କନ୍ୟାକୁମାରୀରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ମଣିପୁର ଗ୍ରାମ ଡୁମାଖାଳି ହରିଜନ ସାହିର ଦାଦନ ଶ୍ରମିକ ଅଜୟ ନାୟକ(୨୦)ଙ୍କ ତାମିଲନାଡୁର କନ୍ୟାକୁମାରୀରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବୁଧବାର ବିଳମ୍ବିତ ରାତିରେ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଖବରପାଇ ଗୁରୁବାର ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ର, ସରପଞ୍ଚ ସୀମାଞ୍ଚଳ ପ୍ରଧାନ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶିର ଚେକ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରି କରିଥିଲେ।

ସୂଚନା ଯୋଗ୍ୟ, ଅଜୟ ଏକ ଦିଆସିଲି କାରଖାନାରେ କାମ କରୁଥିଲେ। ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଗତ ୪ ଦିନ ହେଲା ସେ ଏକ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଏପରିକି ରବିବାର ଘରକୁ ଫୋନ କରି ଚିକିତ୍ସା ପାଇଁ ୧ ହଜାର ଟଙ୍କା ପଠାଇବାକୁ ମା’ଙ୍କୁ କହିଥିଲେ। ହେଲେ ସାରେ ପୁଅ ଅଜୟଙ୍କ ମୃତ୍ୟୁ ଘଟିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ମା’ଙ୍କୁ ଫୋନ କରି ଜଣାଇଥିଲେ। ଏନେଇ ଅଜୟଙ୍କ ମା’ ସ୍ଥାନୀୟ ସରପଞ୍ଚ ସୀମାଞ୍ଚଳ ପ୍ରଧାନଙ୍କୁ ଜଣାଇଥିଲେ।

ସରପଞ୍ଚ ଏନେଇ ଗଞ୍ଜାମ ଜିଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦେବା ସହ ମୃତଦେହ ଗାଁକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରେ ଜିଲା ଶ୍ରମ ବିଭାଗ ଅଧିକାରୀ ଏବଂ ପୋଲିସ ସହାୟତାରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା।

ଅଜୟ ବାପାଙ୍କ ମୃତ୍ୟୁ ପରେ ମା’ ଏବଂ ଭଉଣୀଙ୍କ ସହ ଗାଁ ରେ ରହୁଥିଲେ। ଦାଦନ ଖଟି ଦୁଇ ପଇସା ରୋଜଗାର କରି ପରିବାର ଚଳାଇବା ଚିନ୍ତାରେ ସେ ଜଣେ ଦାଦନ ସର୍ଦ୍ଦାରଙ୍କ ସହ ତାମିଲନାଡୁର କନ୍ୟାକୁମାରୀ ଯାଇ ସେଠାକାର ଏକ ଦିଆସିଲି କାରଖାନାରେ ସ୍ବଳ୍ପ ମଜୁରୀରେ କାମ କରୁଥିଲେ ବୋଲି ତାଙ୍କ ଭଉଣୀ ବନିତା କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri