ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରେ ଲୋଡିଂ ବିବାଦ

କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣିରେ ଲୁହାପଥର ଲୋଡିଂକୁ ନେଇ ବିବାଦ ଦେଖାଦେଇଛି। ଖଣିସଂସ୍ଥା ପକ୍ଷରୁ ଆଗ ଭଳି ଲୋଡିଂ ସ୍ଲିପ୍‌ (ବାରକୋଡ) କେନ୍ଦୁଝର ଜିଲା ଟ୍ରକମାଲିକ ସଂଘକୁ ନ ଦେବାରୁ ମାଲିକମାନେ ଲୋଡିଂ ପାଇପାରି ନ ଥିଲେ। ଫଳରେ ବିବାଦ ସୃଷ୍ଟି ହୋଇଥିଲା। ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଗଣ୍ଡଗୋଳ ଆଶଙ୍କା କରି ଶନିବାର ଖଣି ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅନ୍ୟପକ୍ଷରେ ଖଣିସଂସ୍ଥା ଲୋଡିଂ ସ୍ଲିପ୍‌ ସଂଘକୁ ନ ଦେଇ ପରିବହନ ଠିକା ସଂସ୍ଥା ବା କ୍ରେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇ ପ୍ରଦାନ କରିଥିବାରୁ ବିବାଦ ବଢ଼ିଥିଲା।

ଏହା ଦ୍ୱାରା ପରିବହନ ଠିକାସଂସ୍ଥା ତଥା କ୍ରେତାମାନେ ବାହାର ଟ୍ରକ/ ଟ୍ରେଲରମାନଙ୍କୁ ଲୋଡିଂ ସ୍ଲିପ୍‌ ଦେଇ ପରିବହନ କରିବେ। ଫଳରେ ସ୍ଥାନୀୟ ଅଞ୍ଚଳର ଟ୍ରକମାଲିକ ଲୋଡିଂ ନ ପାଇ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଥିବା ଦର୍ଶାଇ ଏହାକୁ ବିରୋଧ କରି ଆଜି ଶୁଆକାଟି ଖଣି ନିକଟରେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ସଂଘକୁ ଭାଙ୍ଗି ଦେବାକୁ ଏଭଳି ଉଦ୍ୟମ କରାଯାଉଛି ଏବଂ ବାହାର ଟ୍ରକକୁ ଭର୍ତ୍ତି କରିବାକୁ ଉଦ୍ୟମ ହେଉଛି ବୋଲି ଟ୍ରକ ମାଲିକ ସଂଘର ଦେବାଶିଷ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ କ୍ରେତା ନିଜ ଇଚ୍ଛାରେ ଲୁହାପଥର ପରିବହନ କରିବ। ଏଣୁ ଏଥିପାଇଁ ଖଣିସଂସ୍ଥା ତାଙ୍କୁ ଲୋଡିଂ ସ୍ଲିପ୍‌ ଦେବା ନିୟମ ରହିଛି। ଏଣୁ ସେମାନେ ଲୁହାପଥର ପରିବହନ ପାଇଁ ଟ୍ରକ୍‌ ସଂଘଙ୍କୁ ଚିଠି କରି ବା ଆବଶ ସଂଖ୍ୟକ ସ୍ଲିପ୍‌ଦେଇ ଟ୍ରକ ମାଗିବେ ଓ ଲୁହାପଥର ପରିବହନ କରିବେ ବୋଲି କେତେକ କହୁଛନ୍ତି। ତେବେ ଏନେଇ ଉଠିଥିବା ବିବାଦ ଯୋଗୁ ସ୍ଥାନୀୟ ଟ୍ରକମାଲିକମାନେ କ୍ଷତିଗ୍ରସ୍ତ ହେବା ନେଇ ଚିନ୍ତାରେ ରହିଛନ୍ତି। ତେବେ ଆସନ୍ତାକାଲି ଟ୍ରକମାଲିକ ସଂଘଙ୍କ ପ୍ରତିନିଧି ପରିବହନ ଠିକା ସଂସ୍ଥାଙ୍କ ଉପସ୍ଥିତ ଜିଲା ପ୍ରଶାସନ ଓ ପୋଲିସ ବିଭାଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ସମ୍ଭାବନା ରହିଛି। ଏନେଇ କେନ୍ଦୁଝର ଟ୍ରକ ମାଲିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ କର କହିଛନ୍ତି, ପରିବହନ ଠିକାଦାରଙ୍କ ଅଭିଯୋଗ କ୍ରମେ ଏଭଳି ବିବାଦ ଦେଖାଦେଇଛି। ଏନେଇ ପ୍ରଶାସନକୁ ସମାଧାନ କରିବାକୁ ନିବେଦନ କରାଯାଇଛି। ଆସନ୍ତାକାଲି ଏନେଇ ବୈଠକ ବସି ନିଷ୍ପତ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri