Categories: ବୌଦ୍ଧ

ବିଦ୍ୟୁତ୍‌ ତାର ପକାଇ ମାଛ ମାରିବା ହେଲା କାଳ

ବୌଦ୍ଧ,୧୧।୨(ସ୍ବ.ପ୍ର.): ବିଦ୍ୟୁତ୍‌ ତାର ସଂଯୋଗ କରି ମାଛ ମାରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତର ସାନଭୂର୍ତା ଗ୍ରାମରେ ଏହି ଘଟଣା ଘଟିଛି। ସାନଭୂର୍ତା ଗ୍ରାମର ପ୍ରସନ୍ନ ଜାନୀ ନିକଟବର୍ତ୍ତୀ ପତକାପାଲି ଗ୍ରାମର କିଛି ସାଙ୍ଗଙ୍କ ସହିତ ନିକଟରେ ଯାଇଥିବା ନାଳକୁ ବିଦ୍ୟୁତ୍‌ ତାର ପକାଇ ମାଛ ମାରିବାକୁ ଯାଇଥିଲେ। ହେଲେ ପ୍ରସନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତିମାନେ ଭୟରେ ତୁରନ୍ତ ଘଟଣାର ଖବର ନ ଦେଇ ବିଳମ୍ବର ପ୍ରସନ୍ନଙ୍କ ସ୍ତ୍ରୀକୁ ଖବର ଦେଇ ଫେରାର ହୋଇଯାଇଥିଲେ। ଏନେଇ ପରିବାର ଲୋକେ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ ା ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।