ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ହାଲ୍‌କା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା ା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କଂସାର ପଞ୍ଚାୟତର ୨ ବାଳକ ଫୁଡ୍‌ ପଏଜନିଂ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଚିକିତ୍ସିତ ହୋଇଛନ୍ତି; ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି। ଜିଲାର ପ୍ରତି ବ୍ଲକ ଅଞ୍ଚଳ ଓ ସହରରେ ଏହି କାରଖାନା ଗଢ଼ି ଉଠିଥିବା ବେଳେ ଏହି ଉତ୍ପାଦର ମାନ ପରୀକ୍ଷଣ ହେଉନାହିଁ। ପ୍ୟାକିଂରେ ମାନୁଫାକଚରିଂ ଓ ଏକ୍ସପାଏରି ଡେଟ୍‌ ନ ଥିବାରୁ ଖାଦ୍ୟର ମାନ ଉପରେ ସର୍ବଦା ସନ୍ଦେହ ରହୁଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ତନଖିର ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
କଂସାର ଗ୍ରାମର ନିରଞ୍ଜନ ପରିଡା କହିଛନ୍ତି, ସମ୍ପୃକ୍ତ ପିଲାମାନେ ପାଉଁରୁଟି ଖାଇବାର କିଛି ସମୟ ପରେ ବାନ୍ତି ଆରମ୍ଭ ହୋଇଥିଲା। ପରେ ମୁଣ୍ଡ ବୁଲାଇବାରୁ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିଲେ ମଧ୍ୟ ଫୁଡ୍‌ ପଏଜଏନିଂ ଏହାର କାରଣ ବୋଲି ଜଣାପଡିଛି। ଏବେ ଜିଲାର ପ୍ରତି ଗଳି କନ୍ଦିରେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ପାଉଁରୁଟି କାରଖାନା ଗଢ଼ି ଉଠିଛି। ଖାଦ୍ୟର ମାନକୁ ନେଇ ଜିଲା ପ୍ରଶାସନ କେବେ ଚଢ଼ାଉ କରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି ଯେ, ସହର ଓ ଗ୍ରାମାଞ୍ଚଳରେ ବେକେରି ଫ୍ୟାକ୍ଟ୍ରି ଉପରେ ସରକାରୀ ନଜର ନାହିଁ। ବାସି ସାମଗ୍ରୀ ବିକ୍ରି ସହ ଫ୍ୟାକ୍ଟ୍ରିରେ ଏ ନେଇ ସାବଧାନତା ଗ୍ରହଣ କରାଯାଉନାହିଁ। ଅପମିଶ୍ରିତ ଅଟା, ମଇଦା ଓ ଦୂଷିତ ପାଣି ପ୍ରତି ସତର୍କତା ରଖାଯାଉନାହିଁ। ଖାଦ୍ୟ ସାମଗ୍ରୀ ନିରାପତ୍ତା ନେଇ ଆଇନ ଓ ତଦାରଖ ପାଇଁ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ନ ହେବା ଚିନ୍ତାର ବିଷୟ। ବର୍ଷକୁ ଥରେ ଖାଦ୍ୟ ନିରାପତ୍ତା ନେଇ ଫ୍ୟାକ୍ଟ୍ରି ମାଲିକଙ୍କୁ ସାର୍ଟିଫିକେଟ ଦେବା ପରେ ଜିଲା ପ୍ରଶାସନ ଚୁପ ହୋଇ ବସି ରହୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କୁହନ୍ତି ଯେ, ୨୦୦୬ ମସିହାରେ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା ଆଇନ ଅନୁଯାୟୀ, ଦି ଫୁଡ ସେଫ୍‌ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ପ୍ରତିଷ୍ଠା ହୋଇଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ବିକ୍ରି ଆଦିକୁ ଏହା ମାଧ୍ୟମରେ ନିରୀକ୍ଷଣ କରାଯାଉଛି। ଖାଦ୍ୟର ଉତ୍ତମମାନ ଓ ଗୁଣବତ୍ତା ରକ୍ଷା ପାଇଁ ବହୁ ନିୟମ ରହିଛି। ତେବେ ସ୍ଥାନୀୟ ଅଞ୍ଚଳର କେତେକ ଫ୍ୟାକ୍ଟ୍ରି ମାଲିକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ପ୍ୟାକିଂ ଖାଦ୍ୟ ସାମଗ୍ରୀରେ ଅନୂ୍ୟନ ମାନୁଫାକ୍‌ଚରିଂ ଓ ଏକ୍ସପାଏରି ଡେଟ୍‌ ରହିବା କଥା; ଯାହାଦ୍ୱାରା ଖାଦ୍ୟର ମାନ ସମୟ ନିର୍ଦ୍ଧାରିତ ହୋଇପାରିବ। ଏଥିସହ ଖାଦ୍ୟ ମାନ ପରୀକ୍ଷା କେନ୍ଦ୍ର ଏହି ଜିଲାରେ ନ ଥିବାରୁ ନକଲି ଓ ବାସି ଖାଦ୍ୟ ଉପଭୋକ୍ତାଙ୍କୁ ମିଳୁଥିଲେ ମଧ୍ୟ ଆଇନର ଆଶ୍ରୟ ନିଆଯାଇ ପାରୁନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବାସି ପାଉଁରୁଟି ଖାଇବା ନେଇ କୌଣସି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ ନାହିଁ। ନିକଟରେ ବିଭିନ୍ନ ହୋଟେଲ ଉପରେ ବାସି ଖାଦ୍ୟ ପରିବେଷଣ ପାଇଁ ଚଢ଼ାଉ କରାଯାଇଛି। ପାଉଁରୁଟି ଫ୍ୟାକ୍ଟ୍ରି ସମ୍ପର୍କରେ ତନଖି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri