ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ହାଲ୍‌କା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା ା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କଂସାର ପଞ୍ଚାୟତର ୨ ବାଳକ ଫୁଡ୍‌ ପଏଜନିଂ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଚିକିତ୍ସିତ ହୋଇଛନ୍ତି; ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି। ଜିଲାର ପ୍ରତି ବ୍ଲକ ଅଞ୍ଚଳ ଓ ସହରରେ ଏହି କାରଖାନା ଗଢ଼ି ଉଠିଥିବା ବେଳେ ଏହି ଉତ୍ପାଦର ମାନ ପରୀକ୍ଷଣ ହେଉନାହିଁ। ପ୍ୟାକିଂରେ ମାନୁଫାକଚରିଂ ଓ ଏକ୍ସପାଏରି ଡେଟ୍‌ ନ ଥିବାରୁ ଖାଦ୍ୟର ମାନ ଉପରେ ସର୍ବଦା ସନ୍ଦେହ ରହୁଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ତନଖିର ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
କଂସାର ଗ୍ରାମର ନିରଞ୍ଜନ ପରିଡା କହିଛନ୍ତି, ସମ୍ପୃକ୍ତ ପିଲାମାନେ ପାଉଁରୁଟି ଖାଇବାର କିଛି ସମୟ ପରେ ବାନ୍ତି ଆରମ୍ଭ ହୋଇଥିଲା। ପରେ ମୁଣ୍ଡ ବୁଲାଇବାରୁ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିଲେ ମଧ୍ୟ ଫୁଡ୍‌ ପଏଜଏନିଂ ଏହାର କାରଣ ବୋଲି ଜଣାପଡିଛି। ଏବେ ଜିଲାର ପ୍ରତି ଗଳି କନ୍ଦିରେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ପାଉଁରୁଟି କାରଖାନା ଗଢ଼ି ଉଠିଛି। ଖାଦ୍ୟର ମାନକୁ ନେଇ ଜିଲା ପ୍ରଶାସନ କେବେ ଚଢ଼ାଉ କରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି ଯେ, ସହର ଓ ଗ୍ରାମାଞ୍ଚଳରେ ବେକେରି ଫ୍ୟାକ୍ଟ୍ରି ଉପରେ ସରକାରୀ ନଜର ନାହିଁ। ବାସି ସାମଗ୍ରୀ ବିକ୍ରି ସହ ଫ୍ୟାକ୍ଟ୍ରିରେ ଏ ନେଇ ସାବଧାନତା ଗ୍ରହଣ କରାଯାଉନାହିଁ। ଅପମିଶ୍ରିତ ଅଟା, ମଇଦା ଓ ଦୂଷିତ ପାଣି ପ୍ରତି ସତର୍କତା ରଖାଯାଉନାହିଁ। ଖାଦ୍ୟ ସାମଗ୍ରୀ ନିରାପତ୍ତା ନେଇ ଆଇନ ଓ ତଦାରଖ ପାଇଁ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ନ ହେବା ଚିନ୍ତାର ବିଷୟ। ବର୍ଷକୁ ଥରେ ଖାଦ୍ୟ ନିରାପତ୍ତା ନେଇ ଫ୍ୟାକ୍ଟ୍ରି ମାଲିକଙ୍କୁ ସାର୍ଟିଫିକେଟ ଦେବା ପରେ ଜିଲା ପ୍ରଶାସନ ଚୁପ ହୋଇ ବସି ରହୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କୁହନ୍ତି ଯେ, ୨୦୦୬ ମସିହାରେ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା ଆଇନ ଅନୁଯାୟୀ, ଦି ଫୁଡ ସେଫ୍‌ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ପ୍ରତିଷ୍ଠା ହୋଇଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ବିକ୍ରି ଆଦିକୁ ଏହା ମାଧ୍ୟମରେ ନିରୀକ୍ଷଣ କରାଯାଉଛି। ଖାଦ୍ୟର ଉତ୍ତମମାନ ଓ ଗୁଣବତ୍ତା ରକ୍ଷା ପାଇଁ ବହୁ ନିୟମ ରହିଛି। ତେବେ ସ୍ଥାନୀୟ ଅଞ୍ଚଳର କେତେକ ଫ୍ୟାକ୍ଟ୍ରି ମାଲିକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ପ୍ୟାକିଂ ଖାଦ୍ୟ ସାମଗ୍ରୀରେ ଅନୂ୍ୟନ ମାନୁଫାକ୍‌ଚରିଂ ଓ ଏକ୍ସପାଏରି ଡେଟ୍‌ ରହିବା କଥା; ଯାହାଦ୍ୱାରା ଖାଦ୍ୟର ମାନ ସମୟ ନିର୍ଦ୍ଧାରିତ ହୋଇପାରିବ। ଏଥିସହ ଖାଦ୍ୟ ମାନ ପରୀକ୍ଷା କେନ୍ଦ୍ର ଏହି ଜିଲାରେ ନ ଥିବାରୁ ନକଲି ଓ ବାସି ଖାଦ୍ୟ ଉପଭୋକ୍ତାଙ୍କୁ ମିଳୁଥିଲେ ମଧ୍ୟ ଆଇନର ଆଶ୍ରୟ ନିଆଯାଇ ପାରୁନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବାସି ପାଉଁରୁଟି ଖାଇବା ନେଇ କୌଣସି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ ନାହିଁ। ନିକଟରେ ବିଭିନ୍ନ ହୋଟେଲ ଉପରେ ବାସି ଖାଦ୍ୟ ପରିବେଷଣ ପାଇଁ ଚଢ଼ାଉ କରାଯାଇଛି। ପାଉଁରୁଟି ଫ୍ୟାକ୍ଟ୍ରି ସମ୍ପର୍କରେ ତନଖି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri