Categories: ଖେଳ

ଆଜି ଖେଳାଯିବ ନିର୍ଣ୍ଣାୟକ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

ଅହମ୍ମଦାବାଦ,୧।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ କରିବା ପରେ ଏବେ ଟିମ୍‌ ଇଣ୍ଡିଆ ପାଖରେ ଟି୨୦ ସିରିଜକୁ ଜିତିବାର ଭଲ ସୁଯୋଗ ରହିଛି। ଦଳ ଏବେ ସିରିଜରେ ୧-୧ ବରାବର ସ୍ଥିତିରେ ରହିଛି। ତେବେ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ଏଣୁ ଅନ୍ତିମ ମୁକାବିଲା ଜିତି ସିରିଜ ଉପରେ କବ୍ଜା କରିବାକୁ ଚାହିଁବ ଦଳ। ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେତେବେଳେ ଖେଳାଯିବ ଏହି ମ୍ୟାଚ୍‌…

କେତେବେଳେ ଆରମ୍ଭ ହେବ ମ୍ୟାଚ୍‌:
ତୃତୀୟ ଟି୨୦ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ। ଟସ୍‌ ଅଧା ଘଣ୍ଟା ପୂର୍ବରୁ ପଡ଼ିବ।

କେଉଁଠି ଖେଳାଯିବ:
ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ଟେଲିଭିଜନରେ କେତେବେଳେ ଏବଂ କେଉଁଠି ଦେଖିବେ ମ୍ୟାଚ୍‌?
ମ୍ୟାଚ୍‌ର ପ୍ରସାରଣ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ଭିନ୍ନ ଭିନ୍ନ ଚ୍ୟାନେଲରେ ସନ୍ଧ୍ୟା ୭ଟାରେ ଦେଖିହେବ। ଏହାଛଡ଼ା ବିନା କୌଣସି ଦେୟରେ ଡିଡି ସ୍ପୋଟ୍ସରେ ଏହାର ପ୍ରସାରଣ ଦେଖିହେବ।

ଅନ୍‌ଲାଇନ୍‌ରେ କେମିତି ଦେଖିବେ?
ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ହଟ୍‌ଷ୍ଟାରରେ ଦେଖିହେବ।

Share