ନିରାମୟରେ ମିଳୁନି ସମସ୍ତ ପ୍ରକାର ଔଷଧ

ପଟ୍ଟାମୁଣ୍ଡାଇ,୧୧।୧୦(କଳ୍ପତରୁ ନାୟକ):  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ନିରାମୟ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇ ଗୋଟିଏ କାଉଣ୍ଟର ଖୋଲାଯାଇଛି। ଏହି ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ରାଜନଗର, ଆଳି, ରାଜକନିକା ଓ ମହାକାଳପଡ଼ା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟକୁୁ ଆସୁଥିବା ଶହ ଶହ ରୋଗୀ ଅଧିକାଂଶ ଔଷଧ ନିରାମୟ କେନ୍ଦ୍ରରେ ମିଳୁ ନ ଥିବା ଅଭିଯୋଗ କରୁଛନ୍ତି। କଲେଜ ଛାତ୍ରୀ ପୂଜା ପାତ୍ର କହିଛନ୍ତି, ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେଠାରେ ଏକ ତାଲିକା ଲଗାଯିବା କଥା। ଉପଲବ୍ଧ ଥିବା ଔଷଧ ପାଶର୍‌ବରେ ଠିକ୍‌ ଚିହ୍ନ ମରାଯିବା କଥା, ମାତ୍ର ଏହି ଚିକିତ୍ସାଳୟରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇନାହିଁ। ବୁଦ୍ଧିଜୀବୀ ରବୀନ୍ଦ୍ର ଭଟ୍ଟ କହିଛନ୍ତି, ଡାକ୍ତର ଔଷଧ ଚିଠା ଲେଖିବା ବେଳେ ସାଦା କାଗଜ ଚିରୁକୁଟିରେ ବାହାର କମ୍ପାନୀ ଔଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହିଁ। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଏଠାରେ ପ୍ରାୟ ୨୭୧ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ଯେପରି ଆଣ୍ଟିବାୟୋଟିକ୍‌, ଆନାଲଜେସିକ, ଆଣ୍ଟି ମ୍ୟାଲେରିଆ, କୃମି ଔଷଧ, ଥଣ୍ଡା କାଶ ଔଷଧ, ଚର୍ମ, ପେଟରୋଗ ସମ୍ପର୍କିତ, ଝାଡ଼ା, ଭିଟାମିନ୍‌ ମିନେରାଲ, ସ୍ନାୟୁ, ସର୍ଜିକାଲ, ଶ୍ୱାସ, ପେଟ ବ୍ୟଥା, ଆଣ୍ଟି ଡାଇବେଟିକ୍‌, କୁଷ୍ଠ ରୋଗୀଙ୍କ ପାଇଁ ଔଷଧ, ଆଖି, ରକ୍ତ ଶୂନ୍ୟତା ଓ ଅନ୍ୟ ଔଷଧ ରୋଗୀଙ୍କ ପାଇଁ ଚିକିତ୍ସାଳୟରେ ନିରାମୟ ସୂଚନା ଫଳକ ଲଗା ହେବା କଥା। ମାତ୍ର ଏଠାରେ ସୂଚନା ଫଳକ ଲଗାଯାଇନାହିଁ। ରୋଗୀଙ୍କ ଅଜାଣତରେ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା କହି ବାହାରୁ ଆଣିବା ପାଇଁ ଡାକ୍ତର ଚିଠା ଦେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଚିକିତ୍ସାଳୟରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଏଡିଏମ୍‌ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଚିକିତ୍ସାଳୟରେ ନିରାମୟ ଯୋଜନାର ସମସ୍ତ ଔଷଧ ମିଳୁଛି। ଡାକ୍ତର ଛୋଟ ଚିରୁକୁଟିରେ ବାହାର ଔଷଧ କିଣା ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri