ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା ପରେ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ପ୍ରକାଶ ଯେ, ନୟାଗଡ଼ ରେଳ ସାଇଡିଂରେ ୪ଟି ସଂସ୍ଥା ଖଣିଜ ପଥର, ପିଲେଟ ଆଦି ଲୋଡିଂ କାମ କରୁଛନ୍ତି। ସେଥିମଧ୍ୟରୁ ମୃତ୍ୟୁଞ୍ଜୟ ଏଣ୍ଟରପ୍ରାଇର୍ଜସ ନାମକ ଏକ ସଂସ୍ଥା ଲୁହା ଓ ମାଙ୍ଗାନିଜ ଲୋଡିଂ ପାଇଁ ଲାଇସେନ୍ସ ପାଇଛନ୍ତି। ଲାଇସେନ୍ସ (ନଂ. ୨୫୧୯) ଦୁଇବର୍ଷ ପାଇଁ ରେଳ ସାଇଡିଂରେ ଲୋଡିଂ କାମ କରିବାକୁ ଦିଆଯାଇଥିବା ବେଳେ ଏହାର ଅବଧି ଚଳିତ ବର୍ଷ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଥିଲା। ଅବଧି ସରି ଯାଇଥିଲେ ମଧ୍ୟ ଏହି ସଂସ୍ଥା ମାସେ ହେଲା ଉକ୍ତ ସାଇଡିଂରେ କିଭଳି ଏସେଲ କମ୍ପାନୀର ଲୋଡିଂ କାମ କରୁଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତେବେ ଲାଇସେନ୍ସ ନବୀକରଣ ନ ହୋଇ କିପରି ଲୋଡିଂ ପାଇଁ ରେଳ ସାଇଡିଂ କର୍ତ୍ତୃପକ୍ଷ ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏହାର ତଦନ୍ତ ପାଇଁ ଦାବି ହେଉଛି।
ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରଓ୍ବାଲ କାଗଜପତ୍ର ଦେଖିବା ପରେ କିଛି କହିପାରିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏହାକୁ ନେଇ ଏସେଲ ମାଇନିଂ ବରିଷ୍ଠ ଅଧିକାରୀ ଓମ୍‌ ପ୍ରକାଶ ସେନାପତି କହିଛନ୍ତି, ସେଭଳି ଅନିୟମିତତା ହୋଇନାହିଁ। ତାଙ୍କର ପିଲେଟ ରେଳ ଦେଇ ଯାଇଥାଏ। ଏଣୁ ପିଲେଟ ପାଇଁ ଲୋଡିଂ ଲାଇସେନ୍ସ ଆବଶ୍ୟକତା ନାହିଁ। ତେବେ ଉକ୍ତ ସଂସ୍ଥା ନବୀକରଣ ପାଇଁ ଆବେଦନ କରିଛି। କେଉଁ ଗାଡ଼ି ସାଇଡିଂକୁ ଯାଇପାରିବ ତାହାର ସୂଚନା ଲାଇସେନ୍ସରେ ଥାଏ। ସେହି ଅନୁସାରେ ରେଳ ବିଭାଗ ଉକ୍ତ ଗାଡ଼ିଗୁଡ଼ିକୁ ସାଇଡିଂକୁ ଛାଡ଼ିଥାନ୍ତି। ସାଧାରଣତଃ ଖଣି ବିଭାଗ ଲାଇସେନ୍ସରେ ସମସ୍ତ କାଗଜପତ୍ର ଯାଞ୍ଚ କରି ଗାଡ଼ିଗୁଡ଼ିକର ନମ୍ବର ଉଲ୍ଲେଖ କରିଥାଏ। ଏବେ ଲାଇସେନ୍ସ ନ ଥିବା ବେଳେ ପିଲେଟ ଲୋଡ୍‌ କରି ଆସୁଥିବା ଗାଡ଼ିଗୁଡ଼ିକୁ କିଏ ଚିହ୍ନଟ କରିବ ବା ସେସବୁ ଗାଡ଼ିର ବୈଧତା କିଏ ପ୍ରମାଣ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଦୀର୍ଘ ମାସ ହେଲା ଚାଲିଆସୁଥିବା ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଘଟଣା ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri