ଲିଜାର୍ଡ ଡେ’

ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ ମଧ୍ୟରୁ ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ। କିନ୍ତୁ ଚୋରା କାରବାର ଯୋଗୁ ଏମାନଙ୍କ ଶିକାର ବଢ଼ିବାରେ ଲାଗିଛି।

ରାଜ୍ୟରେ ବନ୍ୟପ୍ରାଣୀ ଶିକାର କମିବାର ନାଁ ଧରୁନି। ହାତୀଠାରୁ ଆରମ୍ଭ କରି ଗୋଧି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଏବେ ବିପଦରେ ଅଛନ୍ତି। ଶିକାରୀଙ୍କ କବଳରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ୍‌ ମାରୁଛି। ବନ୍ୟପ୍ରାଣୀ ସଂରକ୍ଷଣ ସହ ଶିକାର ରୋକିବା ପାଇଁ ମାଳ ମାଳ ଯୋଜନା ହେଉଛି ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। କିନ୍ତୁ କୌଣସି ଫଳପ୍ରଦ ହେଉନାହିଁ। ହାତୀ, ବାଘ, କଲରାପତରିଆ, ହରିଣ, ବାର୍‌ହା ଆଦି ପ୍ରାଣୀ ଏବେ ବିପଦରେ ରହିଥିବାବେଳେ ଲିଜାର୍ଡ ପ୍ରଜାତିର ଅନେକ ବନ୍ୟପ୍ରାଣୀ ଅଛନ୍ତି, ଯେଉଁମାନଙ୍କ ଶିକାର ଓ ଚୋରା କାରବାର ବଢ଼ିଚାଲିଛି। ଏମାନଙ୍କ ସୁରକ୍ଷା ଏବେ ଜରୁରୀ ହୋଇପଡ଼ିଛି।

ଗୋଧି

ଓଡ଼ିଶାରେ ବିଶେଷକରି ଗୋଧିର ବହୁଳ ଭାବେ ଚୋରା କାରବାର ହେଉଥିବା ଦେଖାଯାଇଥାଏ। ଓଡ଼ିଶାରୁ ପଶ୍ଚିମବଙ୍ଗ, ବାଂଲାଦେଶ ଗୋଧି ଚାଲାଣ ହେଉଥିବା ଜଣାପଡ଼ିଛି। ଗୋଧି ମାଂସ ଖାଇବା ଓ ତା’ ଚମଡ଼ାରୁ ବିଭିନ୍ନ ସୌଖୀନ ଜିନିଷ ସହ ବାଦ୍ୟଯନ୍ତ୍ର ତିଆରି କରାଯାଉଛି। ଏହା ମୁଖ୍ୟତଃ ଖଞ୍ଜଣି ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଇଥାଏ। ଓଡ଼ିଶାରେ ୩ ପ୍ରକାରର ଗୋଧି ଦେଖାଯାଅନ୍ତି। ଭିତରକନିକା ହେନ୍ତାଳବନରେ ଓ୍ବାଟର ମନିଟର ଲିଜାର୍ଡ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ବେଙ୍ଗଲ ମନିଟର ଓ ୟେଲୋ ମନିଟର ଲିଜାର୍ଡ ଦେଖାଯାନ୍ତି। ଏହି ୩ ପ୍ରକାର ଗୋଧି ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ସରୀସୃପ। ଏମାନଙ୍କୁ ଶିକାର କଲେ ୭ବର୍ଷ ଜେଲ ସହ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟ ବନ ବିଭାଗର ଉଦାସୀନତା ଯୋଗୁ ଶିକାର ବଢ଼ିବାରେ ଲାଗିଥିବାରୁ ଧୀରେ ଧୀରେ ଏମାନଙ୍କ ସଂଖ୍ୟା କମିବାରେ ବି ଲାଗିଛି। ଗୋଧିଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୦୧୨ରୁ ଓ୍ବାଟର ମନିଟର ଲିଜାର୍ଡ ବା ପାଣିଗୋଧିଙ୍କ ବ୍ରିଡିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଠାରେ ଜନ୍ମ ହୋଇଥିବା କିଛି ଛୁଆଙ୍କୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭାରତର ପ୍ରାୟ ୬ଟି ଚିଡ଼ିଆଖାନାକୁ ପଠାଯାଇଛି। ତେବେ ୨୦୧୮ରେ କୃତ୍ରିମ ଉପାୟରେ ଗୋଧି ଅଣ୍ଡାକୁ ଫୁଟାଇବାରେ ମଧ୍ୟ ସଫଳତା ମିଳିଛି।

ବହୁରୂପୀ ଏଣ୍ଡୁଅ

ଚାମେଲିଅନ ବା ବହୁରୂପୀ ଏଣ୍ଡୁଅ। ଦେଖିବାକୁ ଯେତିକି ସୁନ୍ଦର, ତା’ର ଶରୀରର ରଙ୍ଗ ପରିବର୍ତ୍ତନ ସେତିକି ରୋମାଞ୍ଚକର। ପୂର୍ବରୁ ଏହା ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ସିଡ୍ୟୁଲ-୪ ରହିଥିବାବେଳେ ୨୦୨୨ରେ ସଂଶୋଧିତ ଆଇନରେ ଏହା ସିଡ୍ୟୁଲ-୧ରେ ସ୍ଥାନ ପାଇଛି। ତେଣୁ ଏହାକୁ ଧରିବା ବା ଶିକାର କରିବା ଦଣ୍ଡନୀୟ ଅପରାଧ। ଏମାନେ ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖିବାକୁ ମିଳନ୍ତି। ଶତ୍ରୁ କବଳରୁ ରକ୍ଷା ପାଇବା ଓ ନିଜେ ଶିକାର କରିବା ସମୟରେ ପରିବେଶ ସହିତ ରଙ୍ଗ ବଦଳାଇଥାନ୍ତି।

ଲିଓପାର୍ଡ ଗେକୋ(କାଳକୁଟ)

ଓଡ଼ିଶାରେ ଏକ ଅଦ୍ଭୁତ ଗୋଡ଼ବିହୀନ ଲିଜାର୍ଡ ଦେଖାଯାଆନ୍ତି। ୧୯୧୭ରେ ଏହି ନୂତନ ପ୍ରଜାତି ‘ବରକୁଦିଆ ଇନ୍ସୁଲାରିସ୍‌’ର ଆବିଷ୍କାର ହୋଇଥିଲା। ଚିଲିକା ହ୍ରଦରେ ଥିବା ବରକୁଦ ଦ୍ୱୀପରୁ ପ୍ରଥମ କରି ଏହି ଗୋଡ଼ବିହୀନ ଲିଜାର୍ଡ ଠାବ ହୋଇଥିବାରୁ ଆବିଷ୍କାରକ ନେଲ୍‌ସନ ଆନନ୍ଦଲେ ଏହାର ନାଁ ରଖିଥିଲେ ‘ବରକୁଦିଆ। ଏହି ବରକୁଦିଆ ଇନ୍ସୁଲାରିସ୍‌କୁ ଦେଖିଲେ ଯେ କେହି ବି ସାପ ବୋଲି ଭ୍ରମରେ ପଡ଼ିବା ସ୍ବାଭାବିକ। ତେବେ ଏହା ବିରଳ ଲେଗ୍‌ ଲେସ୍‌ ଲିଜାର୍ଡ। ଏହାର ଆଖିପତା ରହିଛି। ସାପ ପାଟିରେ ଦୁଇଫାଳିଆ ଜିଭ ଥିବାବେଳେ ବରକୁଦିଆର ଗୋଟାଳିଆ ଜିଭ ଥାଏ। ସେହିପରି ସାପଙ୍କ ଦେହରେ ବାହ୍ୟ କାନ ନ ଥିବାବେଳେ ବରକୁଦିଆ ଦେହରେ ବାହ୍ୟ କାନ ରହିଥାଏ। ତେବେ ଏଭଳି ଏକ ବିରଳ ପ୍ରାଣୀକୁ ବନ୍ୟପ୍ରାଣୀ ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେଉଛି।
(ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର)


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri