ରାଜନୀତିର ଚାଣକ୍ୟ ଆଡଭାନୀଙ୍କ ରହିଛି ହିନ୍ଦୀ ଫିଲ୍ମରେ ସଉକ, କରନ୍ତି ଫିଲ୍ମ ରିଭ୍ୟୁ

ନୂଆଦିଲ୍ଲୀ,୩।୨: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହୁଏ। ସେ ଜଣେ ଦକ୍ଷ ରାଜନେତା ସହ ରାଜନୀତିରେ ଚାଣକ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ, ନିଜର ରାଜନୈତିକ ଚିନ୍ତାଧାରାରେ ହିନ୍ଦୁ ରାଷ୍ଟ୍ର ଅଭିଯାନ ପ୍ରଚାର କରିଥିଲେ। ତେବେ କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାରା ଜୀବନ ସେବା ପାଇଁ ଉତ୍ସର୍ଗ କରିଥିବାରୁ ତାଙ୍କ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଆପଣ ଆଡଭାନୀଙ୍କ ରାଜନୀତିର କେତେ ପାରଙ୍ଗମ ସେ ବିଷୟରେ ତ ନିଶ୍ଚେ ଜାଣିଥିବେ ହେଲେ ସେ ବଲିଉଡର ବଡ ପ୍ରଶଂସକ ଏହା ଖୁବ କମ ଲୋକ ଜାଣିଥିବେ। ଲାଲ କୃଷ୍ଣ ଆଡଭାନୀ ହିନ୍ଦୀ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେ ହିନ୍ଦୀର ନୂଆ ହେଉ କି ପୁରୁଣା ଫିଲ୍ମ ବହୁତ ଆଗ୍ରହରେ ଦେଖନ୍ତି। ସେ ପ୍ରତି ସପ୍ତାହରେ ନୂଆ ହିନ୍ଦୀ ଫିଲ୍ମ ଦେଖିବା ସହ ସେହି ଫିଲ୍ମର ସମୀକ୍ଷା ମଧ୍ୟ କରିଥାନ୍ତି।

ଆଡଭାନୀ ସବୁବେଳେ ତାଙ୍କ ରୋକଠୋକ କଥା ନେଇ ଖବରର ଶିରୋନାମାରେ ଥିବାବେଳେ ତାଙ୍କର ସିନେମା ପ୍ରତି ପ୍ରେମ ଆଜିଯାଏଁ ଅନେକଙ୍କ ପାଖରେ ଲୁକ୍କାୟିତ ରହିଛି। କେବଳ ଫିଲ୍ମ ନୁହେଁ ଫିଲ୍ମଷ୍ଟାରଙ୍କ ସମ୍ପର୍କରେ ସେ ବହୁତ କଥା ଖୁଲମକଥା ଆଲୋଚନା କରିପାରନ୍ତି। ସେ ଯେକୌଣସି ଫିଲ୍ମର କାହାଣୀ, ଅଭିନେତାଙ୍କ ଅଭିନୟ, ସିନେମାଟୋଗ୍ରାଫି, ସ୍କ୍ରିପ୍ଟ-ସଂଳାପ ଇତ୍ୟାଦି ବିଷୟରେ ବିସ୍କୃତ ଭାବରେ ଆଲୋଚନା କରିପାରନ୍ତି।

ହିନ୍ଦୀ ଫିଲ୍ମ ପ୍ରତି ଆଡଭାନୀଙ୍କ ପ୍ରେମର ରହସ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ଜଣାଅଛି। ଏହି କାରଣରୁ ଯେତେବେଳେ ଅଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଗନ’ ରିଲିଜ ହେବାକୁ ଯାଉଥିଲା, ସେତେବେଳେ ଫିଲ୍ମର ମୁଖ୍ୟ ଅଭିନେତା ତଥା ନିର୍ମାତା ଆମୀର ଖାନ ଫିଲ୍ମକୁ ଆଡଭାନୀଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୨ ମଇରେ ଲଗନ ଫିଲ୍ମ ରିଲିଜ ହୋଇଥିଲା ଲଗନ ରିଲିଜ ହେବା ପୂର୍ବରୁ ଏହାର ପ୍ରିମିୟର ଶୋ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଲାଲ କୃଷ୍ଣ ଆଡଭାନୀ ସେତେବେଳେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ। ଲଗନ ଫିଲ୍ମକୁ ନେଇ ଆମୀର ସେତେବେଳେ ବହୁତ ଉତ୍ସାହିତ ଥିଲେ।
ଆମୀରଙ୍କ ନିମନ୍ତ୍ରଣ ରକ୍ଷା କରି କ୍ୟାବିନେଟ ମନ୍ତ୍ରୀ ଫିଲ୍ମର ପ୍ରିମିୟରେ ଯୋଗ ଦେଇଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ଫିଲ୍ମର ପ୍ରିମିୟର ଶୋ’ ରେ ଯୋଗଦେବା ଏହା ଆପେ ଏକ ବଡ଼ ଖବର ଥିଲା। ତେଣୁ ସେଠାରେ ସବୁ ଗଣମାଧ୍ୟମ ପହଞ୍ଚି ଯାଇଥିଲେ। ଫିଲ୍ମ ଦେଖିବା ବାହାରକୁ ଆସିବା ପରେ ଆଡଭାନୀଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଲଗନ ବିଷୟରେ ଯାହା କହିଥିଲେ ତାହା ଫିଲ୍ମ ପାଇଁ ଏକ ମାଇଲଖୁଣ୍ଟ ସାଜିଥିଲା। ସେ କହିଥିଲେ, ‘ବହୁତ ସମୟ ପରେ ମୁଁ ଏକ ଫିଲ୍ମ ଦେଖିଲି ଯାହା ମୋତେ ବହୁତ ଭଲ ଲାଗିଲା’। ତାଙ୍କ ବିବୃତ୍ତରେ ସେ ଆମୀରଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ଆମୀରଙ୍କର ସେ ଜଣେ ବଡ ପ୍ରଶଂସକ’। ଆଡଭାନୀଙ୍କ ଏହି ପ୍ରଶଂସା ଶୁଣିବା ପରେ ଆମୀର ବହୁତ ଖୁସି ହୋଇଯାଇଥିଲେ।

ଏହା ମାତ୍ର କିଛି ମାସ ପରେ ଅକ୍ଟୋବରରେ ଶାହାରୁଖ ଖାନଙ୍କ ଡ୍ରିମ ପ୍ରୋଜେକ୍ଟ ଅଶୋକା ରିଲିଜ ହୋଇଥିଲା। ଜଣେ ମହାନ ହିନ୍ଦୁ ସମ୍ରାଟଙ୍କ ଜୀବନୀ ଏବଂ ତାଙ୍କର ସାହସିକତାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କିଙ୍ଗ ଖାନ୍‌ ଅଭିନୟ କରିଥିଲେ। ତେବେ ଆମୀରଙ୍କ ପରି କିଙ୍ଗ ଖାନ୍‌ ମଧ୍ୟ ଫିଲ୍ମର ପ୍ରିମିୟର ଶୋ’ରେ ଆଡଭାନୀଙ୍କୁ ନିମନ୍ତ୍ରଣ କରିଥିଲେ। ଫିଲ୍ମ ଦେଖିବା ପାଇଁ ଆଡଭାନୀ ବହୁତ ଉତ୍ସାହର ସହିତ ସିନେମା ହଲରେ ପହଞ୍ଚି ଶେଷ ପର୍ଯ୍ୟନ୍ତ ପୁରା ଫିଲ୍ମ ଦେଖିଥିଲେ। ହେଲେ ସେ ଫିଲ୍ମକୁ ନେଇ ନିରବ ରହିଥିଲେ। ଗଣମାଧ୍ୟମରେ ବିଶେଷ ପ୍ରତିକ୍ରିୟା ଦେଇ ନ ଥିଲେ। ପରେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା।

ଲାଲ କୃଷ୍ଣ ଆଡଭାନୀ ଆରମ୍ଭରୁ ହିନ୍ଦୀ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ରାଜ କପୁର, ଦେବାନନ୍ଦ, ଦିଲୀପ କୁମାର, ଗୁରୁଦତ୍ତ, ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ମୀନା କୁମାରୀ, ନର୍ଗିସ, ହେମାମାଳିିନୀ, ଜୟା ବଚ୍ଚନଙ୍କ ସହ ନୂଆପିଢିର ଅଭିନେତା ଆମୀର, ସଲମାନ, ଶାହାରୁଖଙ୍କ ଫିଲ୍ମକୁ ସେ ବହୁ ଆଗ୍ରହରେ ଦେଖନ୍ତି। । ଫିଲ୍ମ ପ୍ରତି ତାଙ୍କର ଅହେତୁକ ଦୂର୍ବଳତା ହେତୁ ସେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖପତ୍ରରେ ଫିଲ୍ମର ସମୀକ୍ଷା ଲେଖିବାର ସୁଯୋଗ ମିଳିଥିଲା। ବହୁବର୍ଷ ଧରି ଆଡଭାନୀ ଏହି ପତ୍ରିକାରେ ସାପ୍ତାହିକ ଭାବେ ଫିଲ୍ମର ସମୀକ୍ଷା କରୁଥିଲେ। ପରେ ସେ ସମୀକ୍ଷା ଲେଖିବା ବନ୍ଦ କରିଦେଇଥିଲେ ମଧ୍ୟ ଫିଲ୍ମ ଦେଖିବା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri