ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ୍ୟାନସର, ଲୁଚାଇଥିଲେ ରିପୋର୍ଟ

ଓ୍ବାଶିଂଟନ୍‌,୧୧।୧: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍‌ ଅଷ୍ଟିନ୍‌ଙ୍କୁ କ୍ୟାନସର। କିନ୍ତୁ ଆଜିଯାଏଁ ସେ ଏକଥା ଲୁଚାଇ ରଖିଥିଲେ। ଯାହା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। ଗତ ଡିସେମ୍ବର ୨୨ରେ ଅଷ୍ଟିନ ପ୍ରୋଟେଷ୍ଟ କ୍ୟାନସରର ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡିସଚାର୍ଜ ପରେ ଜାନୁୟାରୀ ପହିଲାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହୋଇ ପଡିଥିଲା। ଫଳରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେ ୬ଦିନ ଧରି ଡାକ୍ତରଖାନାରେ ଥିବାବେଳେ ତାଙ୍କ ପାଖରେ କୌଣସି ମନ୍ତ୍ରୀ ନ ଥିଲେ। ସବୁଠାରୁ ତାଜୁବ କରିଦେବା କଥା ହେଉଛି, ଖୋଦ୍‌ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକଥା ଜଣା ନ ଥିଲା। ତେବେ ଏସବୁ ରିପୋର୍ଟ ସାମ୍ନାକୁ ଆସିବା ପରେ ବାଇଡେନ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ରିପବ୍ଲିକାନ ପାର୍ଟି ସମେତ ବାଇଡେନଙ୍କ ଦଳର ଅନେକ ନେତା ତାଙ୍କ ନିଲମ୍ବନ କରିବା ଲାଗି ଦାବି କରିଛନ୍ତି।

Share