ହଠାତ୍‌ ବେହୋସ ହୋଇପଡ଼ିଲେ ଉପସ୍ଥାପକ: ସୁନକ୍‌-ଟ୍ରସ୍‌ ବିତର୍କ ବାତିଲ

ଲଣ୍ଡନ, ୨୭ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ମଙ୍ଗଳବାର ବିତର୍କ ହୋଇଥିଲା। ଦ ସନ୍‌ ଏବଂ ଟକ୍‌ ଟିଭିରେ ଏହି ଡିବେଟ୍‌ ଚାଲିଥିବା ବେଳେ ଉପସ୍ଥାପକ କେଟ୍‌ ମ୍ୟାକ୍‌କନନ୍‌ ହଠାତ୍‌ ମଞ୍ଚ ଉପରେ ବେହୋସ୍‌ ହୋଇପଡ଼ିଥିଲେ। ଫଳରେ ଏହି ବିତର୍କକୁ ବାତିଲ କରିଦିଆଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଟକ୍‌ ଟିଭି ପକ୍ଷରୁ କୁହାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ କେଟ୍‌ ଏହି ବିତର୍କକୁ ଆଗକୁ ନେଇପାରିବେ ନାହିଁ କୁହାଯିବା ପରେ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ଉଭୟ ସୁନକ୍‌ ଏବଂ ଟ୍ରସ୍‌ କେଟ ମ୍ୟାକ୍‌କନନ୍‌ଙ୍କ ସୁସ୍ଥତା କାମନା କରି ଟୁଇଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ କେତେକ ନିଷ୍ପତ୍ତି ଓ ପଦକ୍ଷେପ ଉପରେ ଉଭୟେ ପରସ୍ପରକୁ ପ୍ରଶ୍ନ କରିଥିଲେ।

Share