Posted inଜାତୀୟ

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ନଜିର ରହିଛି। ନିର୍ବାଚନ ପୂର୍ବରୁ ଚିରାଗଙ୍କ ଏହା ଏକ ଚାଲ୍‌ ବୋଲି ବିରୋଧୀ କହିଛନ୍ତି। ଏନେଇ ଚିରାଗ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ନ କରି ରହି ପାରୁନି, ତେଣୁ ମୁଁ କ’ଣ କରିପାରିବି। ବାପା ଅସୁସ୍ଥ ଥିଲେ, ଆମ ସହିତ କେହି ନ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋ ସହିତ ଛିଡ଼ା ହୋଇଥିଲେ। ଦିନକୁ ଅତି କମରେ ୨ଥର କଲ କରୁଥିଲେ। ପ୍ରଧାନମନ୍ତ୍ରୀ ଆମକୁ ଦେଇଥିବା ସମ୍ମାନ ମୁଁ କିପରି ଭୁଲି ପାରିବି ବୋଲି ସେ କହିଛନ୍ତି। ବିହାର ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା ଏଲଜେପି ମୁଖ୍ୟ ଚିରାଗ ପାଶୱାନ କହିଛନ୍ତି, ପିତା କହିଛନ୍ତି ଯେ ଏକୁଟିଆ ଯିବାକୁ କାହିଁକି ଭୟ କରୁଛନ୍ତି? ୨୦୦୫କୁ ଦେଖ। ମୋର ଭୟ ନ ଥିଲା ଏବଂ ମୁଁ ଏକୁଟିଆ ଯାଇଥିଲି। ତୁମେ କାହିଁକି ଭୟ କରୁଛ? ତୁମେ ବର୍ତ୍ତମାନ ଯୁବକ। ଏକୁଟିଆ ଚାଲିବାକୁ ଭୟ କର ନାହିଁ। ଯଦି ତୁମର ପଥ ଠିକ ଅଛି ତେବେ ସବୁକିଛି ଠିକ୍‌ ହେବ ବୋଲି ମୋ ପିତା ମୋତେ ଉପଦେଶ ଦେଇଥିଲେ। ମୁଁ ଏହାକୁ ମାନି ଚାଲୁଛି ଆଗକୁ ସବୁକିଛି ଠିକ୍‌ ହେବ ବୋଲି ଚିରାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି...

‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ

ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ...

ତାଲିକାରେ ନାମ ନ ଥିବାରୁ ପଦରୁ ଇସ୍ତଫା ଦେଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ପଦ ନିର୍ବାଚନ ଦଳରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ନିର୍ବାଚନରେ ମତଦାନ କରି ନ ପାରିବାକୁ...

ଆକାର ପଟେଲଙ୍କୁ ଇଡିର ୧୦ କୋଟି ଜରିମାନା

ନୂଆଦିଲ୍ଲୀ,୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡିରିଂ ମାମଲାରେ ଶୁକ୍ରବାର ଆମ୍‌ନେଷ୍ଟି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ (ଏଆଇଆଇପିଏଲ୍‌) କୁ ୫୧.୭୨ କୋଟି ଏବଂ...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ...

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨।୮: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଅନିଶ୍ଚିତ କାଳ ପାଇଁ...

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ...

କାନାଡାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଖଲିସ୍ତାନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି କ୍ରମରେ ରବିବାର...

Advertisement
Archives

Model This Week