Posted inଖେଳ

ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ

ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ହାସଲ କରିଥିବା ଲିଭରପୁଲ ଏକ ବୃହତ୍‌ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍‌ ପ୍ରିମିୟର ଲିଗ୍‌ର ଏକ ମ୍ୟାଚ୍‌ରେ ମାଞ୍ଚେଷ୍ଟର ସିଟି ୪-୦ରେ ଲିଭରପୁଲ୍‌କୁ ହରାଇଛି।
ଦୀର୍ଘ ୩ ଦଶନ୍ଧି ପରେ ଟାଇଟଲ ହାସଲ କରିଥିବାରୁ ଲିଭରପୁଲ୍‌କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଟି ତରଫରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏଥିରେ ଲିଭରପୁଲ୍‌ ଖେଳାଳି ଖୁସି ହୋଇଥିଲେ। ତେବେ ଏହା ବେଶି ସମୟ ତିଷ୍ଠି ନ ଥିଲା। ସିଟି ତରଫରୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରାଯାଇଥିଲା। ସିଟି ତରଫରୁ ୨୫ ତମ ମିନିଟ୍‌ରେ ଡି କେଭିନ୍‌ ଡି ବ୍ରୁନେ ପ୍ରଥମ ଗୋଲ ସ୍କୋର କରି ଖାତା ଖୋଲିଥିଲେ। ଏହାପରେ ୩୫ତମ ମିନିଟ୍‌ରେ ରାହିମ ଷ୍ଟିର୍ଲିଂ ଓ ୪୫ତମ ମିନିଟ୍‌ରେ ଫିଲ୍‌ ଫୋଡେନ ଗୋଲ ସ୍କୋର କରିଥିଲେ। ଶେଷରେ ଲିଭରପୁଲ୍‌ ତରଫରୁ ୬୬ତମ ମିନିଟ୍‌ରେ ଓକ୍ସଲାଡ- ଚାମ୍ବରଲାନଙ୍କ ଆତ୍ମଘାତୀ ଗୋଲ ବଳରେ ସିଟି ୪-୦ରେ ବିଜୟୀ ହୋଇଥିଲା। ଷ୍ଟିର୍ଲିଂଙ୍କ ଲୋ- ଡ୍ରାଇଭ୍‌ ଚାମ୍ବରଲେନ୍‌ଙ୍କ ଦ୍ୱାରା ସ୍ଲାଇଡ୍‌ ହୋଇଥିଲା ଓ ଲିଭରପୁଲ୍‌ ନେଟ୍ସ ଭିତରକୁ ବଲ୍‌ ଚାଲିଯାଇଥିଲା। ତେବେ ଏହି ପରାଜୟ କୌଣସି ଫରକ ଆଣିବ ନାହିଁ। ୩୨ଟି ମ୍ୟାଚ୍‌ ଖେଳି ଲିଭରପୁଲ ୮୬ ପଏଣ୍ଟ ହାସଲ କରିଛି ଓ ଗତ ସପ୍ତାହରେ ଚାମ୍ପିୟନ ଘୋଷିତ ହୋଇସାରିଛି। ୭ଟି ଗେମ୍‌ ବାକିଥାଇ ଲିଭରପୁଲ ସର୍ବାଧିକ ପଏଣ୍ଟ ହାସଲ କରି ଚାମ୍ପିୟନ ଘୋଷିତ ହୋଇଥିଲା। ଟାଇଟଲ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ସିଟି ୩୨ ମ୍ୟାଚ୍‌ ଖେଳି ୬୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ଦୁଇବର୍ଷ ହେବ ସିଟି ଟାଇଟଲ ହାସଲ କରି ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri