Categories: ଜାତୀୟ

ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନ୍‌

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ରବିବାର ଏକ ଲୋକାଲ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ହରିୟାଣା ପାଲଓ୍ବାଲରୁ ଦିଲ୍ଲୀ ଷ୍ଟେଶନକୁ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଟ୍ରେନ୍‌ରେ ଥିଲେ। ହେଲେ ସମସ୍ତେ ସୁରକ୍ଷିତ ଅଛନ୍ତି। ହେଲେ ଟ୍ରେନ୍‌ର ଏକ ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।

Share