Posted inଜାତୀୟ

ଥାର୍ଡ ପାର୍ଟି ଆପ୍‌ ବିନା କୋର୍ଟର ଲାଇଭ୍‌ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନାହିଁ। ତେଣୁ ଥାର୍ଡ ପାର୍ଟି ଆପ୍‌ ବିନା କୋର୍ଟର ଲାଇଭ୍‌ ଷ୍ଟ୍ରିମିଂ ସମ୍ଭବ ନୁହେଁ। ଆରଏସଏସ ଚିନ୍ତକ କେ.ଏନ ଗୋବିନ୍ଦାଚାର୍ଯ୍ୟଙ୍କ ପିଟିଶନରେ ସର୍ବୋଚ୍ଚ ଅଦାଲତର ରେଜିଷ୍ଟ୍ରି ପୂର୍ବ ଆରଏସଏସର ଆବେଦନକୁ ଜବାବରେ ଏହା କହିଛନ୍ତି।

ସର୍ବୋଚ୍ଚ ଅଦାଲତ ଅକ୍ଟୋବର ୧୭ରେ ଗୋବିନ୍ଦାଚାର୍ଯ୍ୟଙ୍କ ଏକ ନିବେଦନ ଉପରେ ଏହାର ରେଜିଷ୍ଟ୍ରିକୁ ନୋଟିସ ଜାରି କରି ୨୦୧୮ ରାୟରେ କୋର୍ଟର ଲାଇଭ ଷ୍ଟ୍ରିମିଂ ପ୍ରକ୍ରିୟାରେ କପିରାଇଟ ସୁରକ୍ଷା ପାଇଁ ୟୁଟ୍ୟୁବ ସହିତ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ମାଗିଥିଲେ।
୍‌
ଟେକ୍ନୋଲୋଜି କ୍ରମାଗତ ଭାବରେ ଉନ୍ନତି ହେଉଛିି ଏବଂ ପ୍ରତିବାଦୀ ନଂ ୧ (ଏସସି ରେଜିଷ୍ଟ୍ରି) ଏକ ଆତ୍ମନିର୍ଭରଶୀଳ ବ୍ୟବସ୍ଥାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହା ମାନ୍ୟବର କୋର୍ଟଙ୍କ ନଜରକୁ ଅଣାଯାଇଛି ଯେ କେବଳ ରେଜିଷ୍ଟ୍ରି ନୁହେଁ, ବରଂ ବର୍ତ୍ତମାନ ଥାର୍ଡ ପାର୍ଟି ଆପ୍‌ ବିନା ସମ୍ପୁର୍ଣ୍ଣ ଭାବରେ ଲାଇଭ ଷ୍ଟ୍ରିମିଂ କରିବା ଲାଗି ନିଜର ପର୍ଯ୍ୟାପ୍ତ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ନାହିଁ ।

ଆଇନଜୀବୀ ବିରାଗ ଗୁପ୍ତାଙ୍କ ମାଧ୍ୟମରେ ଗୋବିନ୍ଦାଚାର୍ଯ୍ୟ ଦାଖଲ କରିଛନ୍ତି ଯେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସୁପ୍ରିମକୋର୍ଟଙ୍କର ମାମଲାର ଲାଇଭ ଷ୍ଟ୍ରିମିଂ କରାଯିବା ଉଚିତ। ଯେଉଁଥିରେ ଲାଇଭ ଷ୍ଟ୍ରିମ ପ୍ରକ୍ରିୟାରେ କପିରାଇଟ ସମର୍ପଣ କରାଯାଇପାରିବ ନାହିଁ ଏବଂ ତଥ୍ୟକୁ ମୋନେଟାଇଜ କିମ୍ବା ବ୍ୟବସାୟିକ ବ୍ୟବହାର କରାଯାଇପାରିବ ନାହିଁ ବୋଲି କହିଥିଲେ। ବର୍ତ୍ତମାନ କ୍ଷେତ୍ରରେ ୟୁଟ୍ୟୁବ ପରି ପ୍ଲାଟଫର୍ମ ଦ୍ୱାରା କରାଯାଇପାରେ।

ରେଜିଷ୍ଟ୍ରାର ଏହି ସତ୍ୟପାଠ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତର ରେଜିଷ୍ଟ୍ରି ଏକ ଆତ୍ମନିର୍ଭରଶୀଳ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର କମ୍ପ୍ୟୁଟର ସେଲ ଏହାର ଭିଡ଼ିଓ କନଫରେନ୍ସିଂ ପ୍ଲାଟଫର୍ମ, ସିସ୍କୋ, ୱେବ ଏକ୍ସ ସହିତ ଅତ୍ୟାଧୁନିକ ଭିସି ହାର୍ଡୱେର୍‌ ଏବଂ ଭିତ୍ତିଭୂମି ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri