Categories: ଫୁରସତ

ଅନ୍‌ଲାଇନ୍‌ରେ ମଗାଇଥିଲେ ‘ତରକାରୀ’; ବାହାରିଲା ମଲା ଝିଟିପିଟି

ଆଜିକାଲି ‘ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି’ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି କରୋନା କାଳରେ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ହେଲେ ଅନେକ ଥର ଖାଦ୍ୟରେ ଏଭଳି ଜିନିଷ ମିଳିଥାଏ,ଯାହା ଆଶ୍ଚର୍ଯ୍ୟ କରିଥାଏ। ଏଭଳି ଏକ ଘଟଣା ଗ୍ରେଟର ନୋଏଡ଼ାରେ ରହୁଥିବା କୌସ୍ତଭ କୁମାର ସିହ୍ନାଙ୍କ କ୍ଷେତ୍ରରେ ଘଟିଛି।

କୌସ୍ତଭ ଅନ୍‌ଲାଇନ୍‌ରେ ତରକାରୀ ମଗାଇଥିଲେ। ହେଲେ ପ୍ୟାକେଟ୍‌ ଖୋଲିବା ମାତ୍ରେ ସେଥିରେ ଏକ ଝିଟିପିଟି ଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଚମକି ପଡ଼ିଥିଲେ। ଅନ୍‌ଲାଇନ୍‌ରେ ସେ ଏନେଇ ଅଭିଯୋଗ କରିଛନ୍ତି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ନୋଏଡାର ଗ୍ରେନୋ ଓ୍ବେଷ୍ଟରେ ଥିବା ପଞ୍ଜାବୀ ରୋଷେଇରୁ କୌସ୍ତଭ ଖାଦ୍ୟ ଅର୍ଡର କରିଥିଲେ। ଖାଦ୍ୟ ଠିକ୍‌ ସମୟରେ ପହଞ୍ଚିଥିଲା। ହେଲେ ତାକୁ ଖୋଲିବା ମାତ୍ରେ ଭିତରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେ କମ୍ପାନୀ ଉପରେ ଅଭିଯୋଗ କରିଛନ୍ତି।

ଦେଖନ୍ତୁ ଭାଇରାଲ ଟୁଇଟ୍‌ ଏବଂ ଭିଡିଓ:

Share