ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁଯାୟୀ ବ୍ରାଣ୍ଡ୍ର ଉଚ୍ଚ ଗୁଣାତ୍ମକ ବ୍ୟକ୍ତିଗତ ଯତ୍ନ ଉପତ୍ାଦକୁ ଅନୁପ୍ରବେଶକାରୀ ଅଞ୍ଚଳ ସହ ଉଦୀୟମାନ ଅଞ୍ଚଳରେ ଅଧିକ ଉପଲବ୍ଧ କରାଇବା ଲାଗି ସ୍ଥିର ହୋଇଛି। ସେହିଭଳି ଇ-ବାଣିଜ୍ୟ ପାଇଁ ଟାୟାର-୩ ଓ ବାହାର ବଜାରଗୁଡ଼ିକରେ ମଧ୍ୟ ପ୍ରମୁଖ ପ୍ଲାଟ୍ଫର୍ମ ଭାବେ ଉଭା ମିଶୋ ହୋଇଥିବାରୁ ମାମାଆର୍ଥର ପ୍ରିମିୟମ, ପ୍ରାକୃତିକ ଓ ବ୍ୟକ୍ତିଗତ ଯତ୍ନ ଉପତ୍ାଦର ବଢୁଥିବା ଚାହିଦା ପୂରଣ ଲାଗି ବ୍ରାଣ୍ଡ ମିଶୋ ସହ ସହଭାଗିତା କରିଥିଲାବେଳେ ମିଶୋର ବିସ୍ତୃତ ନେଟ୍ୱର୍କ ଜରିଆରେ ବ୍ରାଣ୍ଡ ବିଶେଷକରି ଛୋଟ ଛୋଟ ସହରକୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ମିଶୋ ବିକ୍ରୟ ଅବଧି ମଧ୍ୟରେ ଏହି ବ୍ରାଣ୍ଡ ୫ ଗୁଣା ଅଭିବୃଦ୍ଧି ହାସଲ କରିଛି। ଆସନ୍ତା ୧୨ମାସରେ ମାମାଆର୍ଥ ମିଶୋରେ ପ୍ରାୟ ୧୦୦ କୋଟି ଟଙ୍କାର ଏଆର୍ଆର୍ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ହୋନାସା କଞ୍ଜ୍ୟୁମର ଲିମିଟେଡ୍ର ସହ-ପ୍ରତିଷ୍ଠାତା ତଥା ସିଇଓ ବରୁଣ ଆଲାଗ କହିଛନ୍ତି, ମାମାଆର୍ଥରେ ଆମେ ସର୍ବଦା ଉପସ୍ଥିତି ରହିବାକୁ ଚେଷ୍ଟା କରିଛୁ, ଯେଉଁଠାରେ ଆମ ଗ୍ରାହକମାନେ ଆମକୁ ଅଧିକ ଆବଶ୍ୟକ କରିଥାନ୍ତି। ଆମେ ଗୁଣବତ୍ତାଯୁକ୍ତ ଉପତ୍ାଦକୁ ମିଶୋ ସହିତ ସହଭାଗୀ ହୋଇ ବିସ୍ତାର କରିବାକୁ ପ୍ରୟାସ କରୁଛୁ। ନୂଆ ନୂଆ ଅଞ୍ଚଳରେ ଆମର ଉପସ୍ଥିତି ସହ ୧୦୦ କୋଟି ଟଙ୍କାର ଏଆର୍ଆର୍ ହାସଲ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ ଜାରି ରଖିଛୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

