ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି ଦ୍ରୁତଗତିରେ ମଧ୍ୟ ବୃଦ୍ଧି ପାଇବ। ତେଣୁ ଦେଶରେ ଏଆଇ ଓ ମେଶିନ ଲର୍ନିଂ ଡେଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତୀୟ କମ୍ପାନୀଗୁଡିକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଉଚିତ ବୋଲି ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୪ରେ ଯୋଗଦେଇ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଏହା କହିଛନ୍ତି।
ସେହିଭଳି ଭାରତର ଡେଟା କେବଳ ଭାରତୀୟ ଡେଟା ସେଣ୍ଟରରେ ରଖାଯିବା ସପକ୍ଷରେ ଆକାଶ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏଥିସହ ଡେଟା ସେଣ୍ଟର ନୀତି-୨୦୨୦ର ଡ୍ରାଫ୍ଟକୁ ଶୀଘ୍ର ଅପ୍‌ଡେଟ୍‌ କରିବାକୁ ଆକାଶ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିଲ୍ଲୀଠାରେ ଆରମ୍ଭ ହୋଇଥିବା ୩ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୪ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିବାବେଳେ ଏଥିରେ ଆକାଶଙ୍କ ସମେତ ବହୁ ଜଣାଶୁଣା ଶିଳ୍ପ ପ୍ରତିନିଧି ମଧ୍ୟ ଯୋଗଦେଇଛନ୍ତି।
ଏହି ଅବସରରେ ଆକାଶ ଅମ୍ବାନୀ କହିଛନ୍ତି, ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏଆଇ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ଜିଓ ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ଏଆଇର ଲାଭ ପହଞ୍ଚାଇବାର ଉଦ୍ୟମ ଆରମ୍ଭ କରିଛି। ଠିକ୍‌ ସେହିଭଳି ଯେପରି ଆମେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ସହ କରିଥିଲୁ। ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏଥିପାଇଁ ଆମେ ଏକ ଜାତୀୟ ଏଆଇ ଭିତ୍ତିିଭୂମିର ଆଧାର ପ୍ରସ୍ତୁତ କରୁଛୁ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସାକରି ଆକାଶ କହିଛନ୍ତି, ଆଜି ଭାରତୀୟ ମୋବାଇଲ କମ୍ପାନୀ ଏବଂ ସଫଳ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ୍‌ ବଳରେ ଭାରତ ବିକଶିତ ଦେଶ ସମେତ ସମଗ୍ର ବିଶ୍ୱକୁ ଏଆଇ ସମାଧାନ ପ୍ରଦାନ କରିପାରିବ। ସରକାରଙ୍କ ଦ୍ୱାରା ଉଦ୍ୟୋଗ ଏବଂ ନବସୃଜନ ବା ଇନୋଭେଶନକୁ ଆଗକୁ ବଢାଯିବା ଯୋଗୁ ଭାରତରେ ସବୁଠାରୁ ବଡ଼ ଡିଜିଟାଲ୍‌ କ୍ରାନ୍ତି ଆସିଛି। ନୂତନ ଭାରତରେ ବ୍ୟବସାୟ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। ୧୪୫ କୋଟି ଭାରତୀୟଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ଏବଂ ଶିଳ୍ପଜଗତ ସମନ୍ବୟରେ ଏକାଠି କାର୍ଯ୍ୟ କରୁଛନ୍ତି।
ଇଣ୍ଡିଆ ମୋବାଇଲ କଂଗ୍ରେସର ମଞ୍ଚରୁ ଆକାଶ ଅମ୍ବାନୀ କହିଛନ୍ତି, ଭାରତ କେବଳ ମୋବାଇଲ ଇନୋଭେଶନରେ ଅଗ୍ରଣୀ ହେବ ନାହିଁ ବରଂ ଏକ ସଂଯୁକ୍ତ ତଥା ବୁଦ୍ଧିମାନ ଭବିଷ୍ୟତ ପାଇଁ ଏଆଇର ଶକ୍ତିକୁ ବ୍ୟବହାର କରିବ। ଏହାଦ୍ୱାରା ମଧ୍ୟ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଆସିବା ସମୟରେ ଘଟିଥିବା ପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri