Categories: ଜାତୀୟ

ସାମ୍ବିଧାନିକ ପୀଠ ଶୁଣାଣିର ସିଧା ପ୍ରସାରଣ, ପ୍ରଥମେ ଉଦ୍ଧବ-ଶିନ୍ଦେ ମାମଲା…

ନୂଆଦିଲ୍ଲୀ,୨୭।୯ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ପ୍ରଥମେ ଏହା ଉଦ୍ଧବ ଠାକରେ ଏବଂ ମୁଖ୍ୟନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମାମଲାରୁ ଆରମ୍ଭ ହୋଇଥିଲା। ବରିଷ୍ଠ ଆଡଭୋକେଟ କପିଲ ସିବଲ ଉଦ୍ଧବ ଦଳ ପକ୍ଷରୁ ଯୁକ୍ତି ବାଢ଼ିଥିଲେ। ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ webcast.gov.in/scindia/ ରେ ଦେଖାଯାଇପାରିବ ।

ସୋମବାର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ୱରେ ଏକ ପୀଠ କହିଥିଲେ ଯେ ୟୁଟ୍ୟୁବ ବ୍ୟବହାର କରି ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ଲାଇଭ-ଷ୍ଟ୍ରିମ କରିବା ପାଇଁ ଶୀର୍ଷ କୋର୍ଟର ନିଜସ୍ବ ପ୍ଲାଟଫର୍ମ ପ୍ରସ୍ତୁତ କରିବେ। ଲୋକମାନେ ନିଜ ମୋବାଇଲ ଫୋନ, ଲାପଟପ ଏବଂ କମ୍ପ୍ୟୁଟରରେ ଏହାକୁ ଦେଖି ପାରିବେ।

Share