ଯକୃତ କ୍ୟାନ୍‌ସର ଓ ହେପାଟାଇଟିସ୍‌ ‘ବି’

ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ। ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ଏହାର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରାଇବା ଏବଂ ଚିକିତ୍ସା ଓ ନିରାକରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ବିଶ୍ୱ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଉଛି। କର୍କଟଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କର୍କଟ ରୋଗ ଚିହ୍ନଟ ପରେ ତା’ ସହ ଲଢ଼ିବା ପାଇଁ ସେମିନାର, କ୍ୟାମ୍ପେନ୍‌, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ। ଦେଶରେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହାକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥା’ନ୍ତି। ଏହି ଭୂତାଣୁ ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ସଂକ୍ରମିତ ହୋଇଥା’ନ୍ତି। ବିଶୁଦ୍ଧ ହୋଇନଥିବା ଛୁଞ୍ଚତ୍ ଦ୍ୱାରା ଇଞ୍ଜେକ୍‌ଶନ୍‌ ନେଲେ କିମ୍ବା କର୍ଣ୍ଣଛେଦନ (କାନଫୋଡ଼ା ବା ଚିତାକୁଟା) କଲେ, ଅପରିଷ୍କାର ଯନ୍ତ୍ରପାତି ଦ୍ୱାରା ଅସ୍ତ୍ରୋପଚାର ବା ଘା’ ସିଲେଇ କଲେ ଏହି ସଂକ୍ରମଣର ସମ୍ଭାବନା ରହିଥାଏ। ସେହିପରି ସଂକ୍ରମିତ ରକ୍ତଦେଲେ ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଖୁବ୍‌ ବଢ଼ିଥାଏ। ଛୋଟ ପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇଥା’ନ୍ତି, ଯାହାକୁ ସିଧାପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି ଗୋଟିଏ ପିଲାଠାରୁ ଅନ୍ୟ ଏକ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଏହି କ୍ଷେତ୍ରରେ ରୋଗୀକୁ ଭୋକ ଲାଗିନଥାଏ, ବାନ୍ତି ହୋଇଥାଏ, ଶରୀରରେ ଜ୍ୱର ଦେଖାଯାଏ, ଦେହ ଘୋଳାବିନ୍ଧା, କଷ୍ଟ ଲାଗେ, ଆଖି ଓ ଚର୍ମ ହଳଦିଆ ଦେଖାଯିବା ସହ ପରିସ୍ରା ଗାଢ଼ ରଙ୍ଗର ହୋଇଥାଏ। ମଳ ମଧ୍ୟ ହାଲୁକା ରଙ୍ଗର ହୋଇଥାଏ। ବେଳେବେଳେ ବୃକକ୍‌ ଓ ମସ୍ତିଷ୍କ ମଧ୍ୟ ଅକାମୀ ହୋଇଯାଏ ଓ ଏ କ୍ଷେତ୍ରରେ ରୋଗୀ ସଂଜ୍ଞାହୀନ ହୋଇଯାଏ।
ଆମ ଦେଶରେ ବର୍ତ୍ତମାନ ପାଖାପାଖି ପାଞ୍ଚକୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହାକ ରହିଛନ୍ତି। ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମିତ ପିଲାମାନଙ୍କ ସାଧାରଣତଃ କୌଣସି ଲକ୍ଷଣ ନଥାଏ ଓ ଏମାନେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ସୁସ୍ଥ ଦେଖାଯାଉଥିବା ପିଲାମାନେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ପିଲାମାନଙ୍କୁ ଅଜାଣତରେ ଏହି ଭୂତାଣୁ ପ୍ରଦାନ କରିଥା’ନ୍ତି। ପରବର୍ତ୍ତୀ କାଳରେ ଏହି ସୁସ୍ଥ ଦେଖାଯାଉଥିବା ବାହକ ପିଲାଟି ଯକୃତ ସିରୋସିସ୍‌ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। କେତେକ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିଶୁ ଅବସ୍ଥାରେ ସଂକ୍ରମିତ ହୋଇଥିବା ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ ଯକୃତ କର୍କଟ ରୋଗରେ ପ୍ରାଣ ହରାଇଥା’ନ୍ତି। ପ୍ରକାଶିତ ବିଭିନ୍ନ ରିପୋର୍ଟର ତଥ୍ୟ ଅନୁଯାୟୀ ଜଣାଯାଇଛି ଯେ, ଭାରତରେ ପ୍ରତି କୋଡିଏ ଜଣଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ଏହାଯେ, ଅଧିକାଂଶ ବାହକ ଜାଣିନଥା’ନ୍ତି ଯେ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ। ଏହି ବାହକମାନଙ୍କ ସାଙ୍ଗରେ ଆକସ୍ମିକ ସଂପର୍କ ଦ୍ୱାରା ଏହି ଭୂତାଣୁର ପ୍ରବେଶ ଜଣେ ସୁସ୍ଥ ଲୋକକୁ ହୋଇପାରିବ। ହେପାଟାଇଟିସ୍‌ ‘ବି’ ଏଡ୍ସଠାରୁ ଶହେଗୁଣ ଅଧିକ ସଂକ୍ରାମକ। ଭାରତରେ ଏଡ୍ସ ଯୋଗୁ ସାରା ବର୍ଷରେ ଯେତେ ଲୋକ ମରନ୍ତି, ତା’ଠାରୁ ଅଧିକ ଗୋଟିଏ ଦିନରେ ହେପାଟାଇଟିସ୍‌ ‘ବି’ ଯୋଗୁ ମୃତ୍ୟୁବରଣ କରନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଭାରତରେ ପାଞ୍ଚକୋଟିରୁ ଅଧିକ ହେପାଟାଇଟିସ୍‌ ‘ବି’ର ବାହକ ଅଛନ୍ତି ଓ ଚାଳିଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁଜନିତ ସାଙ୍ଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଲୋକ ଏହି ଭୂତାଣୁଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥାନ୍ତି। ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଡାକ୍ତର ଓ ଶଲ୍ୟ ଚିକିତ୍ସକ, ସେବିକା, ପାଥୋଲୋଜି ଟେକ୍‌ନିସିଆନ୍‌ ଏବଂ ରକ୍ତଭଣ୍ଡାର ଓ ବୃକକ୍‌ ଡାଏଲିସିସ୍‌ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା। ସମଲିଙ୍ଗ ସଂଗମ ପ୍ରୟାସୀ ରୂପଜୀବୀ, ବିଶୃଙ୍ଖଳ ଅସୁରକ୍ଷିତ ଯୌନକ୍ରିୟା, ଇଞ୍ଜେକ୍‌ଶନ ମାଧ୍ୟମରେ ନିଶାସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି। ଥାଲାସେମିଆ ଓ ହିମୋଫିଲିଆ ରୋଗୀ, ଯେଉଁମାନେ ବାରମ୍ବାର ରକ୍ତ ନିଅନ୍ତି ସେମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି। ହେପାଟାଇଟିସ୍‌ ‘ବି’ ପ୍ରତିଷେଧକ ଟିକା ବ୍ୟବହାର କଲେ ଏହି ରୋଗରୁ ସୁରକ୍ଷିତ ରହିହେବ। ସାଧାରଣତଃ ତିନୋଟି ଟିକା ଜଣେ ଲୋକକୁ ନେବାକୁ ପଡ଼ିଥାଏ। ପ୍ରଥମ ଟିକାର ଏକମାସ ପରେ ଦ୍ୱିତୀୟ ଟିକା ଓ ପ୍ରଥମ ଟିକାର ଛଅମାସରେ ତୃତୀୟ ଟିକା ନେବାକୁ ପଡ଼ିଥାଏ। ସାଧାରଣତଃ ଏହି ଟିକା ନେବାପରେ ଶରୀରରେ କୌଣସି କୁପ୍ରଭାବ ଦେଖାଯାଇନଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରାମକ ହେପାଟାଇଟିସ୍‌ ‘ବି’ ପାଇଁ କୌଣସି ଉତ୍କୃଷ୍ଟ ଧରଣର ଔଷଧ ଆବିଷ୍କାର ହୋଇନାହିଁ, ଯଦ୍ଦ୍ବାରା ଏହି ଭୂତାଣୁକୁ ଶରୀରରୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିହେବ। ତେବେ ସବୁଠାରୁ ଉତ୍ତମ ଉପାୟ ହେଉଛି ସଂକ୍ରମଣରୁ ନିଜକୁ ରକ୍ଷା କରିବା, ଏହା କେବଳ ଟିକା ଦ୍ୱାରା ସମ୍ଭବ। ସାଧାରଣତଃ ହେପାଟାଇଟିସ୍‌ ‘ବି’ ଏକ ସଂକ୍ରାମକ ରୋଗ ହୋଇଥିଲେ ବି ଏହାକୁ ନେଇ ସେପରି ଭୟଭୀତ ହେବାର କାରଣ ନାହିଁ। ଅଭିଜ୍ଞ ଯକୃତ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ପ୍ରାଥମିକ ଅବସ୍ଥାରୁ ଏହାର ନିରାକରଣ ସମ୍ଭବ।
– ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର
ଏସ୍‌ସିବି ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?