ଗ୍ରାମ୍ୟ ବ୍ୟାଙ୍କରେ ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ନାଁରେ ଋଣ

ଭୁବନେଶ୍ୱର,୨୦ା୯ (ସତ୍ୟଜିତ୍‌ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍‌ ସଂସ୍ଥା ଦ୍ୱାରା ପରିଚାଳିତ ଦୈନିକ ଖବରକାଗଜ ‘ସମ୍ବାଦ’ରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଇଷ୍ଟର୍ନ ମିଡିଆ ସଂସ୍ଥାର ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଋଣ ନେଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ମଙ୍ଗଳବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।
ଏଥିରେ ଆହୁରି ଦର୍ଶାଯାଇଛି ଯେ, ଏହି ମାମଲାରେ କେତେଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ତଥା ଅଭିଯୋଗକାରୀଙ୍କୁ ପଚରାଉଚରା କରାଯାଇଛି। ସେମାନେ ଅଭିଯୋଗକୁ ସତ୍ୟ ବୋଲି ସ୍ବୀକାର କରିବା ସହ ଏହି ଋଣ ଜାଲିଆତି ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ଏହି ସଂସ୍ଥା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ବାଧ୍ୟ ବାଧକତାରେ ଜାଲିଆତି କରି ବହୁ କୋଟି ଟଙ୍କାର ଋଣ ଉଠାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଏପରିକି ଏସ୍‌ବିଆଇ ଏବଂ ଅନ୍ୟ ବ୍ୟାଙ୍କରୁ ଋଣ ଉଠାଣ ଦିଗକୁ ନେଇ ଅଧିକ ଛାନ୍‌ଭିନ୍‌ ଚାଲିଛି। ତେଣୁ ମୋଟ ଋଣ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଇଛି। ତେବେ ପ୍ରାୟସବୁ ଋଣର ପ୍ରକ୍ରିୟା ସମାନ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ସହଜ ଋଣ ଅଧୀନରେ ଥିବା ୫ଲକ୍ଷ ଟଙ୍କା ଘର ତଥା ଘର ମରାମତି ପାଇଁ ଋଣ ନିଆଯାଇଛି। ଏହି ଋଣ ପାଇଁ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିବା ସାଲାରି ସ୍ଲିପ୍‌ରେ କର୍ମଚାରୀଙ୍କ ପ୍ରକୃତ ଦରମାଠୁ ଅଧିକ ଦର୍ଶାଯାଇଛି। ଏପରିକି ଏହି ଲୋନ୍‌ ଫର୍ମକୁ ଆଉ କେହି ପ୍ରସ୍ତୁତ ତଥା ଦାଖଲ କରିଥିବାବେଳେ ଋଣଗ୍ରହୀତା କେବଳ ତାଙ୍କ ଦସ୍ତଖତ ମାରିଥାନ୍ତି। ସଂସ୍ଥାର କର୍ମଚାରୀ ତଥା ଋଣଗ୍ରହୀତା ଟଙ୍କାଟିଏ ବି ଗ୍ରହଣ କରି ନଥାନ୍ତି ବା ଏହାଦ୍ୱାରା ଉପକୃତ ବି ହୋଇ ନ ଥିବା ଜଣାପଡ଼ିଛି। ଋଣ ମିଳିବା ପରେ ଏହାର ଟଙ୍କାକୁ ନଗଦ ଆକାରରେ ଉଠାଯାଇଛି। ଏପରି କି ଋଣର ମାସିକ କିସ୍ତି(ଇଏମ୍‌ଆଇ) କର୍ମଚାରୀଙ୍କ ଦରମା ସହ ପ୍ରାୟ ସମାନ ହୋଇଥାଏ। କେତେଜଣ କର୍ମଚାରୀଙ୍କୁ ୨ରୁ ୩ ଥର ଋଣ ନେବାକୁ ବାଧ୍ୟ କରାଯାଇଛି। କର୍ମଚାରୀଙ୍କୁ ସାଲାରି ସ୍ଲିପ୍‌ ଦିଆଯାଉ ନ ଥିବାବେଳେ ଋଣ ଭରଣା ପାଇଁ ମାସିକ କିସ୍ତି ଇଷ୍ଟର୍ନ ମିଡିଆ ପକ୍ଷରୁ ହିଁ ଭରାଯାଇଥାଏ। ଏହି କିସ୍ତି ୬୦ଟି ଇନ୍‌ଷ୍ଟଲ୍‌ମେଣ୍ଟରେ ଦିଆଯାଇଥାଏ। ଆଶ୍ଚର୍ଯ୍ୟର କଥା ଅନେକ କ୍ଷେତ୍ରରେ କର୍ମଚାରୀମାନେ କାମ ଛାଡ଼ିବା ପରେ ମଧ୍ୟ ସଂସ୍ଥା ପକ୍ଷରୁ ଉକ୍ତ ଇଏମ୍‌ଆଇ ଭରାଯାଇଥାଏ। ଏଭଳି ଋଣ ଉଠାଣ ବର୍ଷବର୍ଷ ଧରି ଇଷ୍ଟର୍ନ ମିଡିଆ ସଂସ୍ଥା ଦ୍ୱାରା କରାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଛି। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସଂସ୍ଥା ପକ୍ଷରୁ ଏହି ଜାଲିଆତି କରାଯାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ୍‌ ନୋଟ୍‌ରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ସମ୍ବାଦ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କର ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଇଷ୍ଟର୍ନ ମିଡିଆର ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଇଓଡବ୍ଲ୍ୟୁ ଟିମ୍‌ ଚଢ଼ାଉ କରି ଯାଞ୍ଚ କରିବା ସହ ସେଠାରୁ ଅଭିଯୋଗ ସମ୍ବନ୍ଧୀୟ ଏକାଧିକ ଦସ୍ତାବିଜ୍‌ ଜବତ କରିଥିଲା। ଏପରିକି ସମ୍ବାଦର ୧୫ରୁ ୨୦ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri