ଗ୍ରାମ୍ୟ ବ୍ୟାଙ୍କରେ ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ନାଁରେ ଋଣ

ଭୁବନେଶ୍ୱର,୨୦ା୯ (ସତ୍ୟଜିତ୍‌ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍‌ ସଂସ୍ଥା ଦ୍ୱାରା ପରିଚାଳିତ ଦୈନିକ ଖବରକାଗଜ ‘ସମ୍ବାଦ’ରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଇଷ୍ଟର୍ନ ମିଡିଆ ସଂସ୍ଥାର ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଋଣ ନେଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ମଙ୍ଗଳବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।
ଏଥିରେ ଆହୁରି ଦର୍ଶାଯାଇଛି ଯେ, ଏହି ମାମଲାରେ କେତେଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ତଥା ଅଭିଯୋଗକାରୀଙ୍କୁ ପଚରାଉଚରା କରାଯାଇଛି। ସେମାନେ ଅଭିଯୋଗକୁ ସତ୍ୟ ବୋଲି ସ୍ବୀକାର କରିବା ସହ ଏହି ଋଣ ଜାଲିଆତି ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ଏହି ସଂସ୍ଥା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ବାଧ୍ୟ ବାଧକତାରେ ଜାଲିଆତି କରି ବହୁ କୋଟି ଟଙ୍କାର ଋଣ ଉଠାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଏପରିକି ଏସ୍‌ବିଆଇ ଏବଂ ଅନ୍ୟ ବ୍ୟାଙ୍କରୁ ଋଣ ଉଠାଣ ଦିଗକୁ ନେଇ ଅଧିକ ଛାନ୍‌ଭିନ୍‌ ଚାଲିଛି। ତେଣୁ ମୋଟ ଋଣ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଇଛି। ତେବେ ପ୍ରାୟସବୁ ଋଣର ପ୍ରକ୍ରିୟା ସମାନ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ସହଜ ଋଣ ଅଧୀନରେ ଥିବା ୫ଲକ୍ଷ ଟଙ୍କା ଘର ତଥା ଘର ମରାମତି ପାଇଁ ଋଣ ନିଆଯାଇଛି। ଏହି ଋଣ ପାଇଁ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିବା ସାଲାରି ସ୍ଲିପ୍‌ରେ କର୍ମଚାରୀଙ୍କ ପ୍ରକୃତ ଦରମାଠୁ ଅଧିକ ଦର୍ଶାଯାଇଛି। ଏପରିକି ଏହି ଲୋନ୍‌ ଫର୍ମକୁ ଆଉ କେହି ପ୍ରସ୍ତୁତ ତଥା ଦାଖଲ କରିଥିବାବେଳେ ଋଣଗ୍ରହୀତା କେବଳ ତାଙ୍କ ଦସ୍ତଖତ ମାରିଥାନ୍ତି। ସଂସ୍ଥାର କର୍ମଚାରୀ ତଥା ଋଣଗ୍ରହୀତା ଟଙ୍କାଟିଏ ବି ଗ୍ରହଣ କରି ନଥାନ୍ତି ବା ଏହାଦ୍ୱାରା ଉପକୃତ ବି ହୋଇ ନ ଥିବା ଜଣାପଡ଼ିଛି। ଋଣ ମିଳିବା ପରେ ଏହାର ଟଙ୍କାକୁ ନଗଦ ଆକାରରେ ଉଠାଯାଇଛି। ଏପରି କି ଋଣର ମାସିକ କିସ୍ତି(ଇଏମ୍‌ଆଇ) କର୍ମଚାରୀଙ୍କ ଦରମା ସହ ପ୍ରାୟ ସମାନ ହୋଇଥାଏ। କେତେଜଣ କର୍ମଚାରୀଙ୍କୁ ୨ରୁ ୩ ଥର ଋଣ ନେବାକୁ ବାଧ୍ୟ କରାଯାଇଛି। କର୍ମଚାରୀଙ୍କୁ ସାଲାରି ସ୍ଲିପ୍‌ ଦିଆଯାଉ ନ ଥିବାବେଳେ ଋଣ ଭରଣା ପାଇଁ ମାସିକ କିସ୍ତି ଇଷ୍ଟର୍ନ ମିଡିଆ ପକ୍ଷରୁ ହିଁ ଭରାଯାଇଥାଏ। ଏହି କିସ୍ତି ୬୦ଟି ଇନ୍‌ଷ୍ଟଲ୍‌ମେଣ୍ଟରେ ଦିଆଯାଇଥାଏ। ଆଶ୍ଚର୍ଯ୍ୟର କଥା ଅନେକ କ୍ଷେତ୍ରରେ କର୍ମଚାରୀମାନେ କାମ ଛାଡ଼ିବା ପରେ ମଧ୍ୟ ସଂସ୍ଥା ପକ୍ଷରୁ ଉକ୍ତ ଇଏମ୍‌ଆଇ ଭରାଯାଇଥାଏ। ଏଭଳି ଋଣ ଉଠାଣ ବର୍ଷବର୍ଷ ଧରି ଇଷ୍ଟର୍ନ ମିଡିଆ ସଂସ୍ଥା ଦ୍ୱାରା କରାଯାଉଥିବା ତଦନ୍ତ ସମୟରେ ଜଣାପଡ଼ିଛି। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସଂସ୍ଥା ପକ୍ଷରୁ ଏହି ଜାଲିଆତି କରାଯାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ୍‌ ନୋଟ୍‌ରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ସମ୍ବାଦ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କର ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଇଷ୍ଟର୍ନ ମିଡିଆର ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଇଓଡବ୍ଲ୍ୟୁ ଟିମ୍‌ ଚଢ଼ାଉ କରି ଯାଞ୍ଚ କରିବା ସହ ସେଠାରୁ ଅଭିଯୋଗ ସମ୍ବନ୍ଧୀୟ ଏକାଧିକ ଦସ୍ତାବିଜ୍‌ ଜବତ କରିଥିଲା। ଏପରିକି ସମ୍ବାଦର ୧୫ରୁ ୨୦ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri