ରଙ୍ଗତୂଳୀରେ ଜୀବନ୍ତ ପ୍ରତିଛବି

ବନ୍ତ,୩୦।୯(ଡି.ଏନ୍‌.ଏ.): ରଙ୍ଗତୂଳୀ ଧରିବା ମାତ୍ରେ ସେ ଭୁଲି ଯାଆନ୍ତି ସବୁକିଛି। ଆଙ୍କି ପକାନ୍ତି ବିଭିନ୍ନ ଛବି। ତାଙ୍କ ରଙ୍ଗତୂଳୀ ସ୍ପର୍ଶରେ ଚିତ୍ରଗୁଡ଼ିକ ଜୀବନ୍ତ ହୋଇଉଠେ। ଚିତ୍ର ଆଙ୍କିବାରେ ମାହିର୍‌ ଏହି ପ୍ରତିଭା ହେଲେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଚକ୍ରାପାଢ଼ୀ ଗ୍ରାମର ନମିତା ବେହେରା(୨୧)। ଏଭଳି କଳାକୃତି ପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଚିତ୍ରକଳା ଦେଇଥାଏ ଭିନ୍ନ ପରିଚୟ। ଯେକୌଣସି ଜିନିଷକୁ ରଙ୍ଗତୂଳୀରେ ଜୀବନ୍ତ କରିପାରିଲେ ଜଣେ କାରିଗରର ପରିଶ୍ରମ ସାର୍ଥକ ହୋଇଥାଏ ବୋଲି ସେ କହିଛନ୍ତି।
ରବି ନାରାୟଣ ବେହେରା ଓ ରେବତୀ ବେହେରାଙ୍କ ଏକମାତ୍ର ଝିଅ ନମିତା। ବାପା ଜଣେ କୃଷକ ଓ ମା’ ଗୃହିଣୀ। ନମିତା କହନ୍ତି, ପିଲାଟି ବେଳୁ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ଥିଲା। ଚକ୍ରାପାଢୀ ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢୁଥିବା ବେଳେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସେ ବହୁବାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ସେ ବ୍ଲକ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବହୁ ପ୍ରମାଣପତ୍ର ପାଇଛନ୍ତି। ୨୦୧୬ରେ ତେଲନଟିସ୍ଥିତ ବାଲିପୋଖରୀ ହାଇସ୍କୁଲରେ ମାଟ୍ରିକ୍‌ ପାସ୍‌ କରିଥିଲେ। ୨୦୧୮ରେ ଆଗରପଡ଼ା ମହାବିଦ୍ୟାଳୟରୁ ଯୁକ୍ତ ୨ କଳା ପାସ୍‌ କରିବା ପରେ ବାପାଙ୍କ ଉଦ୍ୟମରେ ସେ ଭଦ୍ରକସ୍ଥିତ ଚାରୁ କାରୁ କଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଏବେ ସେହି ମହାବିଦ୍ୟାଳୟରେ ସେ ଶେଷବର୍ଷର ଛାତ୍ରୀ। ସେ ମଣିଷ ଓ ଜୀବଜନ୍ତୁଙ୍କୁ ଦେଖି ପେନ୍‌ସିଲରେ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି। ଅଦ୍ୟାବଧି ସେ ବିଭିନ୍ନ ବ୍ୟକ୍ତିଙ୍କ ଚିତ୍ର ଆଙ୍କି ସାରିଛନ୍ତି। ପୂର୍ବତନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକର ପୂର୍ବତନ ଜିଲାପାଳ ତ୍ରିଲୋଚନ ମାଝି, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ, ବନ୍ତ ତହସିଲଦାର ଅଙ୍କିତା ବାରିକଙ୍କ ଅବିକଳ ଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି। ନିଜ ଖର୍ଚ୍ଚରେ ସେ ଦେଢ଼ ଶହରୁ ଊର୍ଦ୍ଧ୍ୱ ପ୍ରତିଛବି ଆଙ୍କି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦେଇଛନ୍ତି। ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଚିତ୍ର ଆଙ୍କି ସାରିଥିଲେ ମଧ୍ୟ ସେମାନଙ୍କ ପାଖକୁ ଯିବା ପାଇଁ ମାଧ୍ୟମ ପାଉନାହାନ୍ତି। ଚିତ୍ର ଆଙ୍କିବା ବ୍ୟତୀତ ଗୀତ ଗାଇବା, ହାରମୋନିୟମ ବଜାଇବା ଆଦି କଳା ତାଙ୍କ ପାଖରେ ରହିଛି। ମା’ ବାପାଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ସେ ଚିତ୍ର ଆଙ୍କିବା ଜାରି ରଖିଛନ୍ତି। ଭବିଷ୍ୟତରେ ଜଣେ ଭଲ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା ନମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri