Categories: ଜାତୀୟ

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ନଜିର ରହିଛି। ନିର୍ବାଚନ ପୂର୍ବରୁ ଚିରାଗଙ୍କ ଏହା ଏକ ଚାଲ୍‌ ବୋଲି ବିରୋଧୀ କହିଛନ୍ତି। ଏନେଇ ଚିରାଗ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ନ କରି ରହି ପାରୁନି, ତେଣୁ ମୁଁ କ’ଣ କରିପାରିବି। ବାପା ଅସୁସ୍ଥ ଥିଲେ, ଆମ ସହିତ କେହି ନ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋ ସହିତ ଛିଡ଼ା ହୋଇଥିଲେ। ଦିନକୁ ଅତି କମରେ ୨ଥର କଲ କରୁଥିଲେ। ପ୍ରଧାନମନ୍ତ୍ରୀ ଆମକୁ ଦେଇଥିବା ସମ୍ମାନ ମୁଁ କିପରି ଭୁଲି ପାରିବି ବୋଲି ସେ କହିଛନ୍ତି। ବିହାର ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା ଏଲଜେପି ମୁଖ୍ୟ ଚିରାଗ ପାଶୱାନ କହିଛନ୍ତି, ପିତା କହିଛନ୍ତି ଯେ ଏକୁଟିଆ ଯିବାକୁ କାହିଁକି ଭୟ କରୁଛନ୍ତି? ୨୦୦୫କୁ ଦେଖ। ମୋର ଭୟ ନ ଥିଲା ଏବଂ ମୁଁ ଏକୁଟିଆ ଯାଇଥିଲି। ତୁମେ କାହିଁକି ଭୟ କରୁଛ? ତୁମେ ବର୍ତ୍ତମାନ ଯୁବକ। ଏକୁଟିଆ ଚାଲିବାକୁ ଭୟ କର ନାହିଁ। ଯଦି ତୁମର ପଥ ଠିକ ଅଛି ତେବେ ସବୁକିଛି ଠିକ୍‌ ହେବ ବୋଲି ମୋ ପିତା ମୋତେ ଉପଦେଶ ଦେଇଥିଲେ। ମୁଁ ଏହାକୁ ମାନି ଚାଲୁଛି ଆଗକୁ ସବୁକିଛି ଠିକ୍‌ ହେବ ବୋଲି ଚିରାଗ କହିଛନ୍ତି।

Share