌ ଡଲାର ମୂଲ୍ୟର କ୍ଷତି ସାଧିତ ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ଏହାକୁ କାଲିଫର୍ନିଆ ଇତିହାସରେ ସବୁଠୁ ଭୟଙ୍କର ବିପର୍ଯ୍ୟୟ ବୋଲି କୁହାଯାଉଛି।

ଅଗ୍ନିଶମ ପାଣ୍ଠି: ହ୍ରାସ କରିଥିଲେ ୧୭.୬ ନିୟୁତ ଡଲାର

ସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ବ୍ୟାପିବା ପଛରେ ସରକାରୀ ଓ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଛି। ୨୦୨୪-୨୫ ଆର୍ଥତ୍କ ବର୍ଷ ବଜେଟରେ ଲସ୍‌ଏଞ୍ଜେଲ୍ସ ବନ ବିଭାଗ ଏଲ୍‌ଏଡିଏଫ୍‌ ପାଣ୍ଠିରୁ ମେୟର କରେନ୍‌ ବାସ୍‌ ୧୭.୬ ନିୟୁତ ଡଲାର ଖର୍ଚ୍ଚକାଟ କରିଥିଲେ। ସେ ସେହି ଅର୍ଥକୁ ଅପ୍ରବାସୀ ଏବଂ ବାସହୀନଙ୍କ ସହାୟତା ନିମନ୍ତେ ଆବଣ୍ଟନର ନିର୍ଦ୍ଦେଶ ଦେଇଥିଲେ। ସମାଲୋଚକଙ୍କ ଯୁକ୍ତି ହେଲା, ବଜେଟ ହ୍ରାସ ଯୋଗୁ ସଦ୍ୟ ବନାଗ୍ନି ଭଳି ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିର ମୁକାବିଲା ସାମର୍ଥ୍ୟ ସହ ସାଲିସ କରାଯାଇଛି। ଏଭଳି ସଙ୍କଟ ବେଳେ ଘାନା ଗସ୍ତରେ ଥିବା ମେୟରଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି।
ନିଆଁ ଲିଭାଇବା ପାଇଁ ଅତ୍ୟନ୍ତ ଆବଶ୍ୟକ ଜଳର ଉପଯୁକ୍ତ ବ୍ୟବସ୍ଥା କରାଇବାରେ କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ବିଫଳ ହୋଇଥିବାରୁ ତାଙ୍କୁ ମଧ୍ୟ ରାଜ୍ୟ ସାରା ସମାଲୋଚନା କରାଯାଉଛି। ସ୍ମେଲ୍ଟ ପ୍ରଜାତିର ମାଛକୁ ବଞ୍ଚାଇବା ପାଇଁ ନ୍ୟୁସୋମ୍‌ ଜଳ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଘୋର ଜଳାଭାବ ସୃଷ୍ଟି ହୋଇଥିବା କୁହାଯାଉଛି। ଏହିସବୁ ବିଷୟ ସହ ବଜେଟ ହ୍ରାସ ନେତୃବୃନ୍ଦଙ୍କ ଅନୁପସ୍ଥିତି ଏବଂ ସମ୍ବଳ ପରିଚାଳନା ପ୍ରସଙ୍ଗ ମହାନଗରୀର ପ୍ରସ୍ତୁତି ସମ୍ପର୍କିତ ବିତର୍କକୁ ବ୍ୟାପକ କରିଦେଇଛି। ସାଧାରଣ ଜନତାଙ୍କଠାରୁ ନେଇ ରାଜନୈତିକ ବ୍ୟକ୍ତିବିଶେଷ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗଭର୍ନର ନ୍ୟୁସୋମ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆମେରିକାର ଅନ୍ୟତମ ସୌନ୍ଦର୍ଯ୍ୟପୂର୍ଣ୍ଣ ଲସ୍‌ଏଞ୍ଜେଲ୍ସ ଜଳିପୋଡ଼ି ପାଉଁଶ ହୋଇଯାଉଛି। ନ୍ୟୁସୋମ୍‌ଙ୍କ ଭୁଲ୍‌ ଯୋଗୁ ଏହି ମାନବକୃତ ବିପତ୍ତି ମାଡ଼ି ଆସିଛି। ଏଣୁ ନ୍ୟୁସୋମ୍‌ ତୁରନ୍ତ ଗଭର୍ନର ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୧୦ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପ୍‌ ଦାବି କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲ୍‌ରେ ଟ୍ରମ୍ପ୍‌ ବନାଗ୍ନିରେ ଲୋକଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିବା ସହ ବିଦାୟୀ ଡେମୋକ୍ରାଟ ସରକାରଙ୍କ ସ୍ଥାଣୁତାକୁ ନିନ୍ଦା କରିଛନ୍ତି। ଫେଡେରାଲ ଏମର୍ଜେନ୍ସି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଏଫ୍‌ଇଏମ୍‌ଏ) କାଲିଫର୍ନିଆ ନିଆଁ ନିରୋଧୀ ଅଭିଯାନ ପାଇଁ ସଂଘୀୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଦେଇଛି। ବନାଗ୍ନିରେ ହୋଇଥିବା କ୍ଷତିର ୭୫ ଭାଗ ଆର୍ଥତ୍କ ସହାୟତା ଅଗ୍ନି ପ୍ରଶମନ ସହାୟତା ଅନୁଦାନରୁ ଦିଆଯାଇପାରିବ ବୋଲି କହିଛି।
ରାଜ୍ୟରେ ବାରମ୍ବାର ଏଭଳି ବିପର୍ଯ୍ୟୟ ଦେଖାଯାଉଥିବାରୁ କିଛି ମାସ ତଳେ ବୀମା କମ୍ପାନୀଗୁଡ଼ିକ କାଲିଫର୍ନିଆ ପାଇଁ ପୂର୍ବରୁ ରହିଥିବା ବୀମା କଭରେଜ୍‌କୁ ବନ୍ଦ କରିଦେଇଥିଲେ। ଏବେ ଲସ୍‌ଏଞ୍ଜେଲ୍ସରେ ଜଙ୍ଗଲୀ ନିଅଁା ଘରଗୁଡ଼ିକୁ ଜାଳିଦେଇଛି। ବନାଗ୍ନିରେ ଧ୍ୱଂସ ହୋଇଯାଇଥିବା ବହୁ କୋଠାବାଡ଼ି ଓ ବ୍ୟବସାୟିକ ପ୍ରତିଷ୍ଠାନର ବୀମାକରଣ କରାଯାଇ ନ ଥିଲା। ବାସହରା ହୋଇଥିବା ବହୁ ଘର ମାଲିକ ବୀମା କରି ନ ଥିବାରୁ କ୍ଷତିପୂରଣ ପାଇବେ ନାହିଁ। ୨୦୨୩ରେ ଷ୍ଟେଟ୍‌ ଫାର୍ମ କମ୍ପାନୀ ଘର ମାଲିକମାନଙ୍କଠାରୁ ଇନ୍‌ସ୍ୟୁରାନ୍ସ ଆବେଦନ ଗ୍ରହଣ କରିବା ବନ୍ଦ କରିଦେଇଥିଲା। ଏପରିକି ୭୨,୦୦୦ ଘର ଓ ଆପାର୍ଟମେଣ୍ଟର କଭରେଜ୍‌ ଶେଷ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ପଙ୍ଗା ନେଉଥିଲା ବାଂଲାଦେଶ, ହେଲେ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ଛାନିଆ ହୋଇଗଲେ ୟୁନୁସ୍‌

