Posted inଫୁରସତ

ଜୀବିକା ଦେଇଛି କାଠକଣ୍ଢେଇ

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ପାଇଁ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି। ଏପରି କି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସମୟରେ କେତେକ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ କାରିଗରମାନେ ସେମାନଙ୍କ ହସ୍ତକଳା ପସରାକୁ ଖୋଲିଥାନ୍ତି। ସେମାନଙ୍କ ହାତତିଆରି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ନାନା ପ୍ରକାରର ପାରମ୍ପରିକ କଳାକୃତିରେ ଘରକୁ ସଜାଇବାରେ ଅନେକେ ପସନ୍ଦ କରିଥାନ୍ତି। ତେବେ କାଠରେ ତିଆରି ବିଭିନ୍ନ କାଠକଣ୍ଢେଇ ଦେଖିବାକୁ ଖୁବ୍‌ ସୁନ୍ଦର । ଏମିତି କାଠର ବିଭିନ୍ନ ଖେଳନା ଓ କଳାକୃତିକୁ ତିଆରି କରିଥାନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ ଅନ୍ତର୍ଗତ ଧୂଆଁମଡ଼ା ଗ୍ରାମର କେତେଜଣ ମହିଳା। ଏଠାକାର ବାସିନ୍ଦା ପ୍ରମିଳା ମହାରଣା କୁହନ୍ତି, ଆମ ଗାଁର ପ୍ରାୟ ୧୦ଜଣ ମହିଳା ନିଜର ବଳକା ସମୟରେ କାଠ ଦ୍ୱାରା ବିଭିନ୍ନ ଖେଳନା ତିଆରି କରିଥାନ୍ତି। ମୁଁ ମଧ୍ୟ ତିଆରି କରେ। ଆମେସବୁ ନାରାୟଣ ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟ। ତେବେ ଏଇ କାଠକଣ୍ଢେଇ ଶିଖିବା ପାଇଁ କଟକରୁ ଦୁଇଜଣ କାରିଗର ଆସି ଆମକୁ ତାଲିମ୍‌ ପ୍ରଦାନ କରିଥିଲେ। ମୋର ୪ ଭାଇ ମଧ୍ୟ ଆଜକୁ ପ୍ରାୟ ୩୦ବର୍ଷ ଧରି ଏହି କାଠକଣ୍ଢେଇ ତିଆରି କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି।’ ସେହିଭଳି ଏହି ଗାଁର ଗୀତାଞ୍ଜଳି ସାହୁ କୁହନ୍ତି, ‘ନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ପ୍ରତିଦିନ ସକାଳେ ନିଜ ନିଜ ଘରର ରୋଷେଇକାମ ସାରି ଦିନପ୍ରାୟ ୧୨ଟା ମଧ୍ୟରେ ସ୍ବୟଂସହାୟକ କେନ୍ଦ୍ରରେ ପହଞ୍ଚିଯାଆନ୍ତି। ଆଉ ବିଭିନ୍ନ ପ୍ରକାରର କାଠକଣ୍ଢେଇ ତିଆରି କରନ୍ତି। ଜଣେ ସଦସ୍ୟା ଦିନକୁ ପ୍ରାୟ ୫୦ଟି କାଠକଣ୍ଢେଇ ତିଆରି କରିପାରେ। ଏମିତିରେ ଦିନକୁ ପ୍ରାୟ ୨ଶହରୁ ୩ଶହ ଟଙ୍କାର ରୋଜଗାର ହୋଇପାରେ। ଏଥିରେ ପରିବାର ଚଳେଇବାରେ ସୁବିଧା ହୋଇଥାଏ। କାମ ସାରିବା ପରେ କାରିଗର ଘରକୁ ପ୍ରାୟ ସନ୍ଧ୍ୟାସୁଦ୍ଧା ଫେରିଯାଆନ୍ତି। ଗାଁର କେତେଜଣ ବ୍ୟକ୍ତି ନିକଟସ୍ଥ କାକୁଡ଼ିଖୋଲ ଜଙ୍ଗଲରୁ ଗମ୍ଭାରୀ କାଠ ସଂଗ୍ରହ କରିଥାନ୍ତି। ସେମାନଙ୍କଠାରୁ ଆମେ ସେହି କାଠ କିଣିଥାଉ।’ ଅନ୍ୟପକ୍ଷେ ଏହି ଧୂଆଁମଡ଼ା ଗାଁର ଚକ୍ରଧର ମହାରଣା କୁହନ୍ତି, ‘କାଠ କଳାକାରିଗରିରେ ଯଦି ସବୁଦିନ ନିର୍ଦ୍ଦିଷ୍ଟ ସମୟ ପାଇଁ ପରିଶ୍ରମ କରୁ ତେବେ ମାସକ ମଧ୍ୟରେ ଜଣେଜଣେ କାରିଗର ପ୍ରାୟ ୧୦/୧୫ହଜାର ଟଙ୍କା ରୋଜଗାର କରିଥାନ୍ତି। କାଠରେ ବିଭିନ୍ନ ପ୍ରକାର ଯଥା ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଡଙ୍ଗା, ବିଭିନ୍ନ ପଶୁପକ୍ଷୀ, ବାଦ୍ୟ ସାମଗ୍ରୀର ଆକୃତି, ଦଶବତାର ମୂର୍ତ୍ତି, ମାଛ, ଗଣେଶ, ପ୍ରଜାପତି, ଶୁଆଶାରି, ଷଣ୍ଢ, ବିଲେଇ, ହାତୀ ଇତ୍ୟାଦି ତିଆରି କରିଆସୁଛୁ। ତେବେ କଣ୍ଢେଇ ତିଆରି ପାଇଁ ପ୍ରଥମେ ଆମେ ଗମ୍ଭାରୀ ଓ ମହି ଜାତୀୟ ଗଛର କାଠକୁ ବିଭିନ୍ନ ଲୋକଙ୍କ ବାରିରୁ ସଂଗ୍ରହ କରିଥାଉ। କେହି କେହି ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ବି କାଠ ସଂଗ୍ରହ କରିଥାନ୍ତି। ଏହାପରେ କାଠକୁ ସାଇଜକରି କଟାଯାଇଥାଏ। ପରେ ବିଭିନ୍ନ କଳାକୃତି ପାଇଁ ନିର୍ଦ୍ଦିଷ୍ଟ ମାପର ସେଟ୍‌ ଅନୁସାରେ ବିଭିନ୍ନ ନମୁନା ପ୍ରସ୍ତୁତକରି ଏଥିରେ ଫେଭିକଲ ଅଠା ଦେଇ ଯୋଡ଼ିଥାଉ। ଆବଶ୍ୟକ ସ୍ଥଳେ ବିଭିନ୍ନ କାଠରଙ୍ଗକୁ ଦେଇ ଅଧିକ ଆକର୍ଷଣ କରିଥାଉ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆଦିବାସୀ ମେଳା, ଶିଶିର ସରସ ସମେତ ବିଭିନ୍ନ ମେଳା ଓ ମହୋତ୍ସବର କେତେକ ଷ୍ଟଲରେ ଆମେ କାଠରେ ତିଆରି କରିଥିବା ବିଭିନ୍ନ ଖେଳନାକୁ ପ୍ରାୟ ୩୦ଟଙ୍କାରୁ ଆରମ୍ଭକରି ୨ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରିଥାଉ। କଟକ, ଭୁବନେଶ୍ୱର, ପୁରୀ ଏପରିକି ରାଜ୍ୟ ବାହାରକୁ ମଧ୍ୟ ଏହି କାଠର ଖେଳନା ଓ ବିଭିନ୍ନ ହାତ ତିଆରି କଳାକୃତିକୁ ନେଇଥାଉ। ଏମିତିଭାବେ କାଠ ତିଆରି ବିଭିନ୍ନ କଳାକୃତି ଆମ ରାଜ୍ୟର ହସ୍ତକଳା କାରିଗରିର ସମୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri