Categories: ଜାତୀୟ

ନିଖୋଜଙ୍କ ଜୀବିତ ଆଶା ଏବେ ବୃଥା: ବଢୁଛି ମୃତଦେହ, କମୁଛି ନିଖୋଜଙ୍କ ସଂଖ୍ୟା

ଡେରାଡୁନ୍‌,୧୬।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଥିବା ଲୋକଙ୍କ ଜୀବିତ ରହିଥିବା ଆଶା ଏବେ ନିରାଶରେ ପରିଣତ ହେବାରରେ ଲାଗିଛି। ପ୍ରତିଦିନ ଉଦ୍ଧାରକାରୀଦଳ କେବଳ ମୃତଦେହ ଉଦ୍ଧାର କରୁଛନ୍ତି। ଇତିମଧ୍ୟରେ ୫୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବି ନିଖୋଜଙ୍କୁ ଜୀବିତ ଫେରି ପାଇବା ନେଇ ପରିବାରବର୍ଗଙ୍କ ମଧ୍ୟରେ ଆଶାର ସମ୍ଭାବନା ରହିଛି। ଆଶା ବୃଥା ପାଲଟିଛି। ଆଖିର ଲୁହ ଶୁଖୁ ନ ଥିବାବେଳେ ନିଖୋଜ ଯେ ଆଉ ନାହାନ୍ତି ତାହାକୁ ପରିବାର ଲୋକଙ୍କ ମନ ମାନିବାକୁ ନାରାଜ। ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକର ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇ ସେମାନଙ୍କୁ ଚିହ୍ନଟ କରାଯିବା କାର୍ଯ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି ରହିଛି। ତପୋବନ ଟନେଲରେ ଅଟକି ଥିବା ଶ୍ରମିକଙ୍କ ସନ୍ଧାନ କରାଯାଉଛି। ସେମାବାର ଏଠାରୁ ୫ ମୃତଦେହ ମିଳିଥିବାବେଳେ ମଙ୍ଗଳବାର ୩ ମୃତଦେହକୁ ଉଦ୍ଧାର କରାଯାଇଛି। କାଦୁଅ ସଫା କରି ଉଦ୍ଧାର କାର୍ଯ୍ୟ ଜାରି ରଖିବା କଷ୍ଟକର ହେଉଛି। ମୃତଦେହ ଉଦ୍ଧାର ସଂଖ୍ୟା ବଢୁଥିବାବେଳେ ନିଖୋଜଙ୍କ ସଂଖ୍ୟା କମି ଏବେ ୧୪୯ରେ ପହଞ୍ଚିଛି।

Share