ଓ୍ବାଶିଂଟନ୍‌,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ହଇଚଇ ସୃଷ୍ଟି କରିଛି। ବିଶେଷକରି ବାଂଲାଦେଶର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଏହି ନିଷ୍ପତ୍ତି...

ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ଚିନ୍ତାରେ ପଡ଼ିଲାଣି ଭାରତ

ଓ୍ବାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ପଦ ସମ୍ଭାଳିବା ପରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଦୌଡି ଦୌଡି କୋର୍ଟରେ ପହଞ୍ଚିଲେ ୨୦ ରାଜ୍ୟ

ଓ୍ବାଶିଂଟନ୍‌,୨୨।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଆକ୍ସନ ମୋଡରେ ଅଛନ୍ତି। ପଦ ଗ୍ରହଣ କରିବା ମାତ୍ରେ ଟ୍ରମ୍ପ ଏପରି...

ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନ କଲେ ଭୋଗିବ ପରିଣାମ

ବର୍ଲିନ/ଓ୍ବାଶିଂଟନ,୨୨।୧: -ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ବନ୍ଦ...

ଭାରତକୁ ପୁଣି ଧମକ ଦେଲେ ୟୁନୁସ୍‌, ଏଭଳି ନ କଲେ ଭୋଗିବ ପରିଣାମ…

ଢାକା,୨୨।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବ ଏବଂ ଆବଶ୍ୟକ...

ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…

ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି...

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri