ଆକର୍ଷଣୀୟ ସବ୍‌ସିଡି ଦେଉଛି ଏଲ୍‌ଏମ୍‌ଏମ୍‌

ନୂଆଦିଲ୍ଲୀ,୧୬।୬: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା (ଏମ୍‌ଆଣ୍ଡ୍‌ଏମ୍‌)ର ସହଯୋଗୀ କମ୍ପାନୀ ମହିନ୍ଦ୍ରା ଲାଷ୍ଟ୍‌ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଇଭି ନୀତିକୁ ସ୍ବାଗତ କରାଯାଇଛି। ଏପରିକି ସରକାରଙ୍କ ଉକ୍ତ ଇଭି ନୀତି ଜରିଆରେ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରିକ୍‌ ତିନିଚକିଆ ଯାନ (ଲିଡ୍‌ ଏସିଡ୍‌ ଓ ଲିଥିୟମ୍‌ ଆୟନ) ଉପରେ ୩୦,୦୦୦ ଟଙ୍କାର ସବ୍‌ସିଡି ପ୍ରଦାନ କରୁଥିବା ଜଣାପଡ଼ିଛି। ଉକ୍ତ ନୀତି ଅଧୀନରେ ଭାରତର ୧ନମ୍ବର ଇଲେକ୍ଟ୍ରିକ୍‌ ତିନିଚକିଆ ଯାନ ନିର୍ମାତା ଏଲ୍‌ଏମ୍‌ଏମ୍‌ ଯାନଗୁଡ଼ିକୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିପାରୁଛି, ଯାହା ନିଜ ଗାଡ଼ିକୁ ଅପ୍‌ଗ୍ରେଡ୍‌ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ସହଜ କରୁଛି। ସେହିଭଳି କେନ୍ଦ୍ର ସରକାର ଫେମ୍‌-୨ ସବ୍‌ସିଡିକୁ ମିଶାଇ ଟ୍ରେଓ ଅଟୋ ଓ ଜୋରକୁ ୧,୦୩,୭୦୦ ଟଙ୍କା ଏବଂ ଟ୍ରେଓ ୟାରି ୬୭,୦୦୦ ଟଙ୍କାର ସବ୍‌ସିଡି ମିଳୁଛି। ଏପରିକି ଟ୍ରେଓ ଜୋର୍‌ କାର୍ଗୋ ତିନିଚକିଆ ଯାନ ୧,୦୩,୭୦୦ ଟଙ୍କାର ସବ୍‌ସିଡି ସହିତ ଉପଲବ୍ଧ ହେଉଥିବା ବେଳେ ଫ୍ଲାଗ୍‌ଶିପ୍‌ ଜୋର ଗ୍ରାଣ୍ଡ୍‌ ପାଇଁ ଷ୍ଟିକର ମୂଲ୍ୟରେ ୧,୩୨,୪୦୦ ଟଙ୍କାର ସବ୍‌ସିଡି ରହିଛି। ମହିନ୍ଦ୍ରାର ଲିଡ୍‌ ଏସିଡ୍‌ ତିନିଚକିଆ ଯାନ, ଇ-ଆଲ୍‌ଫା ମିନି ଓ ଇ ଆଲ୍‌ଫା କାର୍ଗୋ ଯାହା ଫ୍ରେମ୍‌-୨ ଅଧୀନରେ ଆସୁନାହିଁ। ହେଲେ ସେମାନଙ୍କୁ ମଧ୍ୟ ୩୦,୦୦୦ ଟଙ୍କାର ସରକାରୀ ସବ୍‌ସିଡି ମିଳୁଛି। ଅତ୍ୟଧିକ ଟଚ୍‌ପଏଣ୍ଟ ଓ ଅତୁଳନୀୟ ବିଶ୍ୱାସ ସହିତ ଆସୁଥିବା ବ୍ରାଣ୍ଡ୍‌ ମହିନ୍ଦ୍ରା ଗ୍ରାହକମାନଙ୍କୁ ନିଶ୍ଚିତ ଭାବେ ଏଲ୍‌ଏମ୍‌ଏମ୍‌ ଇଭି ଆନନ୍ଦିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri