Categories: ଜାତୀୟ

ଲିଭ୍‌ ଇନ୍‌ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍‌…

ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିଛି। ସରସ୍ବତୀ ତାଙ୍କ ସ୍ତ୍ରୀ ଥିଲେ ବୋଲି ସେ ପୋଲିସକୁ କହିଛନ୍ତି।

ସରସ୍ବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀ ଏକ ପ୍ରେସର କୁକରରେ ମୃତ ଶରୀରର ଖଣ୍ଡଗୁଡ଼ିକୁ ସିଝାଇଥିଲେ। ତେବେ ତାଙ୍କର ଗୋଟିଏ ଭୁଲ ହେତୁ ସେ ପୋଲିସ ଦ୍ୱାରା ଧରାପଡିଥିଲେ। ପୋଲିସ ଘଟଣାସ୍ଥଳରୁ ମହିଳାଙ୍କ ଶରୀରର ଅନେକ ଖଣ୍ଡ ଉଦ୍ଧାର କରିଛି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଥିଲା।

ଫ୍ଲାଟରୁ ବାହାରୁଥିବା ଦୁର୍ଗନ୍ଧ ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିର ସପ୍ତମ ମହଲାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଅଧିକାରୀ କହିଛନ୍ତି ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଆରିରେ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା।

ଦୁର୍ଗନ୍ଧ ନ ବ୍ୟାପିବା ପାଇଁ ଅଭିଯୁକ୍ତ ମୃତ ଶରୀରର ଖଣ୍ଡଗୁଡ଼ିକୁ ଏକ କୁକରରେ ଫୁଟାଇ ଦେଇଥିଲା। ଏହା ସତ୍ତ୍ୱେ ପଡୋଶୀମାନେ ଅଜବ ଗନ୍ଧ ଯୋଗୁଁ ବିବ୍ରତ ହୋଇଥିଲେ, ତେଣୁ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହର ଖଣ୍ଡ ମଧ୍ୟ ଜବତ କରିଛି। ଘଟଣାସ୍ଥଳରେ ଫୋରେନସିକ ଟିମ ମଧ୍ୟ ଡକାଯାଇଥିଲା ଏବଂ ଫ୍ଲାଟରୁ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ଅଧିକ ସୂଚନା ପ୍ରକାଶ ପାଇବ। ପୋଲିସ ଫ୍ଲାଟକୁ ସିଲ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସାଥୀ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୋଲି ପୋଲିସ ସନ୍ଦେହ କରୁଛି। ତୀକ୍ଷ୍ଣ ଛୁରୀରେ ଶରୀର କାଟି ଦିଆଯାଇଥିଲା। ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିବା ଏବଂ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ଅଭିଯୋଗରେ ପୋଲିସ ମନୋଜଙ୍କୁ ପଚରା ଉଚରା କରୁଛି।

Share