ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଜି ଚିହ୍ନଟ ହୋଇଛନ୍ତି ୬୬

ଭଦ୍ରକ ଅଫିସ,୨୪ା୮: ସୋମବାର ଭଦ୍ରକରୁ ୬୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬୫ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଯାହାକି ଚିନ୍ତା ବଢ଼ାଉଛି।

ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬୫ରେ ପହଞ୍ଚିଥିବା ବେଳେ ୧୧୮୭ ଜଣ ସୁସ୍ଥ ହୋଇଛନ୍ତି। ୯୭୨ ଜଣ ଚିକିତ୍ସିତ ହେଉଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।